ମୁମ୍ଵାଇ ୧୧।୧୦: ସାନିଆ ମିର୍ଜା ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି କି ଶୋଏବ -ସାନିଆଙ୍କ ଛାଡପତ୍ର ହୋଇ ସାରିଛି । ଏନେଇ ଦୁହିଁଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ କିନ୍ତୁ ସବୁଆଡେ ଭାଇରାଲ୍ ହୋଇସାରିଛି। ହେଲେ ବହୁତ କମ୍ ଲୋକ ଜାଣିଛନ୍ତି ମିର୍ଜା ପରିବାରରେ ଏହା ପ୍ରଥମ ଥର ନୁହେଁ ୱ ସାନିଆଙ୍କ ପୂର୍ବରୁ ଭଉଣୀ ଅନମଙ୍କର ବି ଛାଡପତ୍ର ହୋଇସାରିଛି। ପ୍ରଥମ ବିବାହ ଭାଙ୍ଗିବା ପରେ ଅନମ ଦ୍ଵିତୀୟ ବିବାହ କରି ଖୁସିରେ ଅଛନ୍ତି।
ସାନିଆ ସ୍ପୋର୍ଟସ୍ ୱେମନ ହେଲେ ବି ନିଜ ଗ୍ଲାମରସ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଛୋଟ ଭଉଣୀ ଅନମ ଡିଜାଇନର। ସେ ଡିଜାଇନର ହେବା ସହ ୟୁଟ୍ୟୁବର ବି ଅଟନ୍ତି। ତାଙ୍କ ୟୁଟ୍ୟୁବ୍ରେ ଖୁବ୍ ପପୁଲାର କାହିଁକି ନା ସମସ୍ତ ପ୍ରକାରର ଅପଡେଟ ଦିଅନ୍ତି। ଅନମ୍ ବି କୌଣସି ଷ୍ଟାରଙ୍କ ଠାରୁ କମ୍ ନୁହନ୍ତି।
ପ୍ରୋଫେସନାଲ ଲାଇଫ୍ରେ ଅନମ୍ ଖୁବ୍ ହିଟ୍। ସେ ତାଙ୍କ ପର୍ସନାଲ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଅନମ୍ ତାଙ୍କ ପ୍ରଥମ ବିବାହ ଭାଙ୍ଗିବା ପରେ ଚର୍ଚ୍ଚାରେ ଥିଲେ। ତାଙ୍କ ପ୍ରଥମ ବିବାହ ୨୦୧୮ରେ ହୋଇଥିଲା। ଅନେକ ବଲିଉଡ୍ କଳାକାର ସେଥିରେ ସାମିଲ୍ ହୋଇଥିଲେ। ହେଲେ ତାଙ୍କର ଏହି ବିବାହ ଅଧିକ ତିଷ୍ଠି ପାରି ନଥିଲା। ୨ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ହେଲେ ଛାଡପତ୍ରର କାରଣ ସାମ୍ନାକୁ ଆସି ନଥିଲା।
ପ୍ରଥମ ବିବାହ ଭାଙ୍ଗିବା ପରେ ଅନମ ଭାରତୀୟ କ୍ରିକେଟର ପୂର୍ବ କ୍ୟାପଟେନ୍ ମହମ୍ମଦ ଅଜହାରୁଦ୍ଦିନ୍ଙ୍କ ପୁଅ ମହମ୍ମଦ ଅସଦୁଦ୍ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବିବାହ ତିନି ବର୍ଷ ପରେ ଅନମ ମାଆ ହୋଇଥିଲେ। ଝିଅର ନାମ ଦୁଆ ରଖିଥିଲେ। ସୋସିଆଲ୍ ମିଡିଆରେ ଅନମ୍ ଖୁବ୍ ଆକ୍ଟିଭ୍। ସାନିଆ ଓ ତାଙ୍କ ଝିଅ ସହ ଅନେକ ଫଟୋ ସେୟାର କରନ୍ତି।