ଆକାଶ ଦୀପ କିଏ ? ଯାହାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ର ଆଗାମୀ ମ୍ୟାଚ୍‌ରେ ମିଳିଛି ସୁଯୋଗ...

Published By : Prameya-News7 Bureau | February 10, 2024 IST

ମୁମ୍ବାଇ ୧୦।୦୨ : ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ । ଆସନ୍ତା ୧୫ ତାରିଖରୁ ଖେଳାଯିବ ତୃତୀୟ ମ୍ୟାଚ୍‌ । ରାଜକୋଟରେ ମୁହାଁମୁହିଁ ହେବେ ଦୁଇ ଦଳ । ବର୍ତ୍ତମାନ ୧-୧ରେ ଉଭୟ ଦଳ ରହିଛନ୍ତି । ହାଇଦ୍ରାବାଦ୍‌ରେ ଇଂଲଣ୍ଡ ଟିମ୍‌ ଭାରତୀୟ ଦଳକୁ ପରାସ୍ତ କରିଥିଲା । ଆଉ ବିଶାଖାପାଟଣାରେ ଇଂଲଣ୍ଡ ଟିମ୍‌କୁ ଭାରତୀୟ ଦଳ ପରାସ୍ତ କରିଥିଲା । ଯାହାଫଳରେ ୫ଟିକିଆ ସିରିଜ୍‌ରେ ୧-୧ରେ ରହିଛନ୍ତି ଉଭୟ ଦଳ । ତେବେ ଆଗାମୀ ତିନୋଟି ଟେଷ୍ଟ ଲାଗି ଭାରତୀୟ ଦଳ ଚୟନ ହୋଇଛି । ଏଥିରେ ନୂଆ ମୁହଁ ହିସାବରେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି । ତେବେ କିଏ ଏହି ଆକାଶ ଦୀପ । ଆସନ୍ତୁ ଜାଣିବା…

wp:embed {"url":"https://www.prameyanews7.com/team-india-squad-for-final-three-tests-against-england-announced/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-squad-for-final-three-tests-against-england-announced/
/wp:embed

ଆକାଶୀ ଦୀପ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି । ଏହାବ୍ୟବତୀ ରେଷ୍ଟ ଅଫ ଇଣ୍ଡିଆ ଏବେ ବଙ୍ଗଳା ଦଳର ପ୍ରତିନିଧିତ୍ୱ କରିସାରିଛନ୍ତି । ରେକର୍ଡ ଅନୁସାରେ ୨୯ଟି ପାଷ୍ଟ କ୍ଲାସ୍‌ କ୍ରିକେଟ୍‌ ମ୍ୟାଚ୍‌ ଖେଳି ୩.୦୪ ଇକୋନୋମିରେ ରନ୍‌ ଦେଇଛନ୍ତି। ଯେଉଁଥିରେ ୧୦୩ ଓ୍ୱିକେଟ୍‌ ଶିକାର କରିଛନ୍ତି । ଏହି ଯୁବ ଖେଳାଳି ୫ଟି ଓ୍ୱିକେଟ୍‌ ନେବାର କାରନାମା ୪ ଥର କରିସାରିଛନ୍ତି । ଏହାସହିତ ଗୋଟିଏ ଥର ୧୦ଟି ଓ୍ୱିକେଟ୍‌ ନେବାର କାରନାମା ମଧ୍ୟ କରିଛନ୍ତି ।

wp:embed {"url":"https://www.prameyanews7.com/virat-kohli-anushka-sharma-love-story/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-anushka-sharma-love-story/
/wp:embed

ଆକାଶୀ ଦିପ ଲିଷ୍ଟ-ଏ ମ୍ୟାଚ୍‌ରେ ୨୪.୫୦ ଆଭରେଜ୍‌ରେ ୪୨ଟି ଓ୍ୱିକେଟ୍‌ ନେଇଛନ୍ତି । ଏହାବ୍ୟତୀତ ୪୧ଟି ଟି-୨୦ ମ୍ୟାଚ୍‌ ଖେଳି ୭.୫୨ ଇକୋନୋମିରେ ରନ୍‌ ଦେଇଛନ୍ତି । ଯାହାର ଜବାବରେ ସେ ୪୮ଟି ଓ୍ୱିକେଟ୍‌ ହାତେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆକାଶ ଦୀପଙ୍କୁ ସୁଯୋଗ ମିଳୁଛି ନା ନାହିଁ ।

ଭାରତୀୟ ଦଳ– ରୋହିତ ଶର୍ମା (ଅଧିନାୟକ), ଜଶପ୍ରୀତ୍‌ ବୁମ୍‌ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ଶୁବମନ୍‌ ଗିଲ୍‌, କେଏଲ୍‌ ରାହୁଲ, ରଜଟ ପାଟିଦାର, ସରଫରାଜ ଖାନ୍‌, ଧ୍ରୁବ ଜୁଏଲ୍‌ (ଓ୍ୱିକେଟ୍‌ କିପର), କେଏସ୍‌ ଭରତ ( ଓ୍ୱିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଓ୍ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ୍‌, ମୁକେଶ କୁମାର, ଆକାଶ ଦୀପ ।

wp:embed {"url":"https://www.prameyanews7.com/mithun-chakraborty-admitted-in-a-private-hospital-in-kolkata/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mithun-chakraborty-admitted-in-a-private-hospital-in-kolkata/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.