କିଏ ଏହି ମନୋଜ ଜରାଙ୍ଗେ ପାଟିଲ ? ସାଧାରଣ ପରିବାରରୁ ଆସି କିପରି ପାଲଟିଲେ ମରାଠା ସଂରକ୍ଷଣ ଆନ୍ଦୋଳର ସବୁଠୁ ବଡ଼ ଚେହେରା ?

Published By : Prameya-News7 Bureau | November 01, 2023 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ହିଂସାର ରୂପ ନେଇସାରିଛି । ମରାଠା ସମୁଦାୟ ପାଇଁ ସଂରକ୍ଷଣ ଦାବି କରି ୪୦ ବର୍ଷୀୟ ମନୋଜ ଜରାଙ୍ଗେ ପାଟିଲ ୨୦୧୪ ପରଠାରୁ ଅନେକ ଆନ୍ଦୋଳନ କରିସାରିଛନ୍ତି । ଯାହା ଅଧିକ ଚର୍ଚ୍ଚାରେ ରହୁ ନଥିଲା । ତାଙ୍କର ଅଧିକାଂଶ ପ୍ରଦର୍ଶନ ଜାଲନା ଜିଲ୍ଲା ବାହାରକୁ ଯାଇ ପାରି ନଥିଲା । ନିକଟରେ ତାଙ୍କ ଆମରଣ ଅନଶନ ମହାରାଷ୍ଟ୍ରରେ ହଇଚଇ ସୃଷ୍ଟି କରିଛି । ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନକାରୀ ନେତା ମନୋଜ ଜରାଙ୍ଗେଙ୍କ ସହ କଥା ହୋଇ ମରାଠା ସମୁଦାୟକୁ କୁନବୀ ଜାତି ବର୍ଗରେ ସାମିଲ କରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଆଶ୍ୱାସନା ପରେ ମନୋଜ ଜରାଙ୍ଗେ ପାଟିଲ ଆରମଣ ଅନଶନକୁ ଶେଷ କରିଛନ୍ତି ।

ମନୋଜ ଜରାଙ୍ଗେ ୨୦୧୧ରେ ମରାଠା ଆନ୍ଦୋଳନ ଆରମ୍ଭ କରିଥିଲେ । ୨୦୨୩ ସୁଦ୍ଧା ସେ ୩୦ରୁ ଅଧିକ ଥର ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ କରି ସାରିଛନ୍ତି । ଜରାଙ୍ଗେ ମରାଠା ସଂରକ୍ଷଣ ଆନ୍ଦୋଳର ପ୍ରମୁଖ ଚେହେରା । ମରାଠାୱାଡା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । ୨୦୧୬ରୁ ୧୮ ଯାଏ ଜାଲନାରେ ମରାଠା ସଂରକ୍ଷଣ ଆନ୍ଦୋଳନ ନେତୃତ୍ୱ ଜରାଙ୍ଗେ ନେଇଥିଲେ ।

କିଏ ଏହି ମନୋଜ ଜରାଙ୍ଗେ ପାଟିଲ ?

 ୪୨ ବର୍ଷୀୟ ମନୋଜ ଜରାଙ୍ଗେ ପାଟିଲ ମୂଳତଃ ମହାରାଷ୍ଟ୍ରର ବିଡ ଜିଲ୍ଲାର ବାସିନ୍ଦା । ପ୍ରାୟ ୨୦ ବର୍ଷ ତଳେ ମରୁଡ଼ି ଯୋଗୁଁ ତାଙ୍କ ବାପା ଜାଲନାର ଅଙ୍କୁଶ ନଗରର ମୋହିତେ ବସ୍ତିରେ ଆସି ରହିଥିଲେ । ୪ ପୁଅଙ୍କ ଭିତରେ ସବୁଠୁ ସାନ ମନୋଜ ଆଜି ମରାଠା ସମାଜର ବଡ଼ ନେତା ପାଲଟିଛନ୍ତି । ମରାଠା ସମୁଦାୟ ସଂରକ୍ଷଣର ପ୍ରବଳ ସମର୍ଥକ ମନୋଜ ଜରାଙ୍ଗେ ପାଟିଲ୍ ସଂରକ୍ଷଣ ପାଇଁ ଲଢୁଥିବା ସବୁ ପ୍ରତିନିଧିମଣ୍ଡଳର ଅଂଶ ଥିଲେ ।

