କିଏ ଏହି ଜଷ୍ଟିସ ସୋନିଆ ଗୋକାନୀ ? ଯିଏ କି ଗୁଜୁରାଟ ହାଇକୋର୍ଟର ହେବେ ପ୍ରଥମ ମହିଳା ପ୍ରଧାନ ବିଚାରପତି...

Published By : Prameya-News7 Bureau | February 11, 2023 IST

ଅହମ୍ମଦାବାଦ ୧୧।୦୨: ଗୁଜୁରାଟ ହାଇକୋର୍ଟର ବରିଷ୍ଠ ବିଚାରପତି ସୋନିଆ ଗୋକାନୀଙ୍କୁ ନିଯୁକ୍ତି ପାଇଁ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର ।  ବର୍ତ୍ତମାନର ପ୍ରଧାନ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଜଷ୍ଟିସ ଅରବିନ୍ଦ କୁମାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବା ପରେ ହାଇକୋର୍ଟର ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଗୋକାନୀ ।

ଜଷ୍ଟିସ ଗୋକାନୀ ଗୁଜୁରାଟ ହାଇକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବେ । ଫେବୃଆରୀ ୯ରେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାମ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ । ସେ ପ୍ରଧାନ ବିଚାରପତି ଭାବରେ ମାତ୍ର ୧୫ ଦିନ କାର୍ଯ୍ୟ କରିବେ । କାରଣ ଜଷ୍ଟିସ୍ ଗୋକାନୀ ୨୫ ଫେବୃଆରୀରେ ଅବସର ନେବେ । କହିରଖୁଛୁ କି, ହାଇକୋର୍ଟର ବିଚାରପତିମାନେ ୬୨ ବର୍ଷ ବୟସରେ ଏବଂ ସୁପ୍ରିମକୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନେଇଥାନ୍ତି ।

ଜଷ୍ଟିସ ଗୋକାନୀ ଗୁଜୁରାଟର ନ୍ୟାୟିକ ସେବାରୁ ଆସିଛନ୍ତି । ସେ ଆତଙ୍କବାଦ ସହ ଜଡିତ ଅନେକ ମାମଲାରେ କଠୋର ନିଷ୍ପତ୍ତି ନେଇଛନ୍ତି । ସେ ୧୭ ଫେବୃଆରୀ ୨୦୧୧ରେ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ପାଇଥିଲେ । ହାଇକୋର୍ଟର ବିଚାରପତି ଭାବେ ସେ ଅନେକ ଐତିହାସିକ ନିଷ୍ପତ୍ତି ବି ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୦୩ରୁ ୨୦୦୮ ମଧ୍ୟରେ ଆତଙ୍କବାଦ ସହ ଜଡିତ ଅନେକ ମାମଲାରେ କଠୋର ନିଷ୍ପତ୍ତି ନେଇଥିଲେ ଜଷ୍ଟିସ୍ ଗୋକାନୀ । ଏଥିସହିତ କରୋନା ସମୟରେ, ସେ ଅନଲାଇନ୍ କୋର୍ଟରେ ନେଉଥିବା ନିଷ୍ପତ୍ତି ନିଜେ ହିଁ ଟାଇପ୍ କରୁଥିଲେ ।

୨୬ ଫେବୃଆରୀ ୧୯୬୧ରେ ରେ ଜନ୍ମ ହୋଇଥିବା ଗୋକାନି ମାଇକ୍ରୋ ବାୟୋଲୋଜି ପଢା ସହିତ ସେ LLB ଏବଂ LLM କରିଥିଲେ । ୧୯୯୫ରେ ଜିଲ୍ଲା ଜଜ୍ ହୋଇଥିଲେ ଗୋକାନି । ଏହାପରେ ସେ ୨୦୧୧ରେ ଗୁଜୁରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.