ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କିଏ ତିଆରି କରନ୍ତି ନୋବେଲ୍ ପୁରସ୍କାର ବିଜେତାଙ୍କ ପୋଟ୍ରେଟ୍, କାହିଁକି କଳା ଏବଂ ସୁନେଲି ରଙ୍ଗର ହୁଏ ବ୍ୟବହାର ? ଜାଣନ୍ତୁ ସବୁ କିଛି

7/10/2022 at 10:10 PM

ନୂଆଦିଲ୍ଲୀ: ପ୍ରତି ବର୍ଷ ଅକ୍ଟୋବର ମାସରେ ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଏ। ଏଥିସହ ଏକ ଭିନ୍ନ ପ୍ରକାରର ପୋଟ୍ରେଟ୍ ଜାରି କରାଯାଏ। କଳା ବର୍ଡର ଭିତରେ ସୁନେଲି ରଙ୍ଗରେ ତିଆରି ନୋବେଲ୍ ବିଜେତାଙ୍କ ଆକୃତି ବର୍ତ୍ତମାନ ନୋବେଲ୍ ପୁରସ୍କାରର ପରିଚୟ ପାଲଟିଛି। ପ୍ରତ୍ୟେକ ବର୍ଷ ବିଜେତାଙ୍କ ନାଁ ଘୋଷଣା ସହ ନୋବେଲ୍‌ର ଏହି ଅଫିସିଆଲ୍ ଚିତ୍ର ଖବରର ଶିରୋନାମା ପାଲଟିଥାଏ।

ନୋବେଲ୍ ପୁରସ୍କାର ବିଜେତାଙ୍କ କଳା-ସୁନେଲି ରଙ୍ଗର ପୋଟ୍ରେଟ୍ ସହିତ ଏକ ରୋଚକ କଥା ମଧ୍ୟ ଜଡିତ ରହିଛି। ବିଜେତାଙ୍କ ଚୟନ କରୁଥିବା କମିଟିର ସଦସ୍ୟଙ୍କ ବ୍ୟତୀତ ପୋଟ୍ରେଟ୍ ପ୍ରସ୍ତୁତ କରୁଥିବା କଳାକାର ହିଁ ଦୁନିଆର ଏକ ମାତ୍ର ବ୍ୟକ୍ତି ଯିଏ, ଘୋଷଣା ପୂର୍ବରୁ ବିଜେତାଙ୍କ ନାଁ ଜାଣିଥାନ୍ତି। ଚାଲନ୍ତୁ ଜାଣିବା ପୋଟ୍ରେଟ୍ ତିଆରି କରୁଥିବା ଉକ୍ତ କଳାକାରଙ୍କ ବିଷୟରେ…

ନୋବେଲ୍ ପୁରସ୍କାରର ଅଫିସିଆଲ ପୋଟ୍ରେଟ୍ ତିଆରି କରୁଥିବା ସ୍ଵିଡେନ କଳାକାରଙ୍କ ନାମ ହେଉଛି ନିକଲାସ ଏଲମେହେଡ। ୨୦୨୧ରେ ନୋବେଲ୍ ପୁରସ୍କାରର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କ ନାମ ସାର୍ବଜନୀନ କରାଯାଇଥିଲା।

ଏଲମେହେଡ୍ ନିଜର ଓ୍ଵେବସାଇଟ୍‌ରେ କହିଛନ୍ତି, ମୋତେ ନୋବେଲ୍ ମିଡିଆର କଳା ନିର୍ଦ୍ଦେଶକ କାମରେ ରଖାଯାଇଥିଲା। ୨୦୧୨ରୁ ମୁଁ ସମସ୍ତ ଭିଜୁଆଲ କଣ୍ଟେଣ୍ଟ ଦାୟିତ୍ଵ ସମ୍ଭାଳି ଆସୁଛି। ଏଲମେହେଡଙ୍କୁ ଫୁଟବଲ୍ ଏବଂ କିକ୍‌ ବକ୍ସିଂ ବହୁତ ପସନ୍ଦ। ସେ ବିବାହିତ ପୁରୁଷ ଏବଂ ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

ପୋଟ୍ରେଟ୍ କଣ ପାଇଁ, ଫଟୋ କାହିଁକି ନୁହେଁ ?

ଫଟୋ ପରିବର୍ତ୍ତେ ହାତରେ ନିର୍ମିତ ପୋଟ୍ରେଟ୍‌ର ବିଚାର ସମୟର ଆବଶ୍ୟକତାକୁ ଦେଖି ନେଇଥିଲି। ୨୦୧୨ ପୂର୍ବରୁ ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା ସହିତ କ୍ୟାମେରାରେ ଉଠାଯାଇଥିବା ଫଟୋ ଜାରି କରାଯାଉଥିଲା। ମାତ୍ର ସେହି ସମୟରେ ଅନେକ ସମସ୍ୟା ହେଉଥିଲା। ପୁରସ୍କାର ପାଉଥିବା ଅନେକ ବୈଜ୍ଞାନିକଙ୍କ ଫଟୋ ମିଳିବା ବହୁତ କଠିନ ଥିଲା।

