ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଏ ମାରିଛି ସବୁଠୁ ଲମ୍ବା ଛକା ? ଜାଣିଛନ୍ତି କି...

Published By : Prameya-News7 Bureau | July 18, 2023 IST

ମୁମ୍ବାଇ ୧୮।୦୭ : କ୍ରିକେଟ୍‌ । ପ୍ରତିଦିନ କିଛି ନୂଆ ରେକର୍ଡ ହୁଏ, ଆଉ କିଛି ଭାଙ୍ଗେ ପୁରୁଣା ରେକର୍ଡ । କିନ୍ତୁ କ୍ରିକେଟ୍‌ ଇତିହାସରେ ଏମିତି କିଛି ରେକର୍ଡ ରହିଛି । ଯାହାକୁ ଭାଙ୍ଗିବା ହୁଏତ ଅନ୍ୟ ଖେଳାଳିଙ୍କ ପ୍ରତି କଷ୍ଟକର ହୋଇପାରେ । ଏହିକ୍ରମରେ ଆସନ୍ତୁ ଜାଣିବା କ୍ରିକେଟ୍‌ ଇତିହାସରେ ସବୁଠୁ ଲମ୍ବା ଛକା ମାରିଥିବା ଖେଳାଳି କିଏ ?

wp:embed {"url":"https://www.prameyanews7.com/yuzvendra-chahal-said-on-ms-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/yuzvendra-chahal-said-on-ms-dhoni/
/wp:embed

ଏହି ଲିଷ୍ଟରେ ପ୍ରଥମରେ ରହିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି । ସେ ୨୦୧୩ରେ ସାଉଥ୍‌ ଆଫ୍ରିକା ବିରୋଧରେ ମ୍ୟାଚ୍‌ ଖେଳି ୧୫୩ ମିଟରର ଛକ୍କା ମାରିଥିଲେ । ଏହି ତାଲିକାରେ ୨ରେ ରହିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ବ୍ରେଟ୍‌ ଲି ରହିଛନ୍ତି । ସେ ୨୦୦୫ରେ ଇଂଲଣ୍ଡ ବିରୋଧରେ ୧୩୦ ମିଟର ଛକ୍କା ମାରିଥିଲେ । ୩ୟରେ ରହିଛନ୍ତି ନ୍ୟୁଜିଲାଣ୍ଡର ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍‌ ମାର୍ଟିନ ଗୁପ୍‌ଟିଲ୍‌ । ସେ ୨୦୧୨ରେ ସାଉଥ ଆଫ୍ରିକା ବିରୋଧରେ ୧୨୭ ମିଟର ଛକା ମାରିଥିଲେ ।

wp:embed {"url":"https://www.prameyanews7.com/rcb-havent-won-ipl-title-yet-yuzvendra-chahal-gave-epic-answe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rcb-havent-won-ipl-title-yet-yuzvendra-chahal-gave-epic-answe/
/wp:embed

ସେହିପରି ଲିଷ୍ଟର ୪ର୍ଥରେ ରହିଛନ୍ତି ଇଂଲଣ୍ଡ ଲାଇମ୍‌ ଲିଭିଙ୍ଗଷ୍ଟମ୍‌ । ସେ ୨୦୨୧ରେ ଏହି ରେକର୍ଡ କରିଥିଲେ । ପାକିସ୍ତାନ ବିରୋଧରେ ୧୨୨ ମିଟରରେ ଛକା ମାରିଛନ୍ତି ଲିଭିଙ୍ଗଷ୍ଟମ୍‌ । ୫ମରେ ରହିଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍‌ କୋରି ଆଣ୍ଡରସନ । ୨୦୧୪ରେ କୋରି ଆଣ୍ଡରସନ୍‌ ଭାରତ ବିରୋଧରେ ୧୨୨ ମିଟର ଛକ୍କା ମାରିଥିଲେ । ଲିଷ୍ଟର ୬ ନମ୍ବରରେ ରହିଛନ୍ତି ଅଷ୍ଟ୍ରେଲିଆର ମହାନ ବ୍ୟାଟସମ୍ୟାନ୍‌ ମାର୍କ ଓ୍ୱ । ସେ ୧୯୯୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୨୦ ମିଟର ଛକା ମାରିଥିଲେ ।

wp:embed {"url":"https://www.prameyanews7.com/rahul-dravid-other-coaching-staff-set-to-rested-for-ireland-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-dravid-other-coaching-staff-set-to-rested-for-ireland-series/
/wp:embed

ଏହାପରେ ଲିଷ୍ଟର ୭ ମ ସ୍ଥାନରେ ରହିଛନ୍ତି ଜଣେ ଭାରତୀୟ । ଯୁବରାଜ ସିଂହ ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୯ ମିଟର ବିଶାଳ ଛକା ମାରିଥିଲେ । ଯୁବରାଜ ସିଂହଙ୍କ ପଛକୁ କ୍ୟାପଟେନ୍‌ କୁଲ ମାନେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି । ସେ ୨୦୦୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୮ ମିଟର ଛକା ମାରିଥିଲେ ।

wp:embed {"url":"https://www.prameyanews7.com/venkatesh-prasad-takes-a-dig-at-shubman-gill/","type":"wp-embed","providerNameSlug":"prameya-news-7"}
https://www.prameyanews7.com/venkatesh-prasad-takes-a-dig-at-shubman-gill/
/wp:embed

ଏହି ଲିଷ୍ଟର ୯ ମ ସ୍ଥାନରେ ପୁଣି ଥରେ ସାହିଦ ଆଫ୍ରିଦି ରହିଛନ୍ତି । ସେ ୨୦୦୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୮ ମିଟରର ବିଶାଳ ଛକା ମାରିଥିଲେ । ଶେଷରେ ଲିଷ୍ଟର ୧୦ ସ୍ଥାନରେ ରହିଛନ୍ତି ଦ ୟୁନିଭର୍ସ ବସ୍‌  ମାନେ ଓ୍ୱେଷ୍ଟଇଣ୍ଡିଜ୍‌ ବ୍ୟାଟର କ୍ରିସ୍‌ ଗେଲ୍‌ । ସେ ୨୦୧୦ରେ ଭାରତ ବିପକ୍ଷରେ ୧୧୬ ମିଟରର ଛକା ମାରିଥିଲେ ।   

wp:embed {"url":"https://www.prameyanews7.com/carlos-alcaraz-crowned-wimbledon-champion-after-beating-novak-djokovic-in-five-set-thriller/","type":"wp-embed","providerNameSlug":"prameya-news-7"}
https://www.prameyanews7.com/carlos-alcaraz-crowned-wimbledon-champion-after-beating-novak-djokovic-in-five-set-thriller/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.