କିଏ ସେ ଶ୍ଵେତା ଶାରଦା ? ଯିଏ Miss Universe 2023ରେ କରିବେ ଭାରତକୁ ପ୍ରତିନିଧିତ୍ୱ

Published By : Prameya-News7 Bureau | November 18, 2023 IST

ମୁମ୍ବାଇ ୧୮।୧୧: ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଶ୍ୱେତା ଶାରଦା । ଚଣ୍ଡିଗଡ଼ ଜନ୍ମିତ ଏହି ମଡେଲ ମିସ୍‌ ଡିଭା ୟୁନିଭର୍ସ  ମୁକୁଟ ପିନ୍ଧିବା ପରେ ଆସନ୍ତା ୧୯ ତାରିଖରେ ଏଲ ସାଲଭାଡୋରରେ  ଅନୁଷ୍ଠିତ ହେବାକୁ ଯାଉଥିବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ  ନେବେ ।

ଗତ ବର୍ଷ ମୁମ୍ବାଇଠାରେ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିବା  କଡ଼ା ପ୍ରତିଯୋଗିତାରେ ଭାଗ ନେଇ ଶ୍ୱେତା ମିସ୍‌ ଡିଭା  ୟୁନିଭର୍ସ ଟାଇଟଲ ହାସଲ କରିଥିଲେ । ପୂର୍ବ ବର୍ଷର ଏହି ଟାଇଟଲ୍‌ ବିଜୟିନୀ ଦିବିତା ରାଏଙ୍କ ହାତରୁ ସେ ମୁକୁଟ ପିନ୍ଧିଥିଲେ। ମିସ୍‌ ଡିଭା ହେଉଛି ଫେମିନା ମିସ୍‌ ଇଣ୍ଡିଆ ଗ୍ରୁପ୍‌ର ଅଂଶ। ବ୍ରହ୍ମାଣ୍ଡ  ସୁନ୍ଦରୀ ପ୍ରତିଯୋଗିତା ପାଇଁ ଭାରତୀୟ ପ୍ରତିନିଧିଙ୍କୁ  ଚୟନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରେ । ଏକ ଗଣମାଧ୍ୟମ ସହ  ବାର୍ତ୍ତାଳାପରେ ଶ୍ୱେତା କହିଛନ୍ତି,  ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ  ଭାରତର ପ୍ରତ୍ୟେକ ଝିଅ ଏହି ମୁକୁଟ  ହାସଲ କରିବାକୁ ସ୍ୱପ୍ନ ଦେଖନ୍ତି ।

ଅନ୍ତର୍ଜାତୀୟ ମଞ୍ଚରେ ନିଜ ଦେଶକୁ  ପ୍ରତିନିଧିତ୍ୱ କରିବା ଜୀବନର ଏକ  ବଡ଼ ଉପଲବ୍ଧି । ଏହି ସୁଯୋଗ  ପାଇଥିବାରୁ ମୁଁ ଭାଗ୍ୟଶାଳୀ ଓ  କୃତଜ୍ଞ ମନେକରୁଛି । ବ୍ରହ୍ମାଣ୍ଡ ସୁନ୍ଦରୀ  ମୁକୁଟ ଦେଶକୁ ଆଣିବା ପାଇଁ ମୁଁ  ମୋର ଶ୍ରେଷ୍ଠ ଦେବି ।’ ମଡେଲିଂରେ କ୍ୟାରିଅର୍‌ କରିବା ପାଇଁ ଶ୍ୱେତା ୧୬ ବର୍ଷ ବୟସରେ ମା’ଙ୍କ  ସହ ମୁମ୍ବାଇ ଆସିଥିଲେ ।  ଇନ୍ଦିରା ଗାନ୍ଧି ନ୍ୟାସନାଲ ଓପନ୍‌  ୟୁନିଭର୍ସିଟିରୁ ସେ ସ୍ନାତକ ଡିଗ୍ରୀ  ହାସଲ କରିଛନ୍ତି । ଗତ ଅଗଷ୍ଟ  ୨୭ ତାରିଖରେ ଅନୁଷ୍ଠିତ ମିସ୍‌  ଡିଭା ପ୍ରତିଯୋଗିତାରେ ସେ ମିସ୍‌  ଡିଭା-୨୦୨୩ ଟାଇଟଲ ଜିତିଥିଲେ ।  ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ଡ୍ୟାନ୍ସ  ଦିୱାନେ’ ଓ ‘ଡ୍ୟାନ୍ସ ପ୍ଲସ୍‌’ ଭଳି  ଅନେକ ରିୟଲିଟି ଶୋ’ରେ  ସେ ନଜର ଆସିଥିଲେ ।  ‘ଝଲକ୍‌ ଦିଖ୍‌ଲା ଜା’ରେ  ସେ କୋରିଓଗ୍ରାଫର୍‌  ମଧ୍ୟ ଥିଲେ ।

wp:embed {"url":"https://www.prameyanews7.com/why-doesnt-shah-rukh-go-to-the-party/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-doesnt-shah-rukh-go-to-the-party/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.