ChatGPT କମ୍ପାନୀ ବୋର୍ଡର ନୂଆ CEO ଭାରତୀୟ ବଂଶୋଦ୍ଭବ, କିଏ ମୀରା ମୂର୍ତ୍ତୀ

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ 19/11 : ChatGPTର ସିଇଓ ସାମ ଅଲ୍ଟମ୍ୟାନଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କରାଯାଇଛି ବହିଷ୍କାର। ସେ ଥିଲେ କମ୍ପାନୀର ସହ-ପ୍ରତିଷ୍ଠାତା।  ଓପନଏର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ମୀରା ମୁର୍ତ୍ତୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ସିଇଓ । କମ୍ପାନୀ କହିଛି ସ୍ଥାୟୀ ସିଇଓ ନମିଳିବା ଯାଏ ମୀରା ମୂର୍ତ୍ତି ସମ୍ଭାଳିବେ ଏହି ପଦ । ଏହି ଘୋଷଣା ଓପନ୍ ଏଇ କର୍ମଚାରୀଙ୍କୁ କରିଛି ଆଶ୍ଚର୍ଯ୍ୟ ।

{"id":871877,"sizeSlug":"full","linkDestination":"none"}

OpenAI ନିଜ ବ୍ଲଗରେ ଲେଖିଛି ‘ବହୁ ବିଚାର ବିମର୍ଶ ପରେ ଆଲ୍ଟମ୍ୟାନଙ୍କୁ ଏହି ପଦବୀରୁ ହଟାଇବାକୁ କମ୍ପାନୀର ବୋର୍ଡ ନିଷ୍ପତ୍ତି ନେଇଛି । ସମୀକ୍ଷା ବୈଠକରେ ବୋର୍ଡ ସଦସ୍ୟମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସାମ ସେମାନଙ୍କ ସହ ଠିକ ଭାବରେ ଯୋଗାଯୋଗ କରୁଅନାହାନ୍ତି । ଯାହା ବୋର୍ଡକୁ ଏହାର ଦାୟିତ୍ୱ ନିର୍ବାହ କରିବାରେ ବାଧା ସୃଷ୍ଟି କରୁଛି ।‘ ଆଲ୍ଟମ୍ୟାନଙ୍କ ଦକ୍ଷତା ଉପରେ ବୋର୍ଡର ଆଉ ବିଶ୍ୱାସ ନାହିଁ, ତେଣୁ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା ।

OpenAIର ସିଇଓ ପଦରୁ ହଟାଯିବା ପରେ ସାମ ଅଲ୍ଟମାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଥିଲେ। ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ OpenAI ରେ କାଟିଥିବା ମୋର ସମୟ ଖୁବ୍ ଭଲ ଥିଲା। ଏହା ବିଶ୍ବ ପାଇଁ ବହୁତ  ପରିବର୍ତ୍ତନକାରୀ ହେବ ବୋଲି ପାଇଁ ଆଶା କରୁଛି । ମୁଁ ମଧ୍ୟ ଏପରି ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ କାମ କରିବାକୁ ପସନ୍ଦ କରେ । ବର୍ତ୍ତମାନ ମୁଁ କ’ଣ କରିବି ସେ ବିଷୟରେ ଅନେକ କିଛି କହିବାକୁ ଅଛି । ସାମ ଅଲ୍ଟମ୍ୟାନଙ୍କ ଇସ୍ତଫା ପରେ ଓପନଏଆଇର ସଭାପତି ଗ୍ରେଗ ବ୍ରୋକମ୍ୟାନ ମଧ୍ୟ କମ୍ପାନୀ ଛାଡିଛନ୍ତି । ସେ ନିଜ ସୋସିଆଲ ମେଡ଼ିଆ ପ୍ଲାଟଫର୍ମ x ରେ ଲେଖିଛନ୍ତି ‘’ମୁଁ ଆଠ ବର୍ଷ ପୂର୍ବେ ମୋ ଆପାର୍ଟମେଣ୍ଟରେ ଏହାକୁ ଆରମ୍ଭ କରିବା ପରଠାରୁ ଆମେ ସମସ୍ତେ ଏକାଠି ମିଶି ଯାହା କିଛି ବି କରିଛୁ ସେଥିପାଇଁ ମୁଁ ବହୁତ ଗର୍ବିତ । ‘ଭଲ ଓ ଖରାପ ସମୟ ମଧ୍ୟରେ ଆମେ ଏକାଠି ରହିଛୁ । କିନ୍ତୁ ଆଜିର ଖବର ଉପରେ ଆଧାର କରି ମୁଁ ଇସ୍ତଫା ଦେଇଛି । ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

