ନୂଆଦିଲ୍ଲୀ ୧୨/୧୧: ଆମେରିକାର ୪୭ ତମ ରାଷ୍ଟ୍ରପତି । ହ୍ୱାଇଟ୍ ହାଉସ୍ର ନୂଆ ବସ୍ । ୭୫ ଦିନ ପରେ ଅର୍ଥାତ୍ ଜାନୁୟାରୀରେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହାପୂର୍ବରୁ ନିଜ ଷ୍ଟାଫ୍ଙ୍କ ପାଇଁ ବାଛିଛନ୍ତି ନେତା । ସୁଜି ୱିଲ୍ସଙ୍କୁ ହ୍ୱାଇଟ ହାଉସର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ । ଏନେଇ ସ୍ପଷ୍ଟ କରିଛନ୍ତି ଉପ ରାଷ୍ଟ୍ରପତି ଜେଡି ଭାନ୍ସ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଛନ୍ତି ସେ । ବିଜୟ ପରେ ଏହା ଥିଲା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ପ୍ରଥମ ବଡ ନିଷ୍ପତ୍ତି ସୁସି ୱିଲ୍ସ । ସୁସିଙ୍କ ନାଁ ଘୋଷଣା ପରେ ଖୁସି ବ୍ୟକ୍ତ କରିଥିଲେ ଟ୍ରମ୍ପ । କହିଥିଲେ ସୁସିଙ୍କ ଭଳି ସ୍ମାର୍ଟ ଓ ପରିଶ୍ରମୀ ଲେଡି ଦରକାର ଦେଶକୁ ।
ଫ୍ଲୋରିଡାର ଜଣେ ଅଭିଜ୍ଞ ରିପବ୍ଲିକାନ୍ ରଣନୀତିଜ୍ଞ ସୁସି ଓ୍ୱିଲ୍ସ । ୨୦୧୬ ଓ ୨୦୨୦ରେ ଫ୍ଲୋରିଡାରେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରର ଲିଡ୍ ନେଇଥିଲେ ସୁସି। ଟ୍ରମ୍ପଙ୍କ ବିଜୟ ପଛରେ ସୁସିଙ୍କର ବଡ ହାତ ଥିବା ବୋଲି ଚର୍ଚ୍ଚା ହୁଏ । ନିର୍ବାଚନ ବେଳେ ଶୃଙ୍ଖଳିତ ତଥା ସୁପରିଚାଳିତ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ଥିଲା ସୁସି ଓ୍ୱିଲ୍ସଙ୍କର । ୨୦୧୫ରୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡିତ ଅଛନ୍ତି ସୁସି ଓ୍ୱିଲ୍ସ । ଲାଟିନୋ ଏବଂ କୃଷକାୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ରଣନୀତି ଆପଣେଇ ଥିଲେ ୱିଲ୍ସ । ଯାହାକୁ ଟ୍ରମ୍ପଙ୍କ ବିଜୟରେ ଥିଲା ଟ୍ରମ୍ପ କାର୍ଡ । କେବଳ ଟ୍ରମ୍ପ ନୁହେ ବିରୋଧୀଙ୍କ ସହ ବି କାମ କରିଛନ୍ତି ସୁସି ୱିଲ୍ସ ।
କ୍ୟାରିୟର ଆରମ୍ଭରେ ରିପବ୍ଲିକାନ୍ ୟୁଏସ୍ ପ୍ରତିନିଧୀ ଜ୍ୟାକ୍ କେମ୍ପ ଓ ଟିଲି ଫାଉଲରଙ୍କ ସହ କାମ କରିଥିଲେ ସେ। ଏହି ଉଭୟ ନେତାଙ୍କୁ ଉଦାରବାଦୀ ଭାବେ କରାଯାଏ ବିବେଚନା । ୨୦୧୨ରେ, ୱିଲ୍ସ ୟୁଟାର ପୂର୍ବତନ ରାଜ୍ୟପାଳ ଜନ୍ ହଣ୍ଟସମ୍ୟାନ୍ ଜୁନିୟରଙ୍କ ରାଷ୍ଟ୍ରପତି ଅଭିଯାନ ମହା ପ୍ରବନ୍ଧକ ଭାବେ କରିଥିଲେ କାର୍ଯ୍ୟ । ଜାନୁଆରୀ ୬, ୨୦୨୧ ରେ ଟ୍ରମ୍ପ ସମର୍ଥକମାନେ କ୍ୟାପିଟାଲ ହିଲ ଉପରେ କରିଥିଲେ ଆଟାକ୍ । ଏହା ପରେ ୱିଲ୍ସ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେ କିନ୍ତୁ ବଦଳିଯାଇଛି ସ୍ୱର ।
ଆମେରିକା ସରକାରରେ କ୍ୟାବିନେଟ ପଦ ହେଉଛି ଚିଫ୍ ଅଫ୍ ଷ୍ଟାପ୍ । ଆମେରିକାର ରାଷ୍ଟ୍ରପତି କରନ୍ତି ତାଙ୍କ ନିଯୁକ୍ତି । ଏହା ସିନେଟ୍ ଅନୁମୋଦନ ଆବଶ୍ୟକ କରେନି । ଏହି ପଦବୀରେ ନିଯୁକ୍ତ ବ୍ୟକ୍ତି କେବଳ ରାଷ୍ଟ୍ରପତିଙ୍କୁ ରିପୋର୍ଟ କରନ୍ତି । କର୍ମଚାରୀଙ୍କ ମୁଖ୍ୟ ହେଉଛି ରାଷ୍ଟ୍ରପତିଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରିବା ସହିତ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଏବଂ ନୀତି ପ୍ରାଥମିକତାକୁ ନିୟନ୍ତ୍ରଣ କରିବା। ତାଙ୍କୁ ଦ୍ୱାରପାଳର ବି ଟ୍ୟାଗ୍ ମିଳେ, ଯିଏ ରାଷ୍ଟ୍ରପତିଙ୍କ ନିକଟକୁ କିଏ ଯିବ ତାହା କରନ୍ତି ପରିଚାଳନା । ଏସବୁ ବାଦ୍ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଲୋକଙ୍କ ସମୟ ଓ ତାରିଖ ସ୍ଥିର କରନ୍ତି ସେ ।
ଆମେରିକାର ଫୁଟବଲ ଖେଳାଳି ପ୍ୟାଟ ସମରଲଙ୍କ ଝିଅ ସୁସି ୱିଲ୍ସ । ତାଙ୍କ ବାପା ଦଶନ୍ଧି ଧରି ଜାତୀୟ ଫୁଟବଲ ଲିଗରେ ଖେଳିବା ସହ କରିଥିଲେ ରେକର୍ଡ । ୨୦୧୩ରେ ମୃତ୍ୟୁ ପରେ ନିଜେ ସୃଷ୍ଟି କରିଥିଲେ ନିଜର ପରିଚୟ । ରଣନୀତିଜ୍ଞ ଭାବରେ ଖ୍ୟାତି ସିନା ପାଇଗଲେ, କିନ୍ତୁ ସାକ୍ଷାତକାର ଦେବା ଠାରୁ ଦୂରେଇ ରୁହନ୍ତି ।