ଆସିଲା ସର୍ଭେ ରିପୋର୍ଟ: ପ୍ରଧାନମନ୍ତ୍ରୀ ଭାବରେ ଜନତାଙ୍କର ପସନ୍ଦ କିଏ, ନରେନ୍ଦ୍ର ମୋଦୀ ନା ରାହୁଲ ଗାନ୍ଧୀ?
20/08/2023 at 9:32 PM

ନୂଆଦିଲ୍ଲୀ: ଯେତେ ଯେତେ ଲୋକସଭା ନିର୍ବାଚନ ପାଖେଇ ଆସୁଛି ସେତେ ସେତେ ଲୋକମାନଙ୍କର ଉତ୍ସାହ ବଢ଼ୁଛି। କିଏ ହେବେ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ରାହୁଲ, ନା ମୋଦୀ ନା ମ୍ୟାଜିକ୍ ହୋଇ ବାଜି ମାରିବ ତୃତୀୟ ସାମୁଖ୍ୟ। ଏସବୁ କଥାକୁ ନେଇ ବିଭିନ୍ନ ସଂସ୍ଥାମାନେ ସର୍ଭେ ମଧ୍ୟ କରିବା ଆରମ୍ଭ କରିଦେଲେଣି।
ଜାତୀୟ ଗଣାଧ୍ୟମ ଏବିପି ନ୍ୟୁଜ୍ ମଧ୍ୟ ତାର ସି ଭୋର୍ଟର ସର୍ଭେ ଆରମ୍ଭ କରିଛି। ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବେ ରାହୁଲ ଗାନ୍ଧୀ ନା ନରେନ୍ଦ୍ର ମୋଦୀ ସେ ନେଇ ସର୍ଭେ କରିଥିଲା ଗଣମାଧ୍ୟମ ସଂସ୍ଥା। ଏହି ସର୍ଭେରେ ଜଡିତ ଥିବା ୭୧ ପ୍ରତିଶତ ଜନତା ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ପ୍ରଧାନମନ୍ତ୍ରୀ ବାଛିଛନ୍ତି। ସେହିପରି ମାତ୍ର ୨୪ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି।
ଅନ୍ୟପଟେ ୪ ପ୍ରତିଶତ ଲୋକ ଦୁଇ ଜଣଙ୍କ ମଧ୍ୟରୁ କେହି ନୁହେଁ କହିଥିବା ବେଳେ ଶୂନ ପ୍ରତିଶତ ଲୋକ ଜାଣି ନାହାନ୍ତି ବୋଲି ଉତ୍ତର ଦେଇଥିଲେ।

ସର୍ଭେରେ ପ୍ରଶ୍ନ କରାଯାଇଥିଲା ଯଦି ଆପଣ ମୋଦୀ ଏବଂ ରାହୁଲଙ୍କ ମଧ୍ୟରେ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ଚାହୁଁଛନ୍ତି, ତେବେ ଆପଣ କାହାକୁ ବାଛିବେ? ତାର ଉତ୍ତର ଥିଲା…
ନରେନ୍ଦ୍ର ମୋଦୀ -୭୧%
ରାହୁଲ ଗାନ୍ଧୀ -୨୪%
ନା – ୪%
ଜାଣିନି – ୧%
ଏହି ସର୍ଭେ ରିପୋର୍ଟ ବି ପଢନ୍ତୁ- ସିଭିସି ରିପୋର୍ଟ: ଗୃହ ମନ୍ତ୍ରଣାଳୟରେ ସର୍ବାଧିକ ଦୁର୍ନୀତି, କେନ୍ଦ୍ର ସରକାରଙ୍କର କେଉଁ ବିଭାଗରେ କେତେ ଦୁର୍ନୀତି ଜାଣନ୍ତୁ