ଗୋଟିଏ ସିନ୍ କରିଦେଲା ଫେମସ୍‌, କିଏ ଏହି ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ?

Published By : Prameya-News7 Bureau | December 07, 2023 IST

ନୂଆଦିଲ୍ଲୀ ୦୭।୧୨: ରଣବୀର କପୁର ଏବଂ ବବି ଦେଓଲଙ୍କ ଫିଲ୍ମ 'ଆନିମଲ୍' । ବକ୍ସ ଅଫିସରେ ଏବେ କରିଛି ହଲ୍ଲାବୋଲ୍‌ । ରିଲିଜ୍‌ର କିଛି ଦିନରେ ହିଁ ଧୁମ୍ ମଚାଉଛି ରଣବୀରଙ୍କର ଫିଲ୍ମ । ଫିଲ୍ମରେ ରଣବୀରଙ୍କ ୱାଇଲ୍ଡ ଚରିତ୍ର ସମସ୍ତଙ୍କୁ କରିଛି କ୍ରେଜ୍‌ । କିନ୍ତୁ ଏହାରି ମଧ୍ୟରେ ଗୋଟିଏ ନାଁ ସାମ୍ନାକୁ ଆସୁଛି । ଯାହା ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।

{"id":879680,"width":838,"height":1048,"sizeSlug":"full","linkDestination":"none"}

 ଖାସ୍‌ କଥା ହେଉଛି ଫିଲ୍ମର କେନ୍ଦ୍ର ପାଲଟିଛି ଏକ କ୍ଷୁଦ୍ର ଭୂମିକାରେ ନଜର ଆସିଥିବା ଜଣେ ଅଭିନେତ୍ରୀ । ତେବେ କିଏ ଏହି ଅଭିନେତ୍ରୀ ? ଏକ ଛୋଟ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ କାହିଁକି ଚର୍ଚ୍ଚାରେ ? ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ତ୍ରିପ୍ତୀ ଡିମ୍ରି । ସେ ତାଙ୍କ ଅଭିନୟ ପାଇଁ ଆସିଛନ୍ତି ଲାଇମଲାଟକୁ । ଗୋଟିଏ ସିନ୍ ହିଁ କରିଦେଇଛି ତାଙ୍କୁ ବଡ଼ ଷ୍ଟାର ।

{"id":879681,"sizeSlug":"full","linkDestination":"none"}

ଫିଲ୍ମ ‘ଆନିମଲ’ ରେ ରଣବୀର କପୁରଙ୍କ ସହ ତ୍ରିପ୍ତୀଙ୍କର ରହିଛି ଏକ ସିନ୍ ।  ଯାହା ଖୁବ୍‌ ଲୋକପ୍ରିୟ ହୋଇପାରିଛି । ଏହି ସିନରେ ରଣବୀର ଏବଂ ତ୍ରିପ୍ତୀ ଡିମ୍ରି ଏକାଠି ନଜର ଆସିଛନ୍ତି । ଫିଲ୍ମରେ ରଣବୀରଙ୍କ ସହ ତ୍ରିପ୍ତୀଙ୍କ ରହିଛି ଏକ୍ସଟ୍ରା ମ୍ୟାରେଟିଆଲ ଆଫେୟାର । ଆଉ ଏହି ସିନ୍‌ ହିଁ ହୋଇଛି ଲୋକପ୍ରିୟ । ଆଉ ଏହାପରେ ହିଁ ତ୍ରିପ୍ତୀଙ୍କର ବଢ଼ି ଚାଲିଛି ଲୋକପ୍ରିୟତା। 

{"id":879682,"sizeSlug":"full","linkDestination":"none"}

ତ୍ରିପ୍ତୀଙ୍କର ବୟସ ହେଉଛି ୨୯ ବର୍ଷ । ସେ ନୂଆଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ଏହି ଅଭିନେତ୍ରୀ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ‘ମମ୍’ ଫିଲ୍ମରେ ଆସିଥିଲେ ନଜର । ଏହା ପରେ ସେ ସନ୍ନି ଦେଓଲ ଏବଂ ବବିଙ୍କ ସହ 'ପୋଷ୍ଟର ବଏ'ରେ ମଧ୍ୟ ନଜର ଆସିଥିଲେ । ଏହା ପରେ ସେ ଇମତିଆଜ ଅଲିଙ୍କ ଫିଲ୍ମ 'ଲୈଲା ମଜନୁ'ରୁ ଆସିଥିଲେ ଚର୍ଚ୍ଚାକୁ । କିନ୍ତୁ ରଣବୀରଙ୍କ ଫିଲ୍ମ ଆନିମଲ୍‌ ତାଙ୍କୁ ବେଶ୍ ଲୋକପ୍ରିୟ କରାଇଛି ।

{"id":879683,"width":840,"height":473,"sizeSlug":"full","linkDestination":"none"}

 ଫିଲ୍ମରେ ତ୍ରିପ୍ତିଙ୍କ ଆକ୍ଟିଙ୍ଗ ସମସ୍ତଙ୍କ ମନ କିଣି ନେଇଛି । ଏବେ ଦିନକୁ ଦିନ ବଢିବାରେ ଲାଗିଛି ତାଙ୍କର  ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଫ୍ୟାନ୍ସଙ୍କ ସଂଖ୍ୟା । ଅର୍ଥାତ୍ ଇନଷ୍ଟାଗ୍ରାମରେ ଧିରେ ଧିରେ ବଢ଼ିବାରେ ଲାଗିଛି ଫଲୋର୍ସଙ୍କ ସଂଖ୍ୟା । ତେବେ ଫିଲ୍ମ କଥା କହିବାକୁ ଗଲେ ରିଲିଜ୍ର ମାତ୍ର ୫ ଦିନରେ ମୋଟ ୧୩୧ କୋଟି ଆୟ କଲାଣି ଫିଲ୍ମ ।  

You Can Read:

wp:embed {"url":"https://www.prameyanews7.com/bobby-deol-revealed-her-mother-reaction-after-watching-film/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bobby-deol-revealed-her-mother-reaction-after-watching-film/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.