ଧୱନଙ୍କ ଜାଗାରେ କିଏ ଖେଳିବେ ଭାରତ ପାକିସ୍ତାନ ମ୍ୟାଚ ଜାଣନ୍ତୁ
11/06/2019 at 2:17 PM

ନୂଆଦିଲ୍ଲୀ ୧୧/୬ : ବିଶ୍ୱକପ କ୍ରିକେଟ ୨୦୧୯ର ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିବା ଭାରତୀୟ କ୍ରିକେଟ ଖେଳାଳି ଶିଖର ଧୱନଙ୍କ ଠାରୁ ଟିମ ଇଣ୍ଡିଆ ଅନେକ ଆଶା ରଖିଛି । ଶିଖର ଧୱନ ଦୁଇଟି ମ୍ୟାଚରେ ଶତକ ହାସଲ କରିଛନ୍ତି । ବିଶ୍ୱକପରେ ଦୁଇଟି ଯାକ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ଏବଂ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ ଦେଇଛି ଭାରତ । କିନ୍ତୁ ଏବେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ରହିଛି । ଶିଖର ଧୱନଙ୍କ ବାମ ହାତ ଆଙ୍ଗୁଠି ଫ୍ରାକ୍ଚର ହୋଇଯାଇଛି । ଯେଉଁଥିପାଇଁ ତାଙ୍କୁ ଦଳରୁ ବାହାର କରାଯାଇଛି । ଧୱନ ଆଗକୁ ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳି ପରିବେନାହିଁ । ଜୁନ ୧୩ ତାରିଖରେ ନିଉଜିଲ୍ୟାଣ୍ଡ ବିପକ୍ଷରେ ଏବଂ ଜୁନ ୧୬ ତାରିଖରେ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମ୍ୟାଚ ଖେଳି ପାରିବେନାହିଁ ଧୱନ । ଦୁଇଟି ବଡ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି ।
ରବିବାର ଦିନ ଭାରତ ଅଷ୍ଟ୍ରେଲିଆ ମ୍ୟାଚ ଥିଲା । ଟିମ ଇଣ୍ଡିଆର ବିଜୟ ପାଇଁ ଶିଖର ଧୱନ ଖୁବ ପରିଶ୍ରମ କରିଥିଲେ । ବୋଲର ନାଥନଙ୍କ ବଲରେ ଆଘାତ ହୋଇଥିଲେ ଧୱନ । କିନ୍ତୁ ପୀଡା ସହି ମଧ୍ୟ ସେ ବ୍ୟାଟିଂ ଜାରି ରଖିଥିଲେ । ୧୦୯ ବଲରେ ଧାୱନ ୧୧୭ ରନ କରିଥିଲେ । ଚମତ୍କାର ଇନିଂସ ଖେଳିଥିଲେ ଧୱନ ।
ଆଙ୍ଗୁଠିରେ ଆଘାତ ଯୋଗୁଁ ଧୱନ ଫିଲଡିଂ କରିନଥିଲେ । ତାଙ୍କ ଜାଗାରେ ରବୀନ୍ଦ୍ର ଜାଡେଜା ଫିଲଡିଂ କରିଥିଲେ । ବ୍ୟାଟିଂ କରିବା ପରେ ଧୱନ ଡ୍ରେସିଂ ରୁମରେ ବାସୁ ଆଙ୍ଗୁଠିରେ ବରଫ ସେକ ଦେଇଥିଲେ । କିନ୍ତୁ ଫୁଲ କମିନଥିଲା । ସ୍କାନ କରିବା ପରେ ଜଣାପଡିଥିଲା ତାଙ୍କ ଆଙ୍ଗୁଠି ଫ୍ରାକ୍ଚର ହୋଇଯାଇଛି । ଏବେ ଧୱନଙ୍କ ଜାଗାରେ କେ.ଏଲ.ରାହୁଲ ମ୍ୟାଚ ଖେଳିବେ ।

ଦେଖନ୍ତୁ ଟିମ ଇଣ୍ଡିଆ ବାକି ମ୍ୟାଚ କେଉଁ ଦଳ ସହ କେବେ ଖେଳିବା
୩. ଭାରତ ବନାମ ନିଉଜିଲ୍ୟାଣ୍ଡ – ଜୁନ ୧୩
୪. ଭାରତ ବନାମ ପାକିସ୍ତାନ – ଜୁନ ୧୬
୫. ଭାରତ ବନାମ ଆଫଗାନିସ୍ଥାନ – ଜୁନ ୨୨
୬. ଭାରତ ବନାମ ୱେଷ୍ଟଇଣ୍ଡିଜ – ଜୁନ ୨୭
୭. ଭାରତ ବନାମ ଇଂଲଣ୍ଡ – ଜୁନ ୩୦
୮. ଭାରତ ବନାମ ବଙ୍ଗଳାଦେଶ – ଜୁଲାଇ ୨
୯. ଭାରତ ବନାମ ଶ୍ରୀଲଙ୍କା – ଜୁଲାଇ ୬