{"id":864617,"sizeSlug":"full","linkDestination":"none"}

୨୦୧୦ରେ ଜରାଙ୍ଗେ ଦ୍ୱାଦଶ ଶ୍ରେଣୀରେ ନିଜ ପାଠ ପଢା ଛାଡିଥିଲେ । ପରେ ସେ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେ ନିଜ ଜୀବିକା ପାଇଁ ଏକ ହୋଟେଲରେ କାମ କରୁଥିଲେ । ଗତ ୧୨ ବର୍ଷରେ ଜରାଙ୍ଗେ ୩୦ରୁ ଅଧିକ ଥର ମରାଠା ସଂରକ୍ଷଣ ଆନ୍ଦୋଳନ କରିଛନ୍ତି । ପ୍ରଥମେ ମନୋଜ ଜରାଙ୍ଗେ କଂଗ୍ରେସ କାର୍ଯ୍ୟକର୍ତ୍ତା ଥିଲେ । ସେ ଜାଲନା ଜିଲ୍ଲାର ଯୁବ କଂଗ୍ରେସ ଅଧ୍ୟକ୍ଷ ହେଲେ । କିନ୍ତୁ ବିଚାରଧାରରେ ମତଭେଦ ଯୋଗୁଁ ସେ ପାର୍ଟିରୁ ଇସ୍ତଫା ଦେଇଥିଲେ । ପରେ ମରାଠା ସମୁଦାୟର ସଶକ୍ତିକରଣ ପାଇଁ ପାର୍ଟିରୁ ଅଲଗା ହୋଇ 'ଶିବବା ସଂଗଠନ' ନାଁରେ ନିଜର ଏକ ସଂସ୍ଥା କରିଥିଲେ ।

ମନୋଜ ଜରାଙ୍ଗେଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ତାଙ୍କ ପରିବାରରେ ମାଆ-ବାପା. ପତ୍ମୀ, ତିନି ଭାଇ ଓ ଚାରି ପିଲା ଅଛନ୍ତି । ସଂଗଠନ ଚଲାଇବା ପାଇଁ ଟଙ୍କା ନଥିବା ଯୋଗୁଁ ନିଜର ୨ ଏକର ଜମି ବିକ୍ରି କରିଦେଇଥିଲେ । ମନୋଜ ଜରାଙ୍ଗେଙ୍କୁ ଆମରଣ ଅନଶନରେ ବିପଦ ରହିଛି । କିନ୍ତୁ ତାଙ୍କ ପରିବାରକୁ ଏଥିରେ ଆଦୌ ବିଚଳିତ ନୁହେଁ । ସମସ୍ତଙ୍କ କହିବା କଥା ସେ ସମାଜ ପାଇଁ ଲଢୁଛନ୍ତି । ସମାଜର ଯୁବକଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ମିଳୁ, ଭଲ ଚାକିରି ମିଳୁ ସେଥିପାଇଁ ସେ ଲଢେଇ କରୁଛନ୍ତି । ଏହି ଲଢେଇରେ ପରିବାରର ସମସ୍ତେ ତାଙ୍କ ସହ ଅଛନ୍ତି ।

Also read: ମରାଠା ସଂରକ୍ଷଣ ଆନ୍ଦୋଳନ: ବିଡ୍‌ ଜିଲ୍ଲାରେ କର୍ଫ୍ୟୁ, ଇଣ୍ଟରନେଟ୍‌ ସେବା ବନ୍ଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.