କିଏ ହେବେ ବାଚସ୍ପତି? ରେସ୍‌ରେ ସାଉଥ୍‌ର ସୁଷମା ସ୍ୱରାଜ

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ ୧୧/୦୬: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଆରମ୍ଭ ହୋଇସାରିଛି ସରକାର । ତେବେ ଏଯାଏଁ ସ୍ପଷ୍ଟ ହୋଇନି କି କିଏ ହେବ ବାଚସ୍ପତି । ରେସ୍‌ରେ ଅନେକ ଦାବିଦାର ଥିବାବେଳେ ଚର୍ଚ୍ଚାରେ ରହିଛନ୍ତି କିଛି ନେତା । ଏହି ରେସ୍‌ରେ ସାମିଲ ହୋଇଛନ୍ତି ଡି.ପୁରନ୍ଦେଶ୍ୱରୀ । 

ଲଗାତାର ୩ ଥର ଲୋକସଭା ସାଂସଦ ରହିଛନ୍ତି ପୁରନ୍ଦେଶ୍ୱରୀ । ପୁରନ୍ଦେଶ୍ୱରୀ ରାଜମହେନ୍ଦ୍ରବରମଙ୍କଠାରୁ ୨.୪ ଲକ୍ଷ ଭୋଟରେ ଜିତାପଟ ହାସଲ କରିଛନ୍ତି । କହିବାକୁ ଗଲେ ପୁରନ୍ଦେଶ୍ୱରୀ ଆନ୍ଧ୍ର ପ୍ରଦେଶ ବିଜେପିର ପ୍ରଦେଶ ଅଧ୍ୟକ୍ଷ ବି ଅଛନ୍ତି । ପୁରନ୍ଦେଶ୍ୱରୀ ଓଡ଼ିଶା ଏବଂ ଛତିଶଗଡର ବିଜେପି ପ୍ରଭାରୀ ରହି ସାରିଛନ୍ତି । ସେତିକି ନୁହେଁ ପୁରନ୍ଦେଶ୍ୱରୀ ବିଜେପି ମହିଳା ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ବି ତୁଲାଇଛନ୍ତି । 

୨୦୧୪ରେ ହୋଇଥିବା ଆନ୍ଧ୍ର ପ୍ରଦେଶ ବିଭାଜନ ପରେ ରାଗିଯାଇ ପୁରନ୍ଦେଶ୍ୱରୀ ବିଜେପିରେ ହୋଇଥିଲେ ସାମିଲ୍ । ତେବେ ଆଶ୍ଚର୍ଯ୍ୟର ବିଷୟ ପୁରନ୍ଦେଶ୍ୱରୀ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପର୍କୀୟ ବି ଅଟନ୍ତି । ୨୦୦୯-୧୪ ରୁ ପୁରନ୍ଦେଶ୍ୱରୀ ମନମୋହନ ସରକାରରେ ମନ୍ତ୍ରୀ ବି ରହି ଆସିଛନ୍ତି । ୨୦୦୪ରେ କଂଗ୍ରେସରେ ସାମିଲ ହେବା ପରେ ପୁରନ୍ଦେଶ୍ୱରୀ ବାପଟଲାର ସାଂସଦ ଥିଲେ । ଏବେ ସେ ବାଚସ୍ପତି ହେବା ନେଇ ଚର୍ଚ୍ଚା ହେଉଛି । ଯଦିଓ ଏନେି ବିଦ୍ଧିବଧ ଭାବେ କୌମସି ନିଷ୍ପତ୍ତି ହୋଇନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.