WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଅ ଅସୁସ୍ଥ ଥିବାରୁ ଆସିଲା ଉପାୟ ; ଛାଡ଼ିଲେ Govt ଚାକିରି ,୫ହଜାରରୁ ଆରମ୍ଭ ବ୍ୟବସାୟ ପହଞ୍ଚିଛି ୧୧,୦୦କୋଟିରେ

26/09/2023 at 7:15 PM

ନୂଆଦିଲ୍ଲୀ 26/09 : ଟଙ୍କା ତ ସବୁଠି ଓ ସବୁ କ୍ଷେତ୍ରରେ ରହିଛି। କେବଳ ଦରକାର ଏହାକୁ ଚିହ୍ନିବାକୁ। ଲୋକମାନେ ବାୟୁ, ଜଳ ଏବଂ ମାଟି ବିକ୍ରି କରି ରୋଜଗାର କରୁଛନ୍ତି ଟଙ୍କା। ଯେଉଁ ବ୍ୟକ୍ତିଙ୍କ କାହାଣୀ ଆମେ ଆଜି ଆପଣଙ୍କୁ କହିବୁ ସେ ମଧ୍ୟ ତାଙ୍କର ଭିନ୍ନ ଦୃଷ୍ଟିକୋଣ ସହିତ ଜଳ ଆଧାରରେ ଛିଡ଼ା କରିଛନ୍ତି କୋଟି କୋଟିର ସାମ୍ରାଜ୍ୟ।

ମହେଶ ଗୁପ୍ତା, ଯିଏ ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ପାଠପଢ଼ା ସାରି ସରକାରୀ ଚାକିରି କରିଥିଲେ। ହେଲେ କାମରେ ଲାଗୁନଥିଲା ମନ। ସେ କିଛି ଅଲଗା କରିବାକୁ ଚାହୁଁଥିଲେ । ତେବେ ଯେଉଁଠି ଇଚ୍ଛା ଅଛି, ସେଇଠି ଉପାୟ ଅଛି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହେଶ ଗୁପ୍ତା ବାଟ ପାଇଥିଲେ ତାପୁଣି ତାଙ୍କ ଇଚ୍ଛା ଅନୁଯାୟୀ ।  ହଠାତ୍ ତାଙ୍କ ଜୀବନରେ ଏପରି ପରିସ୍ଥିତି ଉପୁଜିଥିଲା ଯେଉଁଥିପାଇଁ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା। ତାଙ୍କ ପୁଅ ‘ଜଣ୍ଡିସ୍’ରେ ପୀଡିତ ହେଲେ। ପୁଅଙ୍କ ଅସୁସ୍ଥତା ସହିତ ସେ ଏକ ବଡ ସମସ୍ୟା ଦେଖିଲେ ଯାହା ପରେ ସେ ଏହାର ସମାଧାନ କରିବାକୁ ଶପଥ କଲେ। ଏହି ସମସ୍ୟା ହେତୁ ତାଙ୍କ ପୁଅ ବାରମ୍ବାର ଅସୁସ୍ଥ ହୋଇପଡିଥିଲେ। ମହେଶ ଗୁପ୍ତା ସରକାରୀ ଚାକିରିରୁ ଇସ୍ତଫା ଦେଇ ସେହି ସମସ୍ୟାର ସମାଧାନ ଖୋଜିଲେ। ପୁଅ ଅସୁସ୍ଥତାର ଉପଶମ ଖୋଜି ମହେଶ ଗୁପ୍ତା ଏପରି କିଛି ଆରମ୍ଭ କରିଥିଲେ, ଯାହା ଆଜି ଆମ ଦେଶର ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳୁଛି। ଏମିତି ହୋଇଥିଲା କେଣ୍ଟ୍ ROର ଆରମ୍ଭ ।  

