ପ୍ରକୃତରେ ସୀମା ହାଇଦର କିଏ ? ପାକିସ୍ତାନ କହିଲା- ଆମ ଦେଶର କି ନୁହେଁ ସ୍ପଷ୍ଟ ଜଣା ପଡ଼ୁନି  

Published By : Prameya-News7 Bureau | July 27, 2023 IST

ନୂଆଦିଲ୍ଲୀ: ବାସ୍ତବରେ ସୀମା ହାଇଦର କିଏ ? ସେ ପାକିସ୍ତାନୀ ନାଗରିକ ନି ନାହିଁ ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ମିଳି ପାରି ନାହିଁ। ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ପୋଲିସ ପୋଲିସ୍ତାନୀ ଉଚ୍ଚାୟୋଗଙ୍କୁ ସୀମା ହାଇଦରଙ୍କ ଦସ୍ତାବିଜ ଦେଇ ପଚାରିଥିଲା ଯେ, ସେ ପାକିସ୍ତାନର ନାଗରିକ ନା ନୁହନ୍ତି। ଅଦ୍ୟାବଧି ପାକିସ୍ତାନ ପକ୍ଷରୁ କୌଣସି ଜବାବ ମିଳିନାହିଁ। କିନ୍ତୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କହିବା କଥା ଏ ପର୍ଯ୍ୟନ୍ତ ସୀମା ହାଇଦର ବିଷୟରେ କିଛି ଜଣା ପଡ଼ିନାହିଁ ଯେ, ସେ ବାସ୍ତବରେ ପାକିସ୍ତାନୀ ନାଗରିକ ନା ନୁହନ୍ତି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ବଲୋଚ କହିଛନ୍ତି, ସୀମା ହାଇଦରଙ୍କୁ ଏ ପର୍ଯ୍ୟନ୍ତ କୁଟନୈତିକ ସହାୟତା ଦିଆଯାଇ ନାହିଁ। କିନ୍ତୁ ଭାରତରୁ ପାକିସ୍ତାନ ଆସିଥିବା ଅଞ୍ଜୁଙ୍କ ପାଖରେ ସଠିକ୍ କାଗଜପତ୍ର ରହିଥିବା ସେ କହିଛନ୍ତି। ସେ ଭିସା ସହ ନିୟମ ଅନୁସାରେ ଆସିଛନ୍ତି ଏବଂ ଅଗଷ୍ଟ ୨୦ ପର୍ଯ୍ୟନ୍ତ ରହି ପାରିବେ। ହେଲେ ସୀମା ହାଇଦର ମାମଲା ଜଟିଳ ଲାଗୁଛି। ତଦନ୍ତରେ ଅନେକ ଖୁଲାସା ହେଉଥିଲେ ମଧ୍ୟ ପୋଲିସ ସୀମା ହାଇଦରଙ୍କୁ ନେଇ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହିଁ।

Seema Haider Pakistan
panasiabiz

ସୂଚନାଯୋଗ୍ୟ ସୀମା ହାଇଦରଙ୍କ ମତରେ ପବଜୀ ଗେମ ଖେଳିବା ସମୟରେ ନୋଏଡାର ସଚିନ ମୀଣାଙ୍କ ସହ କଥାବାର୍ତ୍ତା ହୋଇଥିଲା। ପୁଣି ଦୁହେଁ ନମ୍ବର ଦିଆନିଆ ହେଲେ ଏବଂ ପରବର୍ତ୍ତୀ ସମୟରେ ପରସ୍ପରଙ୍କ ମଧ୍ୟରେ ଭଲ ପାଇବା ବଢିଥିଲା। ଏହି ସମୟରେ ସୀମା ଏବଂ ସଚିନଙ୍କ ନେପାଳରେ ସାକ୍ଷାତ ହୋଇ ସାରିଥିଲା।

ପ୍ରେମ ବଢିବା ପରେ ସୀମା ହାଇଦର ଭାରତ ଆସିବାକୁ ଚାହିଁଥିଲେ। ଭିସା ନ ମିଳିବାରୁ ସେ ଦୁବାଇ ଏବଂ ନେପାଳ ଦେଇ ଭାରତରେ ପହଞ୍ଚିଥିଲେ। ସେ ନିଜ ସହ ୪ଟି ପିଲା ନେଇ କି ବି ଆସିଛନ୍ତି, ଯାହା ପ୍ରଥମ ବିବାହରୁ ଜନ୍ମିତ। ସୀମାଙ୍କ କହିବା କଥା ସେ ହିନ୍ଦୁ ରୀତି ନୀତିରେ ସଚିନଙ୍କୁ ବିବାହ କରିଛନ୍ତି ଏବଂ ହିନ୍ଦୁ ଧର୍ମ ଆପଣେଇ ସାରିଛନ୍ତି। ସେ ପାକିସ୍ତାନ ଫେରିବାକୁ ଚାହୁଁ ନାହାନ୍ତି। ସୀମା କହିଛନ୍ତି ସେ ବଲୋଚ ନିବାସୀ ଏବଂ କରାଚିରେ ରୁହନ୍ତି। କିନ୍ତୁ ତାଙ୍କ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳି ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.