oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳିରେ କିଏ ଟିକେଟ୍ ପାଇବ କେଉଁ ଦଳରୁ…

24/02/2019 at 6:50 PM

ସମ୍ବଲପୁର ୨୪|୨: ସାଧାରଣ ନିର୍ବାଚନ ଘୋଷଣାକୁ ଆଉ ମାତ୍ର କିଛି ଦିନ ରହିଛି। ହେଲେ ସବୁ ରାଜନୈତିକ ଦଳରେ ଏବେ ଆଶାୟୀଙ୍କ ପ୍ରବଳ ଭିଡ। ଏ ଯେମିତି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ। ଶିଳ୍ପବହୁଳ ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀରେ ପୁର୍ବରୁ କଂଗ୍ରେସ ହାତରେ ଥିବା ବେଳେ, ଗତଥର ଏହା ବିଜେଡି ହାତକୁ ଯାଇଥିଲା। ହେଲେ ଏଥର ଏଠାରେ ସବୁଦଳର ଆଶାୟୀଙ୍କ ତାଲିକା ଲମ୍ବା ରହିଛି। ସମସ୍ତେ ଅପେକ୍ଷା କରିଛନ୍ତି, ଦଳ କାହାକୁ ଟିକେଟ୍‌ ଦେବ ।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ଆସନ । ୨୦୦୯ରେ  ସୃଷ୍ଟି ହୋଇଥିବା ଏହି ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ । ଧନକଉଡା, ରେଙ୍ଗାଲି ଓ ମାନେଶ୍ବର ବ୍ଲକର ୧୦ଟି ପଞ୍ଚାୟତକୁ ନେଇ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ । ୨୦୦୯ରେ  ଏଠୁ କଂଗ୍ରେସର ଦୁର୍ଯୋଧନ ଗର୍ଡିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଆସନଟି ବିଜେଡି ହାତକୁ ଚାଲିଗଲା । ବିଜେଡିର ରମେଶ ପଟୁଆ, ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କୁ ହରାଇ ବିଜୟୀ ହୋଇଥିଲେ । ଏଥର ବିଜେଡି ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ବଢିଯାଇଛି । ଟିକେଟ୍ ଲବିରେ ଅଛନ୍ତି ବର୍ତ୍ତମାନର ବିଧାୟକ ରମେଶ ପଟୁଆ ଓ ଉଚ୍ଚ ଶିକ୍ଷିତ ଦିଲ୍ଳୀପ ଦୁରିଆ ।

୨୦୨୪ରେ ଅଳ୍ପ ବ୍ୟବଧାନରେ ହାରିଥିବା ବିଜେପିର ନାଉରୀ ନାୟକ ଏଥର ମଧ୍ୟ ଦଳୀୟ ପ୍ରାର୍ଥୀ ହେବାକୁ ପାଗ ଭିଡିଛନ୍ତି । ପାନୀୟ ଜଳ ଓ କୃଷି ପାଇଁ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ନାଉରୀ । ଅନୁରୂପ ଭାବେ କଂଗ୍ରେସ ତାଲିକାର ସବୁଠି ଆଗରେ ଅଛନ୍ତି ସଞ୍ଜୟ ଛୁରିଆ । କଂଗ୍ରେସକୁ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ପୁର୍ବରୁ ପସନ୍ଦ କରିଛନ୍ତି । ଗତ ୫ବର୍ଷ ହେଲା ବିଜେଡିର ରମେଶ ପଟୁଆ କୌଣସି କାମ କରିନଥିବାରୁ, ଲୋକେ ପୁଣି କଂଗ୍ରେସ ଉପରେ ଭରସା କରିବେ ବୋଲି ସଞ୍ଚୟ କହିଛନ୍ତି ।

ନିର୍ବାଚନ ଯେତିକି ପାଖଉଛି ଆଶାୟୀଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଛି ।

   Related Posts