{"id":871878,"width":835,"height":500,"sizeSlug":"full","linkDestination":"none"}

ତେବେ କିଏ ମୀରା ମୁର୍ତ୍ତୀ ଆସନ୍ତୁ ଜାଣିବା...
ମୀରା ମୁରତିଙ୍କ ଜନ୍ମ 1988ରେ ଆଲବାନିଆରେ। ତାଙ୍କ ବାପା ମା ଭାରତୀୟ।  ସେ କାନାଡାରୁ ପାଠପଢ଼ା ଅଧ୍ୟୟନ ସମାପ୍ତ କରିଛନ୍ତି ।  ସେ ଜଣେ ମେକାନିକାଲ୍ ଇଞ୍ଜିନିୟର।  ଟେସଲାରେ କାମ କରୁଥିବାବେଳେ ମଡେଲ ଏକ୍ସ ଟେସଲା କାର ପ୍ରସ୍ତୁତ କରିବାରେ ମୀରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।  ଅଧ୍ୟୟନ ସମାପ୍ତ କରିବା ପରେ ମୁର୍ତ୍ତୀ 2011 ରେ ଇଣ୍ଟର୍ଣ୍ଣ ଭାବରେ ଗୋଲ୍ଡମ୍ୟାନ୍ ସାକ୍ସରେ କ୍ୟାରିଅର୍ ଆରମ୍ଭ କରିଥିଲେ ।  ଏହାପରେ, 2012 ରୁ 2013 ପର୍ଯ୍ୟନ୍ତ ସେ ଜୋଡିୟକ ଏରୋସ୍ପେସରେ କାମ କରିଥିଲେ। ସେ 2018 ରେ OpenAI ରେ ଯୋଗ ଦେଇଥିଲେ । ନିକଟରେ ଟାଇମ୍ସ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ମୀରା ଚାଟଜିପିଟିର ଅପବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଯାହା ପରେ ତାଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା।  

Also Read-ହମାସ୍ ଆତଙ୍କୀଙ୍କ ଆଡ୍ଡା ଏବେ ସ୍କୁଲ; ସେପଟେ ଅଲ-ଶିଫା ହସ୍ପିଟାଲକୁ ନେଇ ଚିନ୍ତା ପ୍ରକଟ କଲା WHO

ତେବେ  ଚର୍ଚ୍ଚା ହେଉଛି ସାମ୍ ଅଲ୍ଟମ୍ୟାନ୍ ପୁଣି କମ୍ପାନୀକୁ ରିଟର୍ଣ୍ଣ କରି ପାରନ୍ତି। ସାମ ଅଲ୍ଟମ୍ୟାନ୍ ଚାଟଜିପିଟିକୁ ବିଶ୍ୱରେ ପରିଚିତ କରାଇଥିଲେ ।  ସେତେବେଳେ ଖୁବ ଆଲୋଡନ ସୃଷ୍ଟି କରିଥିଲା ।  ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟବଟର  ମଣିଷ ପରି କବିତା କିମ୍ବା କାହାଣୀ ଲେଖିବାର କ୍ଷମତା ଅଛି । ଚାଟ୍ ଜିପିଟି କଠିନ ପ୍ରଶ୍ନର ସହଜରେ ଉତ୍ତର ଅତି ସହଜରେ ଦେଇଥାଏ ।  ଏହା ମଧ୍ୟ ବହୁତ ୟୁଜର ଫ୍ରେଣ୍ଡଲି ।  ଅର୍ଥାତ୍ ଏହାକୁ ବ୍ୟବହାର କରିବା ଅତି ସହଜ । ୨୦୧୫  ରେ ChatGPT ସୃଷ୍ଟି କରିଥିବା କମ୍ପାନୀ OpenAI ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.