Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନବୀନଙ୍କ ଉତ୍ତରାଧିକାରୀ କିଏ? ନିଜେ ମୁଖ୍ୟମନ୍ତ୍ରୀ ଦେଲେ ଏମିତି ସୂଚନା…

7/10/2022 at 7:28 PM

ନୂଆଦିଲ୍ଲୀ I ଭୁବନେଶ୍ୱର ୦୭/୧୦: ନବୀନ ପଟ୍ଟନାୟକ। ଏହି ନାମ ହିଁ ସବୁକିଛି ପାଇଁ ଯଥେଷ୍ଠ। ପରିଚୟ, ସଫଳତା, ଉଦାହରଣ,  ସବୁଥିରେ କେବଳ ସ୍ୱତନ୍ତ୍ର ନୁହଁନ୍ତି ସେ ଅନନ୍ୟ। ଦୀର୍ଘ ୨୫ ବର୍ଷର ଅବର୍ଣ୍ଣନୀୟ ରାଜନୈତିକ ଯାତ୍ରାର  ଏହି ମହାନାୟକଙ୍କୁ ପ୍ରଶଂସକ ଯେତେ ବେଶି ପ୍ରଶଂସା କରନ୍ତି ସମାଲୋଚକମାନେ ତାଠାରୁ ଢେର୍‌କମ୍‌ ସମାଲୋଚନା କରିବାକୁ ସମର୍ଥ ହୋଇଥାଆନ୍ତି। ଲଗାତାର ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ରୁ  ୨୦୧୯ ପ୍ରତି ନିର୍ବାଚନରେ କେବଳ ତାଙ୍କ ଦଳ ବିଜୁ ଜନତା ଦଳଙ୍କୁ ବିଜୟୀ କରିନାହାନ୍ତି, ହାସଲ କରିଛନ୍ତି ପ୍ରତିଥର ଅଧିକରୁ ଅଧିକ ଜନ ସମର୍ଥନ। ସାରା ଦେଶରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ତିନିଜଣଙ୍କ ମଧ୍ୟରେ ଜଣେ ନବୀନ ବାବୁ। ତେବେ ଏବେ ଏସବୁ ଆଲେଚନା କରିବାର କାରଣଟି ହେଲା, ‘ଉତ୍ତରାଧିକାରୀ ପ୍ରସଙ୍ଗ’। ହଁ ଉତ୍ତରାଧିକାରୀ ପ୍ରସଙ୍ଗ ବା ପ୍ରଶ୍ନକୁ ନେଇ ନବୀନ ପଟ୍ଟନାୟକ ଏବେ ଗଣାମାଧ୍ୟମରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଇଂରାଜୀ ସାପ୍ତାହିକ ‘ଦ ୱିକ୍‌’ରେ ପ୍ରକାଶିତ ନବୀନଙ୍କ ଏକ ସାକ୍ଷାତକାରକୁ ନେଇ କେବଳ ଓଡ଼ିଆ କିମ୍ୱା ଓଡ଼ିଶା ନୁହେଁ ଦେଶର ରାଜନୈତିକ ମହଲରେ ମଧ୍ୟ ଆଲୋଚନା। ତେବେ ଉତ୍ତରାଧିକାରୀ ପ୍ରସଙ୍ଗରେ କଣ କହିଛନ୍ତି ନବୀନ ପଟ୍ଟନାୟକ ?

ନବୀନ ବାବୁଙ୍କ ପରେ କିଏ? କିଏ ଧରିବ ବିଜେଡିର ମଙ୍ଗ? ସିଧା କଥାରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏହି ପ୍ରଶ୍ନର ଉତ୍ତରରେ ୭୫ ବର୍ଷୀୟ ଓଡ଼ିଶା ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉତ୍ତର ରଖିଛନ୍ତି ତାହାହିଁ ଚିନ୍ତା ଓ ଆଲୋଚନାର ଖୋରାକ। କାରଣ ସାଢ଼େ ଚାରି କୋଟି ଓଡ଼ିଆଙ୍କ ମନରେ ବି ଏହା ଏକ ବଡ଼ ପ୍ରଶ୍ନ ନବୀନଙ୍କ ପରେ କିଏ ? ଖୁବ୍‌ କମ କଥା କହୁଥିବା ଏବଂ ସଂକ୍ଷେପରେ ଉତ୍ତର ରଖୁଥିବା ନବୀନ ବାବୁ କିନ୍ତୁ ଏହି ପ୍ରଶ୍ନର ଉତ୍ତରରେ ଯାହା କହିଛନ୍ତି ତାହା ଏକ ବଡ଼ ଆଲୋଚନାର ଖୋରାକ ନିଶ୍ଚୟ।   

