Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତି କିଏ ? ବଡ ଗୁମର ଖୋଲିଲେ ମହାରାଷ୍ଟ୍ର ମନ୍ତ୍ରୀ : ଏନସିବି ଦେଲା ସଫେଇ

7/10/2021 at 11:20 AM

ମୁମ୍ବାଇ ୦୭/୧୦: ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନ ଏବେ ଏନସିବି ହେପାଜତରେ ଅଛନ୍ତି । ସେ ସମୁଦ୍ର ମଝିରେ ଡ୍ରଗ୍ସ ପାର୍ଟି କରୁଥିବା ବେଳେ ତାଙ୍କୁ ଏନସିବି ଗିରଫ କରିଥିଲା । ଏହି ସମୟରେ ଆର୍ଯ୍ୟନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇଥିଲେ । ତେବେ ଏହି ଫଟୋରେ ଥିବା ବ୍ୟକ୍ତି କେପି ଗୋସାବୀ ଓ ସେ ଜଣେ ବେସରକାରୀ ଗୁଇନ୍ଦା ଅଧିକାରୀ ବୋଲି କୁହାଯାଉଛି । ତେବେ ଜୁନିଅର ଖାନଙ୍କ ବନ୍ଧୁ ଓ ଅରବାଜଙ୍କୁ ଏନସିବି ଅଫିସ ନେଇଥିବା ବ୍ୟକ୍ତି ମନୀଷ ଭାନୁଶାଲୀ ବିଜେପି ନେତା ବୋଲି ଅଭିଯୋଗ ହେଉଛି ।ଏନେଇ ଏନସିବି ନେତା ତଥା ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ବୁଧବାର ଏନସିବି ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ନବାବ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, ଆର୍ଯ୍ୟନ୍ତଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତି ଜଣେ ଠକ । ସେ ନିଜକୁ ପ୍ରାଇଭେଟ୍ ଡିଟେକ୍ଟିଭ୍ କହିଥାନ୍ତି । ତାଙ୍କ ବିରୋଧରେ ପୁଣେରେ ମାମଲା ଚାଲିଛି । ସେ କେପିଜି ଡ୍ରିମ୍ସ ନାମକ ଏକ କମ୍ପାନୀର ମାଲିକ ଅଟନ୍ତି । ମହାରାଷ୍ଟ୍ରର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ସେ ଏନସିବି କାର୍ଯ୍ୟାଳୟରେ କଣ କରୁଥିଲେ ବୋଲି ନବାବ ପ୍ରଶ୍ନ କରିଛନ୍ତି ।

ସେହିପରି ମନୀଷଙ୍କ ବିଷୟରେ ନବାବ କହିଛନ୍ତି ଯେ, ଆର୍ଯ୍ୟନ ଓ ତାଙ୍କ ବନ୍ଧୁଙ୍କୁ ଘୋଷାରି ନେଇଥିବା ବ୍ୟକ୍ତି ବିଜେପି ନେତା ଅଟନ୍ତି । ସେ ସେପ୍ଟେମ୍ବର ୨୧ରେ ଦିଲ୍ଲୀରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ୨୨ ତାରିଖରେ ସେ ଗାନ୍ଧୀନଗରରେ ଆଉ ଜଣେ ମନ୍ତ୍ରୀଙ୍କୁ ଭେଟିଥିଲେ ।ମନୀଷ ମୁମ୍ବାଇର ଡାବିବଲୀରେ ରୁହନ୍ତି । ସେ ଜଣେ ବିଜେପି କର୍ମୀ । ୨୦୧୨ ଯାଏଁ ସେ କଲ୍ୟାଣ ଜିଲ୍ଲା ସଭାପତି ରହିଥିଲେ । ଏବେ ସେ କୌଣସି ଦଳୀୟ ପଦପଦବୀରେ ନାହାଁନ୍ତି ।

ତେବେ ଅଭିଯୋଗ ପରେ ଏନସିବି ଅଧିକାରୀ ଅଭିଯୋଗ ବାବଦରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଗୋସାବୀ ଓ ଭାନୁସାଲୀଙ୍କୁ ସାକ୍ଷୀ କରାଯାଇଛି । ଆହୁରି ୧୦ ଜଣଙ୍କୁ ସାକ୍ଷୀ ଭାବେ ଗ୍ରହଣ କରାଯାଇଛି ।ଏନସିବି ଜୋନାଲ ଡାଇରେକ୍ଟର ସମୀର ଓ୍ୱାଙ୍ଖଡେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।  

   Related Posts