କିଏ ରାମଲାଲାଙ୍କର ସବୁଠାରୁ ବଡ ଦାନବୀର? ମନ୍ଦିରକୁ ଦାନ କରିଛନ୍ତି ୧୦୧କେଜି ସୁନା, ମୂଲ୍ୟ ୭୦କୋଟିରୁ ଅଧିକ

Published By : Prameya-News7 Bureau | January 28, 2024 IST

ନୂଆଦିଲ୍ଲୀ 28/01 : ଆଯୋଧ୍ୟାରେ ବିରାଜମାନ ରାମଲାଲା। ଏବେ ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ। ତଥାପି ମନ୍ଦିରକୁ ନେଇ ଥମୁନି ଚର୍ଚ୍ଚା । ପ୍ରତିଦିନ କିଛି ନା କିଛି ଘଟଣା ଆସୁଛି ସାମ୍ନାକୁ। ରାମ ମନ୍ଦିରକୁ ଦାନ କରିଥିବା ବ୍ୟକ୍ତି ତାଲିକା ବେସ୍ ଲମ୍ବା। କହିବାକୁ ଗଲେ ସେହି ଦାନ ଟଙ୍କାରେ ନିର୍ମାଣ ହୋଇଛି ମନ୍ଦିର। ଦେଶ ତଥା ବିଶ୍ୱରେ କୋଟି କୋଟି ଭକ୍ତ ରାମ ମନ୍ଦିର ପାଇଁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଦାନ କରିଛନ୍ତି। ଏହି ମନ୍ଦିର ସମ୍ପୂର୍ଣ୍ଣ ଭକ୍ତଙ୍କ ଟଙ୍କା ଉପରେ ନିର୍ମିତ  ହୋଇଛି। ତେବେ ରାମ ମନ୍ଦିର ପାଇଁ ସବୁଠାରୁ ବଡ ଦାନ କରିଛନ୍ତି ସୁରଟର ଜଣେ ହୀରା ବ୍ୟବସାୟୀ ଦିଲୀପ କୁମାର ଭି ଲାଖୀ। ସେଥିପାଇଁ ତ ତାଙ୍କୁ ଏବେ କୁହାଯାଉଛି ଦାନବୀର କର୍ଣ୍ଣ।

{"id":901635,"sizeSlug":"full","linkDestination":"none"}

ଏହି ହୀରା ବ୍ୟବସାୟୀ ଦାନ ପ୍ରସଙ୍ଗରେ ଅନେକ ବଡ଼ ବଡ଼ ଶିଳ୍ପପତିଙ୍କୁ ପକାଇଛନ୍ତି ପଛରେ। ସୁରଟର ସବୁଠାରୁ ବଡ଼ ହୀରା ବ୍ୟବସାୟୀ ଦିଲୀପ କୁମାର ଭି ଲାଖୀ ଓ ତାଙ୍କ ପରିବାର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପାଇଁ 101 କିଲୋଗ୍ରାମ ସୁନା ଦାନ କରିଛନ୍ତି। ଯାହା ଅଯୋଧ୍ୟା ରାମ ମନ୍ଦିରର କବାଟ, ସ୍ତମ୍ଭ, ଗର୍ଭଗୃହ, ତ୍ରିଶୂଳ ଓ ଡମରୁରେ ହୋଇଛି ବ୍ୟବହୃତ ।

wp:html /wp:html

ଦିଲୀପ କୁମାର ଭି ଲାଖୀଙ୍କ ବାପା ୱିସିନଦାସ ହୋଲାରାମ।  1944 ମସିହାରେ ଭାରତ ଏବଂ ପାକିସ୍ଥାନ ବିଭାଜନ ପୂର୍ବରୁ ଜୟପୁରକୁ ଆସିଥିଲେ। 13 ବର୍ଷ ବୟସରେ ଦିଲୀପ କୁମାର ପାଠ ପଢ଼ିବା ସହ ଖାଲି ସମୟରେ ବ୍ୟବସାୟ ପରିଚାଳନା କରିଥିଲେ ।  ସେ ଯେତେ ଅଧିକ ବାପାଙ୍କ ବ୍ୟବସାୟରେ ଜଡିତ ହେଲେ, ସେ ତାଙ୍କ ବାପାଙ୍କ ବ୍ୟବସାୟ ଓ ସଂଘର୍ଷ ଦ୍ୱାରା ପ୍ରଭାବିତ ହେଲେ । 1972 ମସିହାରେ, ଯେତେବେଳେ ଦିଲୀପ କୁମାରଙ୍କୁ 22 ବର୍ଷ ହୋଇଥିଲା, ଏକ ବ୍ୟବସାୟିକ କାରବାର ପାଇଁ ମୁମ୍ବାଇର ଜାଭାରୀ ବଜାରକୁ ପଠାଇଥିଲେ। ଦିଲୀପ କୁମାର ତାଙ୍କ ବାପାଙ୍କ ବିଶ୍ୱାସକୁ ଦୃଢ କରି ହୀରା ବ୍ୟବସାୟରେ ପାଦ ରଖିଥିଲେ। ଆଜି ଦିଲୀପ କୁମାରଙ୍କ ସୁରଟରେ ବିଶ୍ୱର ସର୍ବବୃହତ ହୀରା ପଲିସିଂ କାରଖାନା ରହିଛି।  ଯେଉଁଥିରେ 6,000ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

Also Read- ପରଦା ପଛର ନାୟକ; ରାମ ମନ୍ଦିର ନିର୍ମାଣରେ ନିଭାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା, ଆସନ୍ତୁ ଜାଣିବା ସେମିତି ୫ ଜଣଙ୍କ ବିଷୟରେ

 ବର୍ତ୍ତମାନ ସୁନାର ଦର ଯେତିକି ରହିଛି, ଦିଲ୍ଲୀପ କୁମାର ଦାନ କରୁଥିବା ସୁନାର ମୂଲ୍ୟ ହେବ ପାଖାପାଖି 68 କୋଟି ଟଙ୍କା। ଏହିପରି ଭାବରେ ଲାଖୀ ପରିବାର ସର୍ବାଧିକ ପରିମାଣର ରାମ ମନ୍ଦିରକୁ ଦାନ କରିଛନ୍ତି। ରାମ ମନ୍ଦିରର ଦ୍ୱିତୀୟ ବୃହତ୍ତମ ଦାତା ହେଉଛନ୍ତି କାହାଣୀକାର ତଥା ଆଧ୍ୟାତ୍ମିକ ଗୁରୁ ମୋରାରି ବାପୁ। ଯିଏ ରାମ ମନ୍ଦିର ପାଇଁ 11.3 କୋଟି ଟଙ୍କା ଦାନ କରିଛନ୍ତି। ଆମେରିକା, କାନାଡା ଏବଂ ବ୍ରିଟେନରେ ଥିବା ରାମଭକ୍ତ ମଧ୍ୟ ପୃଥକ ଭାବରେ 8 କୋଟି ଟଙ୍କା ଦାନ କରିଛନ୍ତି। ଏଥି ସହିତ ଗୁଜୁରାଟର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢୋଲକିଆ ରାମ ମନ୍ଦିର ନିର୍ମାଣ ପାଇଁ 11 କୋଟି ଟଙ୍କା ଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.