Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯାହା ଦାୟିତ୍ୱ ମିଳିଛି ନିଷ୍ଠାପର ଭାବେ କାମ କରିଛି, ଆଗକୁ ବି କରିବି: ଅତନୁ

10/06/2023 at 1:44 PM

ଭୁବନେଶ୍ୱର ୧୦/୦୬: ନୂଆ ବିଭାଗ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅତନୁ ସବ୍ୟସାଚ୍ଚୀ ନାୟକ । ସମବାୟ ଓ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଭଳି ଦୁଇଟି ବିଭାଗରେ ଯେଉଁ ଭଳି କାର୍ଯ୍ୟ କରିଆସୁଥିଲି ସେହିଭଳି ଏ ବିଭାଗରେ ବି ନିଷ୍ଠାପର ସହ କାର୍ଯ୍ୟ କରିବି ।

ମୁଖ୍ୟମନ୍ତ୍ରୀ ଯେଉଁ ସମୟରେ ଯେଉଁ ଦାୟିତ୍ଵ ଦେଇଛନ୍ତି ଦଳ ହେଉ ବା ସରକାର ମୁଁ ଚେଷ୍ଟା କରିଥାଏ ଠିକ୍ ଭାବରେ ତୁଲାଇବା ପାଇଁ । ଆମ ସରକାର ବିଭିନ୍ନ ପ୍ରକାର ବିଭାଗରେ 5T କୁ ମୂଳ ଆଧାରରେ ରଖିଛୁ । ଟ୍ରାନ୍ସପରେନ୍ସୀ, ଟିମ ୱାର୍କ ଓ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ଗୁରୁତ୍ଵ ଦେଇ ଆସୁଛୁ ।

ସୂଚନା ଥାଉକି, ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ରୋହିତ ପୂଜାରି ବାଦ୍ ପଡିବା ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ମିଳିଥିଲା ଅତିରିକ୍ତ ଦାୟିତ୍ୱ । ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ପରେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିଲେ ରୋହିତ ପୂଜାରୀ ।

   Related Posts