ଚିହ୍ନିଲେ ଇଏ କିଏ ? ଅନ୍‌ଲାଇନ୍‌ରେ ଚର୍ଚ୍ଚା ଜୋର୍‌; ବଲିଉଡ୍‌ର ବିଗ୍‌ ବି କି...

Published By : Prameya-News7 Bureau | June 22, 2022 IST

ନୂଆଦିଲ୍ଲୀ ୨୨/୦୬ : ଜଣେ ଆଫଗାନ ଶରଣାର୍ଥୀଙ୍କ ଫଟୋକୁ ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ଫଟୋଗ୍ରାଫର ଷ୍ଟିଭ୍‌ ଏମସି କ୍ୟୁରି ଶେୟାର୍‌ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଆପଣ ଯଦି ଭାବୁଛନ୍ତି ଏହି ଫଟୋରେ କଣ ସ୍ୱତନ୍ତ୍ରତା ରହିଛି। ତାହେଲେ ଏହି ଫଟୋକୁ ଭଲ ଭାବେ ଦେଖନ୍ତୁ ଫଟୋରେ ଥିବା ବ୍ୟକ୍ତି ଜଣଙ୍କ ବଲିଉଡ଼୍ ଅଭିନେତା ଅମିତାଭ ବଚ୍ଚନଙ୍କ ଭଳି ଦେଖା ଯାଉଛନ୍ତି। ୨୦୧୮ ରେ ପଗଡ଼ି ପିନ୍ଧି ଦାଢ଼ି ରଖିଥିବା ଏହି ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଭାଇରାଲ୍‌ ହୋଇଥିଲା। ଏହି ଫଟୋରେ ବ୍ୟକ୍ତି ଜଣଙ୍କ ଚଷମା ମଧ୍ୟ ପିନ୍ଧିଛନ୍ତି। ସେହି ସମୟରେ ଇଣ୍ଟରନେଟ୍‌ ୟୁଜର୍‌ମାନେ ଏହାକୁ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ ଫିଲ୍ମ ସୁଟିଙ୍ଗ ସେଟ୍‌ର ଫଟୋ ବୋଲି ଭାବିଥିଲେ। ଏହି ଫଟୋକୁ ବହୁତ ପ୍ଲାଟଫର୍ମରେ ଶେୟାର୍‌ କରାଯାଇଥିଲା।

ଏବେ ପୁଣି ଏହି ଫଟୋଟି ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଗୋଟିଏ ଦିନରେ ଫଟୋଟି ୭୬ ହଜାର ୨୪୦ଟି ଲାଇକ୍‌ ପାଇଛି। ଅନେକ ଇଣ୍ଟରନେଟ୍‌ ୟୁଜର୍‌ମାନେ  ଏହି ଫଟୋରେ କମେଣ୍ଟ କରିଛନ୍ତି। ଜଣେ ୟୁଜର୍‌ କମେଣ୍ଟ କରି କହିଛନ୍ତି ‘‘ପ୍ରଥମେ ଦେଖି ମୁଁ ଭାବିଲି ସେ ଅମିତାଭ ବଚ୍ଚନ ବୋଲି’’। “ଭାରତୀୟ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଳି ଦେଖାଯାଉଛନ୍ତି” ବୋଲି ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି। ଆଉ ଜଣେ ୟୁଜର୍‌ କହିଛନ୍ତି  “ମୁଁ ଭାବିଲି ଅମିତାଭ ବଚ୍ଚନଙ୍କ ଏହି ଲୁକ୍‌ ତାଙ୍କ ଆଗାମି ଫିଲ୍ମ ପାଇଁ’’

କିନ୍ତୁ ଫଟୋରେ ଥିବା ଏହି ବ୍ୟକ୍ତିଙ୍କ ଚେହେରା ଅମିତାଭ ବଚ୍ଚନଙ୍କ ଚେହେରା ସହିତ ପାଖାପାଖି ମିଶିଯାଉଛି କିନ୍ତୁ ସେ ଅମିତାଭ ବଚ୍ଚନ ନୁହନ୍ତି। ପ୍ରକୃତରେ ଫଟୋରେ ଥିବା ବ୍ୟକ୍ତିଙ୍କ ନାଁ ସାବୁଜ (୬୮) ଓ ସେ ଜଣେ ଆଫଗନିସ୍ତାନ୍‌ ରିଫ୍ୟୁଜି। ସେ ଏବେ ପାକିସ୍ତାନରେ ରହୁଛନ୍ତି ବୋଲି ଏମସି କ୍ୟୁରି କ୍ୟାପ୍‌ସନରେ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.