ମୈଦାନରେ ଧମାଲ କରୁଛନ୍ତି ଜୁନିୟର ଭନ, ୧୧ ଓ୍ୱିକେଟ ନେଇ କଲେ ନୂଆ ରେକର୍ଡ

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ ୧୪/୦୯: ମାଇକେଲ ଭନ । ଇଂଲଣ୍ଡର ମହାନତମ ଟେଷ୍ଟ ବ୍ୟାଟର । ତାଙ୍କୁ କୁହାଯାଏ ଖୁଣ୍ଟ । ମାନେ ସେ ଖେଳୁଥିଲେ ବୋଲରଙ୍କ ମୁଣ୍ଡ ଖରାପ । ଇଂଲଣ୍ଡ ପାଇଂ କରିଛନ୍ତି ଅନେକ ରନ୍ । ଏବେ ଭନଙ୍କ ପୁଅ ଆର୍ଚି ବି ତାଙ୍କ ବାପାଙ୍କ ପଥ ଅନୁସରଣ କରିଛନ୍ତି । ତାଙ୍କ ପଛେ ପଛେ ସେ ବି ଏବେ ରେକର୍ଡ କରିବା ଅପେକ୍ଷାରେ । 

ଆର୍ଚି କାଉଣ୍ଟିଂ ଚାମ୍ପିଆନସିପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ତାଙ୍କ ବୋଲିଂରେ ବ୍ୟାଟରଙ୍କ ଲାଇନ ଲେନ୍ଥ ବିଗାଡିଛନ୍ତି । ସମରଟେଷ୍ଟ ପାଇଁ ଖେଳୁଥିବା ଆର୍ଚି, ପ୍ରଥମ ପାଳିରେ ୬ ଓ୍ୱିକେଟ ନେବା ସହ ଦ୍ୱିତୀୟ ପାଳିରେ ନେଇଛନ୍ତି ୫ ଓ୍ୱିକେଟ । ଏହାସହ ସମରଟେଷ୍ଟ ବିପକ୍ଷରେ ବ୍ୟାଟିଂରେ ବି କମାଲ କରିଥିଲେ । ୪୭ ରନ୍ କରି ସେ ରଚିଛନ୍ତି ନୂଆ କୀର୍ତ୍ତିମାନ । 

ଆଉ ଆର୍ଚିଙ୍କ ଏହି ଦମଦାର ପ୍ରଦର୍ଶନ ବଳରେ ସମରଟେଷ୍ଟ ସରେକୁ ୧୧୧ ରନ୍‌ରେ ହରାଇଛି । ୧୮ ବର୍ଷୀୟ ଆର୍ଚି ଡାହାଣ ହାତ ସ୍ପିଂନ କରୁଥିବା ବୋଲିଂ କରୁଥିବା ସହ ଡାହାଣ ହାତରେ ବ୍ୟାଟିଂ ବି କରନ୍ତି । ଆର୍ଚି ଏଯାଏଁ ୨ ଫାଷ୍ଟ କ୍ଲାସ ଏବଂ ୬ ଲିଷ୍ଟ ମୁକାବିଲା ଖେଳ ହୋଇଥିଲା । ଏହାରି ଭିତରେ ୧୩୩ ରନ୍ କରିଥିଲେ ଏବଂ ୧୭ ଓ୍ୱିକେଟ ନେଇଥିଲେ । କହିବାକୁ ଗଲେ ମାଇକେଲ ଭନ ଇଂଲଣ୍ଡ ପାଇଁ ୮୨ ଟି ଟେଷ୍ଟ ଏବଂ ୮୬ ଦିନିକିଆ ଖେଳିଛନ୍ତି । ଏହାରି ଭିତରେ ସେ ଟେଷ୍ଟ କ୍ରିକେଟରେ ୪୧.୪୪ ପ୍ରତିଶତରେ ୫୭୧୯ ରନ୍ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.