UPSCର ନୂଆ ଚେୟାର୍‌ମ୍ୟାନ୍‌ ପ୍ରୀତି ସୁଦାନ, ମନୋଜ ସୋନିଙ୍କ ଇସ୍ତଫା ପରେ ଖାଲି ପଡିଥିଲା ପଦବୀ

Published By : Prameya-News7 Bureau | July 31, 2024 IST

ନୂଆଦିଲ୍ଲୀ ୩୧/୦୭: UPSCର ନୂଆ ଚେୟାର୍‌ମ୍ୟାନ୍‌ ହେଲେ ପ୍ରୀତି ସୁଦାନ। ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପ୍ରୀତି ସୁଦାନ UPSCର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଦାୟିତ୍ୱ ଗ୍ରହଣ ନେବେ । କହିବାକୁ ଗଲେ ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଖାଲି ପଡିଥିଲା ପଦବୀ ।  

ଟ୍ରେନି ଆଇଏଏସ୍ ପୂଜା ଖେଡକର ବିବାଦ ସାମ୍ନାକୁ ଆସିବା ପରେ ୟୁପିଏସସିର ଚେୟାର୍‌ମ୍ୟାନ୍‌ ପଦରୁ ଇସ୍ତଫା ଦେଇଥିଲେ ମନୋଜ ସୋନି । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ସୋନି । ଏବେ ତାଙ୍କ ସ୍ଥାନରେ ପ୍ରୀତି ସୁଦାନଙ୍କୁ ନିର୍ବାଚିତ କରାଯାଇଛି । ୨୦୨୨ରୁ UPSCର ସଦସ୍ୟ ଥିବା ପ୍ରୀତି ପୂର୍ବତନ ସ୍ୱାସ୍ଥ୍ୟ ସଚିବ ଭାବରେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି । 

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରୂପେ ତାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୦ରେ ଶେଷ ହୋଇଥିଲା । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ବ୍ୟତୀତ ପ୍ରୀତି ପ୍ରତିରକ୍ଷା ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ କ୍ୟାଡର ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ଦାୟିତ୍ୱରେ ଥିଲେ। ପ୍ରୀତି ସୁଦାନ ବିଶ୍ୱ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବେ ବି କାର୍ଯ୍ୟ କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.