ନବୀନ ବାବୁଙ୍କ ଉତ୍ତର, ‘’ବିଜେଡି ଏକ କର୍ମଠ ବା ଚଳଚଞ୍ଚଳ ଦଳ। ଏହା ଏକ ସ୍ଫୂର୍ତ୍ତୀମାନ ତଥା ସୁଦୃଢ଼ ଗଣତାନ୍ତ୍ରୀକ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଦଳ ଯିଏକି ଓଡ଼ିଶାର ଲୋକଙ୍କ ବିଶ୍ୱାସ ବା ଭରସା ଜିଣିଛି, ଜିଣିଆସିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରଦ୍ଧାର ସହ ଲୋକଙ୍କ ସେବା ଜାରି ରଖିବାକୁ ବିଜେଡି ଏକ ସୁନିଶ୍ଚିତ ଯୋଜନା କରିଛି’’। ଏହି ସୂଚନା ନବୀନ ବାବୁଙ୍କ ଉତ୍ତରାଧିକାରୀ ସମ୍ପର୍କରେ ସୂଚନାକି? ଦୀର୍ଘ ଶାସନ ପାଇଁ ବିଜେଡିର ସୁନିଶ୍ଚିତ ଯୋଜନା, ଏହା କିଛି ନିର୍ଦ୍ଧିଷ୍ଟ ସୂଚନା ଦେଉଛିକି? ଏହି ପ୍ରଶ୍ନ ଓ ଏହାକୁ ଭିତ୍ତି କରି ଏବେ ଆଲୋଚନା।  କାରଣ ଏହା ପୂର୍ବରୁ ଉତ୍ତରାଧିକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଉତ୍ତର ରଖିନାହାନ୍ତି ଓଡ଼ିଶାବାସୀ ହିଁ ଠିକ୍‌ ସମୟରେ ତାଙ୍କ ଉତ୍ତରାଧିକାରୀ ବାଛିବେ ବୋଲି କିଛି ବର୍ଷ ତଳେ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ନବୀନ ପଟ୍ଟନାୟକ। ଏବେର ଉତ୍ତର କିନ୍ତୁ ଭିନ୍ନ ଢଙ୍ଗରେ ରଖିଛନ୍ତି ସେ ।

ଅନ୍ୟପକ୍ଷରେ ରାଜନୀତିକୁ ପସନ୍ଦ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜନୀତି ତାଙ୍କ ପାଇଁ ଏକ କାମ ନୁହେଁ ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି କହିଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ସ୍ପଷ୍ଟ ଭାବେ ଓଡ଼ିଶା ଏବଂ ଓଡିଆଙ୍କ ସେବାହିଁ ତାଙ୍କର ପ୍ରମୁଖ ଲକ୍ଷ  ଓ କାର୍ଯ୍ୟବୋଲି କହିଛନ୍ତି। ଓଡ଼ିଶା ବାସୀଙ୍କ ସେବା ତାଙ୍କ ପାଇଁ ଏକ ଜୀବନବ୍ୟାପି ସୁଯୋଗ ବୋଲି ଅଭିହିତ କରି କେବଳ ଓଡ଼ିଶା ତଥା ଓଡ଼ିଶା ବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟହିଁ ତାଙ୍କ ପଦକ୍ଷେପ ସହ ଯଡ଼ିତ ଥିବା ଉଲ୍ଲେଖ କରିଛନ୍ତି। ଓଡି଼ଶାବାସୀଙ୍କ ସେବା କରିବାରେ ସେ ବହୁତ ଖୁସିଥିବା ଉଲ୍ଲେଖ କରି ଜାତୀୟ ରାଜନୀତି ପାଇଁ ତାଙ୍କ ଅନାଗ୍ରହର ସଙ୍କେତ ମଧ୍ୟ ଦେଇଛନ୍ତି। ରାଜ୍ୟର ବିକାସ ଏବଂ ଦେଶର ବୃହତ୍ତର ସ୍ୱାର୍ଥ ତାଙ୍କର ନୀତି ବୋଲି ସୂଚାଇବା ବେଳେ ସାମାଜିକ ସଦଭାବ ହିଁ ଭାରତକୁ ବିଶ୍ୱଶକ୍ତି କରିପାରିବ ବୋଲି ପ୍ରକାଶ କରିଛନ୍ତି। ଏହା ସହିତ ସରକାର ଏବଂ ରାଜନୀତି ଦୁଇଟି ଭିନ୍ନ ପ୍ରସଙ୍ଗ ଏବଂ ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ଶସକ୍ତିକରଣ ହିଁ ବିଜୁଜନତା ଦଳର ମୁଖ୍ୟ ଲକ୍ଷ ଓ ତାହାକୁହିଁ ଦଳ ଗୁରୁତ୍ୱ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର ମନେ କରୁଥିବା ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ, ବିକାଶକୁ ହିଁ ପ୍ରଧାନ୍ୟ ଦେଉଥିବା ସ୍ପଷ୍ଟ କରିଥିବା ବେଳେ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଶିଳ୍ପ, କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଆଦି ବିଭିନ୍ନ ପ୍ରଶ୍ନ ଉପରେ ସ୍ପଷ୍ଟ ଉତ୍ତର ରଖିଥିବା ବେଳେ ନାଗରିକ ଶସକ୍ତିକରଣ ଏବଂ ଲୋକଙ୍କ ଜୀବନ ମାନଦଣ୍ଡରେ ଉନ୍ନତିହିଁ ପ୍ରତି ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି।

ଆଗାମୀ ବର୍ଷରେ ଓଡ଼ିଶାରେ ବିଶ୍ୱସ୍ତରୀୟ କୁଶଳି କର୍ମଜୀବି, ବ୍ୟାପକ ଶିଳ୍ପ ବିକାଶ, ସେବା କ୍ଷେତ୍ରରେ ବ୍ୟାପକ ବିକାଶ ଏବଂ ଓଡ଼ିଶାବାସୀଙ୍କ ଉଚ୍ଚମାନର ଜୀବନଧାରଣ ତାଙ୍କ ଲକ୍ଷ ଓ ସେଥିପାଇଁ କାର୍ଯ୍ୟଆରମ୍ଭ ହୋଇସାରିଛି ବୋଲି ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

   Related Posts