କିଏ ଏହି ଇସ୍ରାଏଲୀ ଉଦ୍ୟୋଗପତି ଆବ୍ରାହମ ରମୀ ଉଙ୍ଗର ? ଯାହାଙ୍କ ଜାହାଜ କରିଛନ୍ତି ହାଇଜ୍ୟାକ୍ ହୁତି ବିଦ୍ରୋହୀ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ୟେମନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ସଂଗଠନ ରବିବାର ଲାଲ୍ ସାଗରରୁ ଗୋଟିଏ ଜାହାଜକୁ ହାଇଜ୍ୟାକ୍ କରିଥିଲେ । ସେମାନନେ ଦାବି ଥିଲା ହାଇଜ୍ୟାକ୍ ହୋଇଥିବା ଜାହାଜ ଇସ୍ରାଏଲୀ ବ୍ୟବସାୟୀଙ୍କ ମାଲିକାନାରେ ରହିଛି । ପରେ ଇସ୍ରାଏଲ୍ ସେନା ମଧ୍ୟ ଜାହାଜଟି ଇସ୍ରାଏଲ୍ ବ୍ୟବସାୟୀଙ୍କ ଥିବା ସ୍ପଷ୍ଟ କରିଥିଲା ।  ଆଇଡିଏଫ କହିଥିଲା ଯେ ଏହା ବିଶ୍ୱ ସ୍ତରରେ ଏକ ବିପଦଜ୍ଜନକ ଘଟଣା ଅଟେ । ଇରାନୀ ମିଡିଆ ଅନୁସାରେ ହୁତି ବିଦ୍ରୋହୀ ହେଲିକପ୍ଟର ଜରିଆରେ ଭାରତ ଆଡକୁ ଯାଉଥିବା ଜାହାଜରେ ଓହ୍ଲାଇଥିଲେ । ଏହାପରେ ହୁତି ବିଦ୍ରୋହୀ ଜାହାଜକୁ ନିଜ କଣ୍ଟ୍ରୋଲକୁ ନେବା ପରେ ୟେମନ କୂଳ ଆଡ଼କୁ ନେଇଥିଲେ ।

ଏହି ଜାହାଜରେ ବିଭିନ୍ନ ଦେଶରୁ ୨୫ କ୍ରୁ ସଦସ୍ୟ ଅଛନ୍ତି । ଏଥିରେ ୟୁକ୍ରେନ୍, ବୁଲଗାରିଆ, ଫିଲିପିନ୍ସ ଓ ମେକ୍ସିକୋର କ୍ରୁ ସଦସ୍ୟ ଥିଲେ । ଅନ୍ୟପଟେ ଆଇଡିଏଫର କହିବା ଅନୁସାରେ ଏହି ଜାହାଜ ବ୍ରିଟିଶ କମ୍ପାନିର ଥିଲା, କିନ୍ତୁ ଜାପାନ କମ୍ପାନି ଦ୍ୱାରା ପରିଚାଳିତ ହେଉଥିଲା । ଏହା ଇସ୍ରାଏଲୀ ଜାହାଜ ନଥିଲା । କିନ୍ତୁ ସମୁଦ୍ର ସୁରକ୍ଷା କମ୍ପାନି ଆମ୍ୱ୍ରେ କହିଛି ଯେ ଏହି ଜାହାଜ ରେ କାର କ୍ୟାରିୟରର, ଯାହାର ପେରେଣ୍ଟ କମ୍ପାନି ଇସ୍ରାଏଲୀ ଉଦ୍ୟୋଗପତି ଆବ୍ରାହମ ରମୀ ଉଙ୍ଗାରଙ୍କ ନାଁରେ ରହିଛି ।

ପଢନ୍ତୁ: ଭାରତ ଆସୁଥିବା ମାଲବାହୀ ଜାହାଜକୁ ଲାଲ ସାଗରରେ ହାଇଜ୍ୟାକ, ୟେମେନର ଆତଙ୍କୀ ଘଟାଇଥିବା ଦାବି

ରିପୋର୍ଟ ଅନୁସାରେ ଆବ୍ରାହମ ଉଙ୍ଗର ଇସ୍ରାଏଲର ସବୁଠୁ ଧନୀ ବ୍ୟବସାୟୀ । ତାଙ୍କର ମୋଟ ସମ୍ପତ୍ତି ୨ ବିଲିୟନ ଡଲାରରୁ ମଧ୍ୟ ଅଧିକ । ସେ ଇଣ୍ଟରନ୍ୟାସନାଲ ଶିପିଂର ଦୁନିଆରେ ସବୁଠୁ ପରିଚିତ ନାଁ । ଇସ୍ରାଏଲର ଦକ୍ଷିଣପନ୍ଥୀ ରାଜନେତାଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ରହିଛି । ଇସ୍ରାଏଲର ଦୁଇଟି ସବୁଠୁ ବଡ଼ ଦୁର୍ନୀତିରେ ତାଙ୍କ ନାଁ ଆସିଥିଲା । ତାଙ୍କ ବିରୋଧରେ ଇସ୍ରାଏଲୀ ମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଓଲମର୍ଟଙ୍କ ସମର୍ଥନ ନେଇ ଅଭିଯୋଗ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.