ଅଧିକାଂଶ ବୈଜ୍ଞାନିକଙ୍କ ଫଟୋ ବହୁତ ଖରାପ କ୍ଵାଲିଟିର ମିଳୁଥିଲା। କମ ରିଜଲ୍ୟୁସନ ଥିବା ଫଟୋରେ ଚେହେରାର ଚିହ୍ନଟ କରିବା ବହୁତ ମୁସ୍କିଲ ହେଉଥିଲା। ଘୋଷଣା ପୂର୍ବରୁ ବିଜେତାଙ୍କୁ ମଧ୍ୟ ଜଣାନଥାଏ ଯେ, ସେମାନେ ନୋବେଲ୍ ପୁରସ୍କାର ପାଉଛନ୍ତି। ଏଥିପାଇଁ ସଦ୍ୟତମ ଫଟୋଗ୍ରାଫି ମଧ୍ୟ ସମ୍ଭବ ନଥିଲା। ଉପଲବ୍ଧ ଫଟୋ ସହିତ କପିରାଇଟ୍ ସଂପର୍କିତ ସମସ୍ୟା ରହୁଥିଲା।

୨୦୧୨ରେ ନିକଲାସ ଏଲମେହେଡ ନୋବେଲ୍ ପାଇଁ ବ୍ଲାକ୍ ମାର୍କରରେ ପ୍ରଥମ ଥର ପୋଟ୍ରେଟ୍ ତିଆରି କରିଥିଲେ। କାରଣ ତାଙ୍କୁ ବିଜେତାଙ୍କ ଫଟୋ ମିଳିନଥିଲା। ଆଉ ତେବେଠୁ ଫଟୋ ସ୍ଥାନରେ ପୋଟ୍ରେଟ୍ ଜାରି କରାଯାଉଛି। ଦ ହିନ୍ଦୁକୁ ଏକ ସାକ୍ଷାତକାରରେ ଏଲମେହେଡ କହିଛନ୍ତି, ମୁଁ ବିଜେତାଙ୍କ ଆଖି ଉପରେ ବହୁତ କାମ କରିଥାଏ। ଏମିତି  ଲାଗେ ପୋଟ୍ରେଟ୍ ସିଧାସଳଖ ଦର୍ଶକଙ୍କୁ ଦେଖୁଛି। ଏହା ପଛର ଅବଧାରଣା ବ୍ରେକିଂ ନ୍ୟୁଜ୍‌ର ଭାବନାକୁ ଦର୍ଶାଇବା ରହିଛି। ଯେବେ ଲୋକେ ଏହି ଫଟୋକୁ ଦେଖନ୍ତି, ତୁରନ୍ତ ଜାଣି ନିଅନ୍ତି ଯେ ନୋବେଲ୍ ପୁରସ୍କାର ଘୋଷଣା କରାଗଲା।

ପୋଟ୍ରେଟ୍‌ରେ କାହିଁକି ହୁଏ ସୁନାର ବ୍ୟବହାର

ଏଲମେହେଡ୍ କହିଛନ୍ତି, ୨୦୧୭ରେ ସ୍ଥିର କରାଯାଇଥିଲା ଯେ, ନୋବେଲ୍ ପୁରସ୍କାର ବିଜେତାଙ୍କ ନାମର ଘୋଷଣାରେ ମୁଖ୍ୟ ରଙ୍ଗ ସୁନେଲି ରହିବ। ଏଠାରୁ  ହିଁ ପୋଟ୍ରେଟ୍‌ରେ ସୁନା ରଙ୍ଗ ବ୍ୟବହାର ବିଚାର ଆସିଥିଲା। ଧଳା ରଙ୍ଗର ପ୍ରଚ୍ଛଦ ପଟ୍ଟରେ କଳା ବର୍ଡର ଭିତରେ ବିଜେତାଙ୍କ ସୁନେଲି ରଙ୍ଗରେ ଚିତ୍ର ଅଙ୍କା ଯାଉଛି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପୋଟ୍ରେଟ୍‌ରେ ନୀଳ ଏବଂ ହଳଦିଆ ରଙ୍ଗ ବ୍ୟବହାର କରାଯାଉଥିଲା।

ପୋଟ୍ରେଟ୍ ପାଇଁ କେତେ ସମୟ ପୂର୍ବରୁ ଜଣାଯାଏ ନାମ ?

ଏହି ପ୍ରଶ୍ନର ଉତ୍ତରରେ ଏଲମେହେଡ୍ କହିଛନ୍ତି, ଏହି ପ୍ରଶ୍ନ ମୋତେ ସର୍ବାଧିକ ଥର ପଚରା ଯାଇଛି। ମାତ୍ର ଦୁର୍ଭାଗ୍ୟର କଥା ମୁଁ ଏହାର ଉତ୍ତର ଦେଇ ପାରିବି ନାହିଁ। କେବଳ ଏତିକି କହୁଛି ପୋଟ୍ରେଟକୁ ମୋତେ ବହୁତ ଶୀଘ୍ର କାମ କରିବାକୁ ପଡେ। କିଛି ଘଣ୍ଟାରେ ମୁଁ ପୋଟ୍ରେଟକୁ ଅନ୍ତିମ ରୂପ ଦେଇଥାଏ। ଏଥିପାଇଁ ବହୁତ ପ୍ରସ୍ତୁତି କରିବାକୁ ପଡିଥାଏ। ଆପଣଙ୍କୁ ସପ୍ତାହ, ଏପରିକି ବର୍ଷାଧିକ ସମୟ ପ୍ରଶିକ୍ଷଣ ନେବାକୁ ପଡିଥାଏ।

   Related Posts