ICC WTC points Tableରେ କେଉଁ ଦଳ ଅଛି ନମ୍ବର ଓ୍ଵାନରେ, କେଉଁଠି ଅଛି ଭାରତ  

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ  ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୩ ଅନ୍ତର୍ଗତରେ ଦୁଇ ମ୍ୟାଚର ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ଅମୀମାସିଂତ ଭାବେ ଶେଷ ହୋଇଛି। ମ୍ୟାଚ୍ ଡ୍ର ରହିବାରୁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ କୌଣସି ବିଶେଷ ଫରକ ପଡିନାହିଁ। ଏହି ମ୍ୟାଚ୍ ପୂର୍ବରୁ ଯେଉଁ ଦଳ ଯେଉଁ ସ୍ଥାନରେ ଥିଲେ ପୂର୍ବବତ ସେହି ସ୍ଥାନରେ ରହିଛନ୍ତି।

ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ର ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଦଳ ଶୀର୍ଷରେ ରହିଛି। ଦଳ ଏ ପର୍ଯ୍ୟନ୍ତ ୭୫ ପ୍ରତିଶତ ମ୍ୟାଚ୍ ଜିତିଛି। ଦ୍ଵିତୀୟରେ ରହିଛି ଦକ୍ଷିଣ ଆଫ୍ରିକା, ଯାହାର ବିଜୟ ପ୍ରତିଶତ ୭୧.୪୩ ରହିଛି। ତୃତୀୟରେ ରହିଛି ଭାରତୀୟ ଦଳ। ଭାରତର ବିଜୟ ପ୍ରତିଶତ ୫୮.୩୩ ରହିଛି। ୫୨.୩୮ ପ୍ରତିଶତ ସହ ପାକିସ୍ତାନ ଚତୁର୍ଥରେ ରହିଛି।

ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଡ୍ର ରହିବା ପରେ ବାଂଲାଦେଶ ଦଳର ବିଜୟ ପ୍ରତିଶତରେ ହ୍ରାସ ଘଟିଛି। ଦଳ ୪୬.୬୭ ବିଜୟ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୩୮.୮୯  ପ୍ରତିଶତ ସହ ଷଷ୍ଠ ସ୍ଥାନରେ, ୩୫.୭୧ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ସପ୍ତମ, ୧୯.୦୫ ବିଜୟ ପ୍ରତିଶତ ସହ ବାଂଲାଦେଶ ଅଷ୍ଟମ ଏବଂ ୧୨.୫ ପ୍ରତିଶତ ସହ ଇଂଲଣ୍ଡ ନବମ ସ୍ଥାନରେ ରହିଛି।  ସୂଚନାଯୋଗ୍ୟ, ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଦଳ ମଧ୍ୟରେ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲା ଖେଳାଯିବ।  

{"id":631786,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.