କରୋନାର ଭୟ ଭିତରେ ଚିନ୍ତା ବଢାଇଲା ମଙ୍କିପକ୍ସ, ଜରୁରୀକାଳୀନ ବୈଠକ ଡାକିଲା WHO

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ:  କରୋନା ଭାଇରସର ପ୍ରକୋପ ଭିତରେ ମଙ୍କିପକ୍ସକୁ ସାରା ବିଶ୍ୱରେ ଆତଙ୍କ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସର ବିପଦକୁ ଗୁରୁତର ସହ ନେଇ ବିଶେଷଜ୍ଞଙ୍କ ଏକ ଜରୁରୀକାଳୀନ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ଅନୁମାନ କରାଯାଉଛି, ଡବ୍ଲୁଏଚଓର ଏହି ବୈଠକରେ ଭାଇରସର ବ୍ୟାପିବା, ସମଲିଙ୍ଗୀ ଏବଂ ବାଇସେକ୍ସୁଆଲ ପୁରୁଷଙ୍କ ମଧ୍ୟରେ ଏହା ଅଧିକ ବ୍ୟାପିବା ସହ ଟିକାର ସ୍ଥିତି ଉପରେ ଆଲୋଚନା ହୋଇପାରେ।

ମଇ ମାସ ଆରମ୍ଭରୁ ବିଟ୍ରେନ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ କାନାଡା ସହ ଦୁନିଆର ଅନେକ ବଡ଼ ଦେଶରେ ମଙ୍କିପକ୍ସ ମାମଲା ସାମନାକୁ ଆସିଛି। ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଅନୁସାରେ, ନିକଟରେ ନାଇଜେରିଆରୁ ଯାତ୍ରା କରିଥିବା ଜଣେ ରୋଗୀଙ୍କ ନିକଟରେ ମେ ୭ରେ ମଙ୍କିପକ୍ସର ମାମଲାର ଚିହ୍ନଟ ହୋଇଥିଲା।

ମଇ ୧୮ରେ ଆମେରିକା ସ୍ୱାସ୍ଥ୍ୟ ଏଜେନ୍ସି କାନାଡା ଯାତ୍ରା କରିଥିବା ଜଣେ ବ୍ୟକ୍ତି ନିକଟରେ ମଙ୍କିପକ୍ସ ଭାଇରସ ଚିହ୍ନଟ କରିଥିଲା। ତେବେ ଲୋକେ ଭୟଭିତ ହେବାର କୌଣସି କାରଣ ନାହିଁ, ବ୍ୟକ୍ତି ଜଣଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଥିବା ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ।

ମଙ୍କିପକ୍ସ ବିରଳ କିନ୍ତୁ ଏକ ଗୁରୁତର ସଂକ୍ରାମକ ରୋଗ। ଏହା ସାଧାରଣ ଫ୍ଲୁ ପରି ରୋଗ । ମୁହଁ ଏବଂ ଶରୀରରେ ଛୋଟ ଛୋଟ ଦାନା ପରି ଫୁଲି ଯାଇଥାଏ। ଅଧିକାଂଶ ସଂକ୍ରମଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ। କିନ୍ତୁ ଏହି ଭାଇରଲ ରୋଗ ଲୋକଙ୍କ ମଧ୍ୟରେ ସହଜରେ ବ୍ୟାପି ନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.