କିଏ ସେ ଆୟେଶା ଓମାର… ?  ଶୋଏବଙ୍କ ସହ ଭାଇରାଲ୍‌ ହେଉଛି ଫଟୋ

Published By : Prameya-News7 Bureau | November 12, 2022 IST

ମୁମ୍ଵାଇ ୧୨।୧୧: ଗତ କିଛି ଦିନ ହେବ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ପୁରୁଣା ସମ୍ପର୍କର ଆଲୋଚନ ହେଉଛି। ଯାହା ସହିତ ଶୋଏବଙ୍କ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଝିଅଟି ପାକିସ୍ତାନର ସୁପରମଡେଲ ତଥା ଅଭିନେତ୍ରୀ ଆୟେଶା ଓମାରଙ୍କ । ଯାହାର କିଲର ଲୁକ୍‌ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Who is Ayesha Omar? Pakistani model name pops out amid Sania Mirza, Shoaib  Malik breakup

ପଡୋଶୀ ଦେଶର ସବୁଠାରୁ ଫ୍ୟାଶନେବଲ୍ ଏବଂ ଷ୍ଟାଇଲିସ୍ ଅଭିନେତ୍ରୀ ଆୟେଶା ଓମାର୍ ପାକିସ୍ତାନର କରାଚି ସହରରେ ଜନ୍ମ ଆୟେଶା ଓମାର । ଆୟେଶାଙ୍କୁ ପାକିସ୍ତାନର ଶୋବିଜ୍ ଇଣ୍ଡଷ୍ଟ୍ରିର ଫ୍ୟାଶନିଆ କୁହାଯାଏ। ତାଙ୍କ ଫ୍ୟାଶନର ଆଲୋଚନା ବିଦେଶରେ ଅଛି। ଆୟେଶାଙ୍କୁ ପାକିସ୍ତାନର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ତାଙ୍କର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି । ଆୟେଶା ୨୦୧୫ରେ ଚଳଚ୍ଚିତ୍ର 'କରାଚିରୁ ଲାହୋର'ରେ ଡେବ୍ୟୁ କରିଥିଲେ। କେବଳ ଅଭିନୟ ଏବଂ ମଡେଲିଂ ନୁହେଁ, ଆୟେଶା ମଧ୍ୟ ଏକ ପପୁଲାର ଶୋ ହୋଷ୍ଟ ।

Pakistani model Ayesha Omar reacts after being blamed for breaking Sania  Mirza and Shoaib Malik's marriage | CricketTimes.com

୪୧ ବର୍ଷ ବୟସରେ ଇନଷ୍ଟାଗ୍ରାମରେ ଆୟେଶାଙ୍କ ସୁପର ହଟ ଫଟୋ ଶୋଏବଙ୍କୁ ଦିୱାନା କରିଛି। ନିକଟରେ ଆୟେଶା କ୍ରିକେଟର ତଥା ଭାରତୀୟ ଜ୍ବାଇଁ ଶୋଏବ ମଲିକଙ୍କ ସହ ଫଟୋ ଭାଇରାଲ ହେବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟରେ, ସାନିଆ ଏବଂ ଶୋଏବ ସେମାନଙ୍କ ସଂପର୍କ ଖରାପ ହେବାର କାରଣ ଆୟେଶା। ତାଙ୍କୁ ସେମାନଙ୍କ ଘର ଭାଙ୍ଗିବାର ଦାୟୀ କରାଯାଉଛି।

Shoaib Malik, Ayesha Omar share crackling chemistry in latest fashion shoot  - The Current

୨୦୨୧ ମସିହାରେ ଆୟେଶା ଏବଂ ଶୋଏବ ମଲିକଙ୍କର ଏକ ବୋଲ୍ଡ ଫଟୋସୁଟ କରାଯାଇଥିଲା। ଯେଉଁଥିରେ ଉଭୟେ ସୁଇମିଂ ପୁଲରେ ବୋଲ୍ଡ ହୋଇଥିବାର ଦେଖାଯାଇଥିଲା । ଏହି ଫଟୋସୁଟ୍ ସମୟରେ ଦୁହେଁ ରୋମାଣ୍ଟିକ୍ ପୋଜ୍ ଦେଇଥିଲେ। ଯାହା ଏବେ ଚର୍ଚ୍ଚା ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.