24 ସେପ୍ଟେମ୍ବର 1954 ରେ ଦିଲ୍ଲୀରେ ଜନ୍ମ ହୋଇଥିବା ମହେଶ ଏକ ସାଧାରଣ ପରିବାରର ଥିଲେ। ସେ ପାଠ ପଢ଼ାରେ ଖୁବ୍ ଭଲ।  ତାଙ୍କ ବାପା ଅର୍ଥ ମନ୍ତ୍ରଣାଳୟରେ ସେକ୍ସନ୍ ଅଫିସର ଥିଲେ। ପାଞ୍ଚ ଭାଇ ଓ ଭଉଣୀଙ୍କ ସହ ପୂରା ପରିବାର ଏକ ଛୋଟ ଘରେ ରହୁଥିଲେ। ଲୋଧି ରୋଡରୁ ପାଠପଢ଼ା ସମାପ୍ତ କରିବା ପରେ ମହେଶ ଗୁପ୍ତା କାନପୁର ଆଇଆଇଟିରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଦେହେରାଡୁନ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମରୁ ମାଷ୍ଟର୍ସ କରିଥିଲେ। ଅଧ୍ୟୟନ ପରେ ସେ ଭାରତୀୟ ତୈଳ ନିଗମରେ ଚାକିରି ପାଇଲେ। ଜଣେ ସାଧାରଣ ବ୍ୟକ୍ତିଙ୍କ ପାଖରେ ଯାହା ରହିବା କଥା ମହେଶଙ୍କ ପାଖରେ ସେସବୁ ଥିଲା।  ସରକାରୀ ଚାକିରି,  ଭଲ ଘର, ପରିବାର। ତଥାପି ସେ ଖୁସି ନଥିଲେ। କିଛି ଭିନ୍ନ କରିବାକୁ ଚାହଁଥିଲେ।  ବହୁ ବିଚାର ପରେ, ସେ ଶେଷରେ 1988ରେ ଚାକିରି ଛାଡି ତେଲ ମିଟର ବ୍ୟବସାୟ ଆରମ୍ଭ କଲେ ।  ସେ ନୋଏଡାରେ ଏକ କାରଖାନା ସ୍ଥାପନ କରିଥିଲେ। ଏହି ସମୟରେ ତାଙ୍କ ପିଲାମାନେ ଅସୁସ୍ଥ ହେବାକୁ ଲାଗିଲେ। ତାଙ୍କ ପିଲାମାନେ ବାରମ୍ବାର ଜଣ୍ଡିସରେ ପୀଡିତ ହେଲେ। ଡାକ୍ତରଙ୍କ କହିବାନୁସାରେ, ମଇଳା ପାଣି ଯୋଗୁଁ ସେମାନଙ୍କ ପିଲାମାନେ ବାରମ୍ବାର ଅସୁସ୍ଥ ହେଉଥିଲେ।  ମହେଶ ଗୁପ୍ତା ତାଙ୍କ ପିଲାମାନଙ୍କର ଅସୁସ୍ଥତାକୁ ନେଇ  ଚିନ୍ତା କରି ମଇଳା ଜଳ ସମସ୍ୟାର ସମାଧାନ ଖୋଜିବାରେ ଲାଗିପଡ଼ିଲେ। ପରେ, ସେ ଏପରି କିଛି ଚିନ୍ତା କଲେ ଯାହା କେବଳ ତାଙ୍କ ପିଲାମାନଙ୍କୁ ଆରୋଗ୍ୟ କରିନଥିଲା ବରଂ ତାଙ୍କୁ କେଣ୍ଟ RO ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା ।

ମହେଶ ଗୁପ୍ତା ବଜାରରୁ  ୱାଟର ପ୍ୟୁରିଫାଏର ଆଣିଥିଲେ। କିନ୍ତୁ ସେ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ।  କାରଣ ସେ ଦେଖିଲେ ଯେ ବଜାରରେ ଉପଲବ୍ଧ RO ଗୁଡିକ ଅତିବାଇଗଣି ଟେକ୍ନୋଲୋଜି ଉପରେ ଆଧାରିତ। ଯେଉଁଠି ସମ୍ପୂର୍ଣ୍ଣ ଭାବେ ମିଳୁନଥିଲା ଶୁଦ୍ଧଜଳ। ତେଣୁ ତାଙ୍କ ମନରେ  ଓଲଟା ଓସ୍ମୋସିସ୍ ଉପରେ ଆଧାରିତ ପ୍ୟୁରିଫାୟର ବିଶୁଦ୍ଧକାରୀ ତିଆରି କରିବାର ଆଇଡିଆ ଆସିଲା। ଏହି ଆଇଡିଆ କମକଲା। ପରେ ସେ 1998ରେ RO ତିଆରି କାର୍ଯ୍ୟ ଆରମ୍ଭ କଲେ । କମ୍ପାନୀ ନାଁ ରଖିଲେ KENT RO । ସେତେବେଳେ ମହେଶ ଗୁପ୍ତା ROର ମୂଲ୍ୟ 20,000 ଟଙ୍କା ରଖିଥିଲେ।  ଯାହା ବଜାରରେ ଉପଲବ୍ଧ ଅନ୍ୟ RO ତୁଳନାରେ ଟିକେ ମହଙ୍ଗା। କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ଏହାର ସୁବିଧା ଦେଖିବା ପରେ କେଣ୍ଟ ଉପରେ ବିଶ୍ୱାସ କରିଥିଲେ ।  ତେବେ ବଜାରରେ କୌଣସି ଉତ୍ପାଦକୁ ଲୋକପ୍ରିୟ କରିବାକୁ ମାର୍କେଟିଂ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ସେ ହେମାମାଳିନିଙ୍କୁ ତାଙ୍କ RO ପାଇଁ ବ୍ରାଣ୍ଡ୍ ଆମ୍ବାସାଡର କରିଥିଲେ ।  ସେ ମାର୍କେଟିଂ ଏତେ ବଢ଼ାଇଥିଲେ ଯେ, ଟିଭି, ରେଡିଓ ଏବଂ ଖବରକାଗଜରେ କ୍ୟାଣ୍ଟର ବିଜ୍ଞାପନ ଦେଖିବାକୁ ମିଳିଥିଲା। ଆଉ 5000 ଟଙ୍କାରୁ ଆରମ୍ଭ ହୋଇଥିବା ମହେଶ ଗୁପ୍ତାଙ୍କ କମ୍ପାନୀ ଆଜି 1100 କୋଟି ଟଙ୍କାରେ ପହଞ୍ଚିଛି।

Also Read- ଚରମ ସୀମାରେ ଭାରତ-କାନାଡା ବିବାଦ, ବ୍ୟବସାୟରେ ପଡିଲା ଇଫେକ୍ଟ

   Related Posts