WHOର ନୂଆ ସିଇଓ ହେଲେ ଅନିଲ ସୋନୀ, ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ଦେବେ ଗୁରୁତ୍ୱ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ ନାଗରିକ ଅନିଲ ସୋନୀଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛି । ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ନିଯୁକ୍ତି ସହ ବୈଶ୍ୱିକ ଫଣ୍ଡ୍ ସଂଗ୍ରହ ବାବଦରେ ମଧ୍ୟ ଘୋଷଣା କରିଛି । ସଂଗଠନ ୨୦୨୩ ସୁଦ୍ଧା ୧ ବିଲିୟନ ଡଲାରର ଚାନ୍ଦା ପ୍ରାପ୍ତ କରିବା ନେଇ ଲକ୍ଷ୍ୟ ରଖିଛି ।

ଅନିଲ ସୋନୀ ଜାନୁଆରୀ ୧ରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବେ । ଏହାପରେ ତାଙ୍କର ଫୋକସ୍ ରହିବ ଯେ, କିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଲୋକଙ୍କ ଫାଇଦା ପାଇପାରିବେ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଫାଇଣ୍ଡେସନ ଆରମ୍ଭ କରିଥିଲା । ସେତେବେଳେ ଅନିଲ ଗ୍ଲୋବାଲ ହେଲଥ୍ କେୟାର କମ୍ପାନୀ ବ୍ୟୋଟ୍ରିସରେ କାମ କରୁଥିଲେ । ସେଠାରେ ତାଙ୍କୁ ଗ୍ଲୋବାଲ ଇନଫେକ୍ସନ ଡିଜିଜର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା ।

ଏହାପୂର୍ବରୁ ମଧ୍ୟ ସେ କ୍ଲିଣ୍ଟନ୍ ହେଲଥ୍ ଆକ୍ସେସରେ କାମ କରିସାରିଛନ୍ତି । ଏଠାରେ ସେ ୨୦୦୫ରୁ ୨୦୧୦ ଯାଏଁ କାମ କରୁଥିଲେ । ଏପରିକି ସେ ଏଚଆଇଭି ଚିକିତ୍ସାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.