ବିରାଟ କୋହଲି କିମ୍ବା ଜୋ ରୁଟ୍ କିଏ ଶ୍ରେଷ୍ଠ ? ଉଚିତ୍ ଜବାବ ଦେଇ ବିତର୍କ ସମାପ୍ତ କଲେ ଗିଲଖ୍ରୀଷ୍ଟ

Published By : Prameya-News7 Bureau | September 04, 2024 IST

livehindustan

ନୂଆଦିଲ୍ଲୀ: ସଂପ୍ରତି ଫାବ୍ ଫୋର ବ୍ୟାଟର ଭାବେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି, ଇଂଲଣ୍ଡର ଜୋ ରୁଟ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଓ ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ ପରିଚିତ। ଏହି ଚାରି ଜଣଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ତାକୁ ନେଇ ସର୍ବଦା ବିତର୍କ ହୋଇି ଆସିଛି। ତେବେ ଗତ ତିନି ଚାରି ବର୍ଷ ହେବ ଟେଷ୍ଟ କ୍ରିକେଟ୍‌ରେ ଜୋ ରୁଟ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ସେ ଅନ୍ୟ ତିନି କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ବିତର୍କରେ ଅଷ୍ଟ୍ରେଲିଆର ପୂର୍ବତନ ଓ୍ଵିକେଟ୍ କିପର ବ୍ୟାଟର ଆଡାମ ଗିଲଖ୍ରୀଷ୍ଟ ନିଜର ମତାମତ ରଖିଛନ୍ତି ଏବଂ ଏମିତି ଜବାବ ଦେଇଛନ୍ତି ଯେଉଁଥିରେ ସମସ୍ତେ ସହମତ ହେବାକୁ ବାଧ୍ୟ ହେବେ।

କ୍ଲବ ପ୍ରେୟରୀ ଫାୟର ପଡକାଷ୍ଟରେ ଯେବେ ଉପରୋକ୍ତ ପ୍ରସଙ୍ଗକୁ ନେଇ ବିତର୍କ ହେଲା ଆଡମ ଗିଲଖ୍ରୀଷ୍ଟ ଟି-୨୦ ଓ ଦିନିକିଆରେ ବିରାଟ କୋହଲିଙ୍କୁ ଶ୍ରେଷ୍ଠ କହିଥିବା ବେଳେ ଜୋ ରୁଟ୍‌ଙ୍କୁ ଟେଷ୍ଟରେ ବଡ଼ ଖେଳାଳି ବୋଲି କହିଛନ୍ତି। ସେ କହିଛନ୍ତି ଗତ କିଛି ବର୍ଷର ତଥ୍ୟକୁ ଦେଖିଲେ ରୁଟ୍ ଟେଷ୍ଟରେ କୋହଲିଙ୍କଠୁ ଉନ୍ନତ ରହିଛନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ରେକର୍ଡ ଦେଖିଲେ କିଏ ବେଷ୍ଟ ? ପ୍ରଶ୍ନର ଉତ୍ତରରେ ଗିଲଖ୍ରୀଷ୍ଟ କହିଛନ୍ତି ମ୍ୟାଚ୍ କେଉଁଠି ଖେଳାଯିବ ?

Also read: ରାହୁଲ ଦ୍ରାବିଡଙ୍କୁ ବଡ ଦାୟିତ୍ବ, ମିଳିଲା ରାଜସ୍ଥାନ ରୟାଲ୍ସର ହେଡ୍‌ କୋଚ୍‌ ପଦ

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ମାଟିରେ ଟେଷ୍ଟ କ୍ରିକେଟ୍‌ରେ ବିରାଟ କୋହଲି ଭଲ ବ୍ୟାଟର ବୋଲି କହିଛନ୍ତି ଗିଲଖ୍ରୀଷ୍ଟ। ଜୋ ରୁଟ୍ ନିଜ କ୍ୟାରିୟରରେ ୩୪ ଟେଷ୍ଟ ଶତକ ଅର୍ଜନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ବି ଶତକ ହାସଲ କରି ନାହାନ୍ତି। ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ପ୍ରଦର୍ଶନକୁ ଦେଖିବା ତେବେ ବିରାଟ କୋହଲି ଦମଦାର ଖେଳାଳି। ତେବେ ମୋଟାମୋଟି ଟେଷ୍ଟ କ୍ରିକେଟ୍‌ରେ ଜୋ ରୁଟ୍ ବିରାଟ କୋହଲିଙ୍କୁ ଟପି ଯାଇଥିବା ଗିଲଖ୍ରୀଷ୍ଟ କହିଛନ୍ତି। 

ବିଗତ ଦିନରେ ବିରାଟ କୋହଲିଙ୍କ ସହ ତାଙ୍କର ତୁଳନା ହୋଇ ଆସିଛି। ନିକଟରେ ମାଇକେଲ୍ ଭନ ଏକ ପୋଷ୍ଟ ସେୟାର କରି ଜୋ ରୁଟ୍‌ଙ୍କ ଟେଷ୍ଟ ରେକର୍ଡ ଦେଇ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଏବେ ଗିଲଖ୍ରୀଷ୍ଟଙ୍କ ଉତ୍ତରରେ ଲାଗୁଛି ଭନ ସଠିକ୍ ଉତ୍ତର ପାଇ ଯାଇଥିବେ ବୋଲି ଭାରତୀୟ କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.