scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

OTTରୁ ମୋଟା ଅଙ୍କର ଫି’ ନେଇଛନ୍ତି ଏହି ଅଭିନେତା, ଲିଷ୍ଟର ପ୍ରଥମରେ ଅଛନ୍ତି…

12/06/2023 at 2:56 PM

ମୁମ୍ବାଇ ୧୨।୦୬: ଖୁବ୍ କ୍ରେଜରେ ରହିଛି ଓଟିଟି ପ୍ଲାଟଫର୍ମ । ଏବେ ସାରା ବିଶ୍ବରେ ବଢୁଛି ଓଟିଟିର ପ୍ରାଧାନ୍ୟ । ଖାସ୍‌ କରି କୋଭିଡ୍ ମହାମାରୀ ଓଟିଟି ପାଇଁ ହୋଇଥିଲା ଟନିକ୍ । ଅର୍ଥାତ୍ ସେହି ସମୟରେ ହୋଇଥିଲା ଖୁବ୍ ପପୁଲାର୍ । ଏବେ ବଲିଉଡର ବଡ ବଡ ତାରକା OTT ଓଟିଟି ମୁହାଁ । କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ପରି ଓଟିଟିରେ ମଧ୍ୟ ଅଭିନେତାମାନେ ମୋଟା ଅଙ୍କର ନେଇଥାନ୍ତି ଫି’ । ଆସନ୍ତୁ ଜାଣିବା OTTରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା କିଏ ? ଆଉ ଏମାନେ କେତେ ନେଇଛନ୍ତି ଫି’ ?

ନେଟଫ୍ଲିକ୍ସ ଶୋ ‘ସିକ୍ରେଟ୍ ଗେମ୍ସ’ ସିଜନ-୧ ସହ OTT ଡେବ୍ୟୁ କରିଥିଲେ ସୈଫ ଅଲି ଖାନ । ଯେଉଁଥିପାଇଁ ସୈଫ ନେଇଥିଲେ ୧୫କୋଟି ଟଙ୍କା ଫି ।  ଅନୁରାଗ କାଶ୍ୟପ ଏବଂ ବିକ୍ରମଦିତ୍ୟ ମୋଟଓ୍ବାନୀଙ୍କ ‘ସିକ୍ରେଟ୍ ଗେମ୍ସ’ ପ୍ରଥମ ଅରିଜିନାଲ୍ ୱେବ୍ ସିରିଜ୍ ଭାବରେ ଗଣନା କରାଯାଏ । ଏହି ତାଲିକାରେ ସୈଫ ରହିଛନ୍ତି ଦ୍ୱିତୀୟ ସ୍ଥାନରେ ।

ପଙ୍କଜ ତ୍ରିପାଠୀ । ‘ସିକ୍ରେଟ୍ ଗେମ୍ସ-୨’ ଏବଂ ‘ମିର୍ଜାପୁର’ ପରି ସିରିଜରେ କରିଛନ୍ତି ଦମଦାର୍ ଅଭିନୟ । ଅନ୍ୟ କଳାକାର ଯେବେ ଓଟିଟିରେ ଏଣ୍ଟ୍ରି ପାଇଁ ଚିନ୍ତା କରୁଥିଲେ,ସେତେବେଳେ ସେ ଓଟିଟିରେ କରିଥିଲେ ଏଣ୍ଟ୍ରି । ସେ ‘ସିକ୍ରେଟ୍ ଗେମ୍ସ ୨’ ପାଇଁ ୧୨କୋଟି ‘ମିର୍ଜାପୁର-୨’ ପାଇଁ  ନେଇଥିଲେ  ୧୦ କୋଟିର ଫି ।

ଏହପଛକୁ ରହିଛନ୍ତି ମନୋଜ ବାଜପେୟୀ । ସେ ରାଜ ଏବଂ ଡି.କେଙ୍କ ଶୋ ‘ଦି ଫ୍ୟାମିଲି ମ୍ୟାନ୍’ ପାଇଁ ନେଇଛନ୍ତି ୧୦ କୋଟି ଟଙ୍କା ।  ସେହିପରି ‘ସିକ୍ରେଟ୍ ଗେମ୍ସ-୨’ର ଦ୍ୱିତୀୟ ସିଜନ୍ ପାଇଁ ୧୦ କୋଟି ଟଙ୍କା ଫି ନେଇଛନ୍ତି ନୱାଜୁଦ୍ଦିନ ସିଦ୍ଦିକି ।

ଏହି ତାଲିକାର ସମସ୍ତଙ୍କଠାରୁ ଆଗରେ ଅଛନ୍ତି ଅଜୟ ଦେବଗାନ୍ । ‘ରୁଦ୍ର – ଦି ଏଜ୍ ଅଫ୍ ଡାର୍କନେସ୍’ ନାମକ ୱେବ୍ ସିରିଜ୍ ସହିତ ସେ ଓଟିଟିରେ କରିଥିଲେ ଡେବ୍ୟୁ ।  ଏହି ସିରିଜ୍ ଡିଜନି + ହଟଷ୍ଟାରରେ କରିଥିଲା ମୁକ୍ତିଲାଭ । ଏକ ରିପୋର୍ଟ ଅନୁଯାୟୀ, ଏହି ସିରିଜ୍ ପାଇଁ ୧୨୫ କୋଟି ଟଙ୍କା ଚାର୍ଜ କରିଥିଲେ ଅଜୟ । ଏହାପରେ ସେ ଭାରତର ସବୁଠାରୁ ଦାମୀ OTT ଷ୍ଟାର ହୋଇପାରିଛନ୍ତି । ଦିନକୁ ଦିନ ବଢୁଛି ଓଟିଟି ପ୍ଲାଟଫର୍ମ । ଛୋଟଠାରୁ ବଡ କଳାକାର ଦମଦାର୍ କରୁଛନ୍ତି ପ୍ରଦର୍ଶନ । ଏମିତିକି ଓଟିଟିରୁ ହିଁ କରୁଛନ୍ତି ଦମଦାର କଲେକ୍ସନ୍ ।

You Can Read:

   Related Posts