Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ମହିଳା ଜଣକ କିଏ? ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନଜର ଆସିଥିଲେ, ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତକାରରେ ସେ ନିର୍ବାହ କରିଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା

13/10/2019 at 12:53 PM

ଚେନ୍ନାଇ୧୩|୧୦: ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦୁଇ ଦିନିଆ ଭାରତ ଗ୍ରସ୍ତ କରି ଶନିବାର ନେପାଳ ଫେରି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ବୈଠକ ପାଇଁ ଜିନ୍‌ପିଙ୍ଗ୍ ଭାରତ ଆସିଥିଲେ। ଏହି ଅବସରରେ ଜିନ୍‌ପିଙ୍ଗ୍ ୨ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ୨ ଦେଶ ମଧ୍ୟ ଆପୋଷ ବୁଝାମଣା ଓ ସହଯୋଗ ନେଇ ମୋଦି ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଦୁଇ ଦିନରେ ମୋଦିଙ୍କ ସହ ଜଣେ ମହିଳା ନଜର ଆସିଥିଲେ। ଏହି ମହିଳା ଜଣକ କିଏ? ଯିଏ ମୋଦି ଓ ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଆମେ ଆଇଏଫଏସ ଅଫିସର ପ୍ରିୟଙ୍କା ସୋହାନୀଙ୍କ କଥା କହୁଛୁ। ଚୀନର ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଭାଷାକୁ ହିନ୍ଦୀ​‌ରେ ଅନୁବାଦ କରି ସେ ମୋଦିଙ୍କୁ କହୁଥିଲେ। ଏପରିକି ମୋଦିଙ୍କ ଭାଷାକୁ ଅନୁବାଦ କରି ଜିନ୍‌ପିଙ୍ଗ୍‌ଙ୍କୁ କହୁଥିଲେ। ଯାହାଫଳରେ ଦୁଇ ମହାବଳୀ ନେତାଙ୍କ ମଧ୍ୟରେ ଅତି ସହଜରେ ଭାଷାର ଆଦାନ ପ୍ରଦାନ ହୋଇଥିଲା। ଜିନ୍‌ପିଙ୍ଗ୍‌ ଭାରତୀୟ ସଂସ୍କୃତି ଓ ପରମ୍ପରା ସଂପର୍କରେ ମୋଦିଙ୍କୁ ପଚାରିଥିଲେ। ପ୍ରିୟଙ୍କା ଅତି ସହଜରେ ଜିନ୍‌ପିଙ୍ଗ୍‌ଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସଂପର୍କରେ ବୁଝାଇ ଦେଇଥିଲେ।

ପ୍ରିୟଙ୍କା ସୋହାନୀ ୨୦୧୨ ମସିହା ବ୍ୟାଚ୍‌ର ଆଇଏଫ୍‌ଏସ ଅଧିକାରୀ। ୟୁପିଏସସି ପରୀକ୍ଷା ତାଲିକାରେ ୨୬ ତମ ସ୍ଥାନରେ ପ୍ରିୟଙ୍କାଙ୍କ ନାଁ ରହିବା ସହ ତାଙ୍କୁ ବେଷ୍ଟ ଟ୍ରେନୀ ଅଫିସରର ଗୋଲ୍ଡ ମେଡାଲ ମଧ୍ୟ ମିଳିଛି। ଏହାସହ ବିମଲ ସାନ୍ୟାଲ ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଛି। ୨୦୧୬ ମସିହାରେ ପ୍ରିୟଙ୍କା ଭାରତୀୟ ଅଧିକାରୀ ଭାବେ ଚୀନରେ କାମ  କରିଥିଲେ।

   Related Posts