scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଙ୍କିପକ୍ସ ବ୍ୟାପିବା ପାଇଁ ମାଙ୍କଡ ଦାୟୀ ନୁହନ୍ତି, ସେମାନଙ୍କୁ ନମାରିବାକୁ ଅପିଲ୍ କଲା ଡବ୍ଲୁଏଚଓ

12/08/2022 at 12:06 PM

ନୂଆଦିଲ୍ଲୀ ୧୨।୮: ମଙ୍କିପକ୍ସ ସଂକ୍ରମଣ ମାଙ୍କଡ ସହିତ ଜଡିତ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ବ୍ରାଜିଲରେ ମାଙ୍କଡଙ୍କ ଉପରେ ହେଉଥିବା ଆକ୍ରମଣ ପରେ ଡବ୍ଲୁଏଚଓ ଏଭଳି ସ୍ପଷ୍ଟୀକରଣ ରଖିଛି । ବର୍ତ୍ତମାନ ମଙ୍କିପକ୍ସ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ବ୍ରାଜିଲ । ଦେଶରେ ମଙ୍କିପକ୍ସ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି । ମଙ୍କିପକ୍ସ ଯୋଗୁଁ ସ୍ପେନ ଏବଂ ଭାରତରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖପାତ୍ର ମାର୍ଗରେଟ୍ ହାରିସ୍ ଜେନେଭାରେ କହିଛନ୍ତି ଯେ, ଏହି ରୋଗ ବ୍ୟାପିବା ପାଇଁ ମାଙ୍କଡମାନଙ୍କୁ ଦାୟୀ କରାଯାଇପାରିବ ନାହିଁ । ଲୋକମାନେ ଏହା ଜାଣିବା ଆବଶ୍ୟକ ଯେ, ଭାଇରସ୍ ବିସ୍ତାର କେବଳ ମନୁଷ୍ୟମାନଙ୍କ ମଧ୍ୟରେ ହେଉଛି । ବ୍ରାଜିଲର ନ୍ୟୁଜ୍ ଓ୍ବେବସାଇଟ୍ ଜି୧ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସାଓ ପାଓଲୋ ରାଜ୍ୟର ସାଓ ଜୋସ୍ ଡୋ ରିୟୋ ପ୍ରେଟୋ ସହରରେ ସପ୍ତାହକ ମଧ୍ୟରେ ୧୦ଟି ମାଙ୍କଡକୁ ବିଷ ଦିଆଯାଇଥିଲା । ଏହା ପରେ ଡବ୍ଲୁଏଚଓର ଏଭଳି ବୟାନ ଆସିଛି ।

ହ୍ୟାରିସ୍ ଆହୁରି କହିଛନ୍ତି ଯେ, ମଙ୍କିପକ୍ସ ଭାଇରସ୍ ପଶୁମାନଙ୍କଠାରୁ ମନୁଷ୍ୟ ଶରୀରକୁ ବ୍ୟାପିପାରେ, କିନ୍ତୁ ବର୍ତ୍ତମାନ ଏହା ମନୁଷ୍ୟଠାରୁ ମନୁଷ୍ୟ ମଧ୍ୟରେ ସୀମିତ ରହିଛି । ଏଥିପାଇଁ ଲୋକମାନେ କୌଣସି ପଶୁ ଉପରେ ଆକ୍ରମଣ କରିବା ଉଚିତ ନୁହେଁ । କୌଣସି ସଂକ୍ରମିତ ବ୍ୟକ୍ତି ଏହି ସଂକ୍ରମଣକୁ ବଢାଇପାରେ । ଏଥିପାଇଁ କୌଣସି ପ୍ରାଣୀ କିମ୍ବା ମନୁଷ୍ୟକୁ ଦାୟୀ କରନ୍ତୁ ନାହିଁ ।

   Related Posts