ନୂଆଦିଲ୍ଲୀ: ପୁଅ ପାଇଁ ଭୋଗିଲେ ବାପା। ବାନ୍ଧିଲା ପୋଲିସ... ଟଣା ହେଲେ କାଠଗଡ଼ାକୁ। ପୁଣେରେ ପୋର୍ସେ କାର ଦୁର୍ଘଟଣା ମାମଲାରେ ପୋଲିସ ହେପାଜତରେ ଅଭିଯୁକ୍ତର ବାପା। ଦୁର୍ଘଟଣାରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କ ବାପାଙ୍କୁ ଗିରଫ କରିଛି ପୋଲିସ।
ମେ ୧୮ ତାରିଖ। ପୁଣେର କଲ୍ୟାଣୀ ନଗର ଅଞ୍ଚଳରେ ଘଟିଲା ଭୟଙ୍କର ଦୁର୍ଘଟଣା। ଜଣେ ୧୭ ବର୍ଷିୟ ନାବାଳକ ମଦ୍ୟପାନ କରି ଦାମୀ ପୋର୍ସେ କାର ଚଳାଉଥିବା ବେଳେ ଧକ୍କା ଦେବାରୁ ଦୁଇ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଦୁହେଁ ପୁଣେର ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ଘଟଣା ପରେ ପୋଲିସ ସମ୍ପୃକ୍ତ ନାବାଳକକୁ ଗିରଫ କରିଥିଲା। କିନ୍ତୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ତାଙ୍କୁ ଜାମିନ ରଦ୍ଦ କରିଥିଲେ କିନ୍ତୁ ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତର ବାପା ବିଶାଲ ଅଗ୍ରୱାଲଙ୍କୁ ଗିରଫ କରିଛି।
ବିଶାଲ ଅଗ୍ରୱାଲ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ।ତାଙ୍କ କମ୍ପାନୀର ନାଁ ବ୍ରହ୍ମା କର୍ପ ଫାର୍ମ। ବିଶାଲଙ୍କ ଜେଜେ ବ୍ରହ୍ମଦତ୍ତ ଅଗ୍ରୱାଲଙ୍କ ଦ୍ୱାରା ଏହି କମ୍ପାନୀ ଆରମ୍ଭ ହୋଇଥିଲା। ତାଙ୍କର ମୃତ୍ୟୁ ପରେ କମ୍ପାନୀର ଦାୟିତ୍ୱ ସମ୍ଭାଳିଥିଲେ ବିଶାଲ। ବିଶାଲ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କମ୍ପାନୀର ଅଗ୍ରଗତି ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀର ଏବେ ସମ୍ପତ୍ତି ପ୍ରାୟ ୬୦୧ କୋଟି ଟଙ୍କା। ବ୍ରହ୍ମା କର୍ପର ବଡ଼ଗାଓଁ ଶେରି, ଖରାଡି ଏବଂ ଭୀମନଗରରେ ହାଉସିଂ ପ୍ରୋଜେକ୍ଟ କାମ ଚାଲୁ ରହିଛି।
ଏହି କମ୍ପାନୀ ଶେରାଟନ୍ ଗ୍ରାଣ୍ଡ ଏବଂ ରେସିଡେନ୍ସି କ୍ଲବ୍ ପରି ବଡ କୋଠା ମଧ୍ୟ ନିର୍ମାଣ କରିଛି। ଏହା ବ୍ୟତୀତ ଅଗ୍ରୱାଲ ପରିବାରର ବ୍ରହ୍ମା ମଲ୍ଟିସ୍ପେସ୍ ଏବଂ ବ୍ରହ୍ମା ମଲ୍ଟିକନ୍ ସହରରେ ପଞ୍ଚତାରକା ହୋଟେଲ ନିର୍ମାଣ କରିଛି। ପୁଅର ଭୁଲ ପାଇଁ ବାପାଙ୍କୁ ବାନ୍ଧିଛି ପୋଲିସ। ଏତେ ବଡ଼ ପ୍ରତିଷ୍ଠିତ ବିଲ୍ଡର ହୋଇବି ପୋଲିସ ହେପାଜତରେ ରହିବେ। ଧାରା 75 ଏବଂ 77 ଅନୁଯାୟୀ ବିଶାଲଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି ପୋଲିସ।
ସବୁଠୁ ବଡ଼ କଥା ହେଲା- ତାଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା। ଏସବୁ ଜାଣିବା ପରେ ବି ବାପା ପୁଅକୁ କାର ଦେଇଥିବାର ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ସେ ମଧ୍ୟ ଜାଣିଥିଲେ ଯେ ତାଙ୍କ ପୁଅ ମଦ୍ୟପାନ କରି ଗାଡି ଚଳାଉଛନ୍ତି। ତଥାପି ସେ ତାଙ୍କୁ ପାର୍ଟିକୁ ଯିବାକୁ ଅନୁମତି ଦେଇଥିଲେ।
ଏହି ମାମଲାରେ ପୋଲିସ ଆଇପିସିର ଧାରା ୩୦୪ ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ବାଳକ ବିରୋଧରେ ମାମଲା ରୁଜୁ ହୋଇଛି । ଏଥିରେ ନାବାଳକଙ୍କ ଅପରାଧ ପାଇଁ ପିତାମାତା, ଅଭିଭାବକ କିମ୍ବା ଗାଡି ମାଲିକଙ୍କ ଦାୟୀ ବୋଲି କୁହାଯାଇଥିଲା। ମୋଟର ଯାନ ଅଧିନିୟମର ଧାରା ୧୯୯ A କହିଛି ଯେ ଯଦି ଜଣେ ନାବାଳକ କୌଣସି ଅପରାଧ କଲେ, ତେବେ ଏପରି ପରିସ୍ଥିତିରେ ତାଙ୍କ ପିତାମାତା କିମ୍ବା ଅଭିଭାବକ କିମ୍ବା ଗାଡିର ମାଲିକ ଦୋଷୀ ବିବେଚିତ ହେବେ।