ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ବାବର ଏବଂ ବିରାଟଙ୍କ ମଧ୍ୟରୁ କାହାକୁ ବୋଲିଂ କରିବା ମୁସ୍କିଲ, ରଶିଦ ଖାନ ଦେଲେ ଜବାବ

27/08/2022 at 4:21 PM

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମୁକାବିଲା ସହିତ ଏସିଆ କପ୍ ୨୦୨୨ର ଶୁଭାରମ୍ଭ ହେବାକୁ ଯାଉଛି। ତେବେ ସଭିଙ୍କ ନଜର ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମୁକାବିଲା ଉପରେ ରହିଛି। ଏହି ମୁକାବିଲାରେ ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। ଅନ୍ୟପଟେ ପାକିସ୍ତାନର ଅଧିନାୟକ ବାବର ଆଜମ ମଧ୍ୟ ଟୁର୍ଣ୍ଣାମେଣ୍ଟର ଆକର୍ଷଣ ପାଲଟିବେ। ତାଙ୍କ ଉପରେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। କାରଣ ଏହି ଖେଳାଳି ଚମତ୍କାର ଫର୍ମରେ ରହିବା ସହ ନିୟମିତ ରନ କରୁଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ରେ ମୁକାବିଲା ପୂର୍ବରୁ ରଶିଦ ଖାନ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅଲୋଚନା ସମୟରେ ରଶିଦ ଜଣାଇଛନ୍ତି ଯେ, ବିରାଟ ଏବଂ ବାରରଙ୍କ ମଧ୍ୟରୁ କାହାକୁ ବୋଲିଂ କରିବା ମୁସ୍କିଲ। କାରଣ ଏହି ଦୁଇ ବ୍ୟାଟସମ୍ୟାନ ଦୁର୍ବଳ ବଲ୍‌କୁ କେବେ ବି ପ୍ରହାର କରିବାକୁ ହାତଛଡା କରନ୍ତି ନାହିଁ।

ରଶିଦ ଖାନ କହିଛନ୍ତି, ମୋ ପାଇଁ ଦୁଇ ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବା ସମାନ ରୂପେ କଠିନ। ଉଭୟ ଯେଉଁଭଳି ବ୍ୟାଟିଂ କରନ୍ତି, ତାହା ଚମତ୍କାର। ଏଥିପାଇଁ ମୋ ପକ୍ଷେ ଦୁହିଁଙ୍କୁ ବୋଲିଂ କରିବା ମୁସ୍କିଲ  ହୋଇଥାଏ। ହେଲେ ମୋତେ ସର୍ବଦା ଚ୍ୟାଲେଞ୍ଜ ପସନ୍ଦ  ଆସିଥାଏ। ମୁଁ ବିରାଟ ଏବଂ ବାବରଙ୍କୁ ଖରାପ ବଲ୍ ଖେଳିବାକୁ କୌଣସି ସୁଯୋଗ ଦେବି ନାହିଁ। ମୁଁ ସଠିକ୍ ଏରିଆରେ ବୋଲିଂ କରିବାକୁ ଚେଷ୍ଟା କରିବି ବୋଲି ରଶିଦ ଖାନ କହିଛନ୍ତି।

ବାବର ଏବଂ ବିରାଟଙ୍କୁ ବୋଲିଂ କରିବା ମଜାଦାର ହୋଇଥାଏ ଏବଂ ମୋ ପାଇଁ ଏହା ଶିଖିବାର ଏକ ମାଧ୍ୟମ।  ଉଦାହରଣସ୍ଵରୂପ ଯେବେ ମୁଁ ସନରାଇଜର୍ସ ହାଇଦ୍ରାବାଦରେ କେନ ଓ୍ଵିଲିୟମସନଙ୍କୁ ବୋଲିଂ କରେ, ଆମ ଦୁହିଁଙ୍କ ମଧ୍ୟରେ ବହୁତ ଆଲୋଚନା ଚାଲିଥାଏ। ଆଉ ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ। ମୁଁ ଆଇପିଏଲରେ ବିରାଟ କୋହଲିଙ୍କ ସହ ଆଲୋଚନା କରିଥାଏ ଏବଂ ସମୟ ସମୟରେ ବାବର ଆଜମଙ୍କ ସହ ବି କଥା ହୋଇଥାଏ ବୋଲି ରଶିଦ ଖାନ କହିଛନ୍ତି।

   Related Posts