Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ମୁକେଶ ଓ ନୀତା ଅମ୍ବାନୀଙ୍କ ପଡୋଶୀ କିଏ ? ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା…

15/03/2023 at 5:58 PM

ମୁମ୍ବାଇ ୧୫।୦୩; ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ନିକଟରେ ରହିବାକୁ ଅବା କିଏ ନଚାହେଁ। ପ୍ରାୟ ସମସ୍ତେ ଜାଣିଥିବେ ଯେ ଏସିଆର ନମ୍ବର ଓ୍ଵାନ ଧନୀ ମୁକେଶ ଅମ୍ବାନୀଙ୍କର ସାଉଥ୍ ବମ୍ବେରେ ରହିଛି ଆଲିଶାନ୍ ବଙ୍ଗଳା । ଯାହାର ନାଁ ହେଉଛି ଆଣ୍ଟାଲିଆ । ଏହା ଅଲ୍ଟାମାଉଣ୍ଟ ରୋଡରେ ଅବସ୍ଥିତ। ବଙ୍ଗଳାଟି ଭାରତର ‘ବିଲିୟନେୟାର ରୋ’ ଭାବରେ ମଧ୍ୟ ଜଣାଶୁଣା । ମୁକେଶ ଅମ୍ବାନୀଙ୍କ ଘର ଦେଶର ସବୁଠାରୁ ମହଙ୍ଗା । ଯେଉଁଠାରେ ମିଳିଥାଏ ସବୁପ୍ରକାରର ଅତ୍ୟାଧୁନିକ ସୁବିଧା । କିନ୍ତୁ କେହି ଜାଣିଛନ୍ତି କି କେଉଁମାନେ ଅଟନ୍ତି ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ପଡୋଶୀ । ଆସନ୍ତୁ ଜାଣିବା…


ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ଯେଉଁଠାରେ ଅବସ୍ଥିତ, ତାହା ହେଉଛି ମୁମ୍ବାଇର ଏକ ଉଚ୍ଚ ପ୍ରୋଫାଇଲ୍ ସ୍ଥାନ । ଏଠାରେ ରହିଛି ଅନେକ ବ୍ୟବସାୟୀ ଏବଂ କିଛି ବଲିଉଡ ସେଲିବ୍ରିଟିଙ୍କ ଘର । ସେମାନଙ୍କ ପଡ଼ୋଶୀମାନଙ୍କ ବିଷୟରେ କହିବାକୁ ଗଲେ, ପ୍ରଥମେ ମନକୁ ଆସେ ଓସୱାଲ ପରିବାର । ଓସୱାଲ ପରିବାର ଅମ୍ବାନୀ ପରିବାରର ପଡ଼ୋଶୀ । ୨୦୨୦ ମସିହାରେ, ମୋତିଲାଲ ଓସୱାଲ ଟ୍ରଷ୍ଟ ‘୩୩ ସାଉଥ୍’ର ୧୩ ଏବଂ ୧୭ ମହଲାରେ କିଣିଥିଲେ ଡୁପ୍ଲେକ୍ସ । ଓସୱାଲ ପରିବାର ପ୍ରତି ବର୍ଗଫୁଟ ପିଛା ଦେଇଥିଲେ ୧ କୋଟି ୪୮ ଲକ୍ଷ ଟଙ୍କା ।


ଏହି ଅଞ୍ଚଳର ଆଉ ଜଣେ ଅରବପତି ମଧ୍ୟ ଘର କିଣିଛନ୍ତି । ସେ ହେଉଛନ୍ତି ୟେସ୍ ବ୍ୟାଙ୍କ୍ ପ୍ରତିଷ୍ଠାତା ରାଣା କପୁର । ସେ ୨୦୧୩ରେ ମୁମ୍ବାଇର ପୋସ୍ ଅଲ୍ଟାମାଉଣ୍ଟ ରୋଡରେ ଏକ ରେସିଡେନଟାଲ୍ କମ୍ପ୍ଲେକ୍ସ କିଣିଥିଲେ । ଯାହାର ଦାମ୍ ୧୨୮ କୋଟି । ୬ଟି ଆପାର୍ଟମେଣ୍ଟ ଥିବା ଏହି ବିଲଡିଂର ନାଁ ହେଉଛି ଖୁରସିଦାବାଦ । ଏହାର ମୂଲ୍ୟ ପ୍ରାୟ ୧୫୦ କୋଟିରୁ ଅଧିକ ।


ଟାଟା ଗ୍ରୁପ୍ର କମ୍ପାନୀ ‘ଟାଟା ସନ୍ସ’ର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ ପରିବାର ମଧ୍ୟ ଗତ ୫ବର୍ଷ ଧରି ଏହି ଅଞ୍ଚଳରେ ରହୁଥିଲେ । କିନ୍ତୁ କିଛି ବର୍ଷ ପୂର୍ବେ ସେ ଅନ୍ୟ ଏକ ଡୁପ୍ଲେକ୍ସରେ ୧୧ ଏବଂ ୧୨ ମହଲାରେ କିଣିଥିଲେ । ଯାହାର ଦାମ୍ ରହିଥିଲା ୯୮ କୋଟି । ଏହାପଛକୁ ଅଛନ୍ତି ରଚନା ଜୈନ୍ । ସେ ହେଉଛନ୍ତି ଡ୍ରିମ୍-୧୧ କୋ-ଫାଉଣ୍ଡର ହର୍ସ ଜୈନଙ୍କ ପତ୍ନୀ । ସେ ଏହି ଅଞ୍ଚଳରେ ଏକ ଡୁପ୍ଲେକ୍ସ ୭୨ କୋଟିରେ କିଣିଥିଲେ । ସେହିପରି ‘ବିଲିୟନେୟାର ରୋ’ରେ ଜେଏସଡବ୍ଲ ଏନେର୍ଜିର ସିଇଓ ପ୍ରଶାନ୍ତ ଜୈନଙ୍କର ମଧ୍ୟ ଏକ ଡୁପ୍ଲେକ୍ସ ରହିଛି । ଯାହାକୁ ୪୫ କୋଟିରେ କିଣିଥିଲେ ପ୍ରଶାନ୍ତ ।


ଯଦି ସେଲିବ୍ରେଟିଙ୍କ କଥା କହିବା ତେବେ ଏହି ଲିଷ୍ଟରେ ଅଛନ୍ତି ସ୍ବର୍ଗତ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବଂ ଆଶା ଭୋସଲେଙ୍କ ଘର । ଯେଉଁମାନେ କି ଆଣ୍ଟାଲିଆର ଆଖପାଖରେ ରୁହନ୍ତି । ଏହି ଅଞ୍ଚଳରେ ମଧ୍ୟ ରହିଛି ପ୍ରସିଦ୍ଧ ଅଭିନେତା ଗୁରୁ ଦତ୍ତଙ୍କ ବାସଭବନ ରହିଛି ।

   Related Posts