କିଏ କରିଥିଲା ଅଭିଯୋଗ ? କାହାର ମୃତଦେହ ଖୋଜୁଛି ପୋଲିସ ?

Published By : Prameya-News7 Bureau | January 09, 2020 IST

ସମ୍ବଲପୁର୯/୧: ସମ୍ବଲପୁର ବାହଲପଡ଼ାରେ ଜଣେ ବିବାହିତା ମହିଳାଙ୍କ ନିଖୋଜ ଘଟଣାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ସଂପୃକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି କେଉଁଠି ଫିଙ୍ଗି ଦେଇଛନ୍ତି କିମ୍ବା ପୋତି ଦେଇଛନ୍ତି ବୋଲି ଅଭିଯୋଗ ହେବା ପରେ ପୋଲିସ ଘରର ଚଟାଣ ଖୋଳିଥିଲେ ମଧ୍ୟ ମହିଳାଙ୍କ ମୃତଦେହ ମିଳିନାହିଁ । ମହିଳାଙ୍କ ସ୍ବାମୀ ତାଙ୍କ ବାପାମାଆ ଓ ବଡ଼ଭାଇ ସହ କୁଆଡ଼େ ଫେରାର୍‌ ହୋଇଯାଇଛନ୍ତି।

{"id":209101,"sizeSlug":"large"}

ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ମାଜିଷ୍ଟେ୍ରଟ୍‌, ଉପସ୍ଥିତ ଅଛନ୍ତି ସାଇଣ୍ଟିଫିକ୍‌ ଟିମ୍‌ । ହେଲେ ୧୦ଫୁଟ୍‌ ଖୋଳିବା ପରେ ବି ମିଳୁନି ମୃତଦେହର ସନ୍ଧାନ । ହେଲେ କିଏ  ଅଭିଯୋଗ କରିଥିଲା ?  କାହାର ମୃତଦେହ ଖୋଜୁଛି ପୋଲିସ ?  ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଆମକୁ ସମ୍ବଲପୁର ସାକ୍ଷୀପଡ଼ା ନିକଟ ବାହାଲପଡ଼ା ଯିବାକୁ ପଡ଼ିବ। ଯେଉଁଠାରେ ଏକ ସରକାରୀ ଯାଗାରେ ଘର କରି ରହୁଥିଲେ ଅଟୋ ଚାଳକ କୁନାଲ ସିଂ ଓ ତାଙ୍କ ପତ୍ନୀ ଆରତୀ ଦେବୀ । ମାତ୍ର ଦେଢ଼ ବର୍ଷ ତଳେ ବିବାହ ହୋଇଥିଲା

{"id":209102,"sizeSlug":"large"}

ଗଲା ଡିସେମ୍ବର ୩୧ରେ ଉଭୟଙ୍କ ଭିତରେ ଶେଷଥର ପାଇଁ ପାଟିତୁଣ୍ଡ ହୋଇଥିଲା । ଏବଂ ଜାନୁଆରୀ ୧ରେ ଆରତୀ କୁଆଡ଼େ ନିଖୋଜ୍ହୋଇଯାଇଥିବା ଜାଣିବାକୁ ପାଇଥିଲେ ଆରତୀଙ୍କ ପରିବାର ଲୋକେ । ଏନେଇ ସେମାନେ ୩ତାରିଖରେ ଅଇଁଠାପାଲି ଥାନାରେ ଅଭିଯୋଗ କରିବା ପରେ ୫ତାରିଖରେ କୁନାଲ ତାଙ୍କର ବାପାମାଆ ବଡ଼ଭାଇ କୁଆଡ଼େ ଫେରାର୍ହୋଇଯାଇଥିଲେ । କୁନାଲ ପତ୍ନୀ ଆରତୀଙ୍କୁ ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ସତ   ଜାଣିବାକୁ ଛାନଭିନ୍ଚଳାଇଛି ପୋଲିସ

{"id":209103,"sizeSlug":"large"}

କୁନାଲ ବାରମ୍ବାର ଆରତୀଙ୍କ ପରିବାରକୁ ଅଧିକ ଯୌତୁକ ଦାବି କରିଆସୁଥିଲେ । ଏହା ଛଡ଼ା ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବାରୁ ପତ୍ନୀ ଆରତୀଙ୍କ ସହ କୁନାଲଙ୍କ ସବୁ ସମୟରେ ଝଗଡ଼ା, ପାଟିତୁଣ୍ଡ ଲାଗି ରହୁଥିଲା ବୋଲି ପଡ଼ୋଶୀ ଅଭିଯୋଗ କରିଛନ୍ତି । ଏଭଳି ଅବସ୍ଥାରେ କୁନାଲ ପତ୍ନୀ ଆରତୀଙ୍କୁ ହତ୍ୟା କରିଥାଇପାରେ ବୋଲି ସଂଦେହ କରୁଛନ୍ତି ଆରତୀଙ୍କ ପରିବାର ଲୋକେ । ଆରତୀଙ୍କ ନିଖୋଜ୍‌ ଘଟଣାକୁ ନେଇ ତଦନ୍ତ ଚଳାଇଛି ଅଇଁଠାପାଲି ପୋଲିସ । ଫେରାର୍‌ ହୋଇଯାଇଥିବା ସ୍ବାମୀ କୁନାଲ ଧରାପଡ଼ିବା ପରେ ହିଁ ପ୍ରକୃତ ଘଟଣା ଉପରୁ ପରଦା ହଟିପାରିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.