ୱାର୍ଲଡ କପ ଅଙ୍କକଷା : ଏବେ ଭାରତକୁ ଯିଏ ହରାଇବ ସେ ହିଁ ହେବ ଚାମ୍ପିୟନ କହିଲେ ଭନ

Published By : Prameya-News7 Bureau | June 28, 2019 IST

ମଞ୍ଚେଷ୍ଟର : ଆଇସିସି  ୱାର୍ଲଡକପ୍ ଟାଇଟଲକୁ ନେଇ ଏବେ ଚାଲିଛି ଅଙ୍କକଷା ।  କେଉଁ ଟିମ୍ ଚାମ୍ପିୟନ ହେବ ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବା ବେଳେ ଇଂଲଣ୍ଡ ଟିମ୍ ର ପୂର୍ବତନ ଅଧିନାୟକ ମାଇକେଲ ଭନ ପରୋକ୍ଷରେ ଭାରତହିଁ ଚଳିତ ବିଶ୍ୱ କପ୍ ର ଚାମ୍ପିୟନ ବୋଲି ପୂର୍ବାନୁମାନ କରିଛନ୍ତି। ଭନ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ  ଏନେଇ କରିଥିବା ଟ୍ୱିଟ୍ ରେ ‘ବର୍ତ୍ତମାନ ଯେଉଁ ଟିମ୍ ଭାରତକୁ ପରାସ୍ତ କରିବ ସେ ହିଁ ହେବ ବିଶ୍ୱଚାମ୍ପିୟନ’ ବୋଲି କହିଛନ୍ତି, ଆଉ ଏଥି ପାଇଁ ସେ ତାଙ୍କ ମନ୍ତବ୍ୟ ଉପରେ ଅଟଳ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।  ସେପଟେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ର କୌଣସି ମ୍ୟାଚ୍ ଭାରତ ହାରିବ ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି ଭେଟେରାନ ଇଣ୍ଡିଆନ କ୍ରିକେଟର ମହମ୍ମଦ ଅଝରୁଦ୍ଦିନ୍। ଟିମ୍ ଇଣ୍ଡିଆ ହାରିବା ପାଇଁ କିଛି କାରଣ ଦରକାର। ହେଲେ ବର୍ତ୍ତମାନର ଟିମରେ ସେଭଳି କିଛି କାରଣ ଥିବା ଭଳି ମନେ ହେଉନି ବୋଲି ଅଝରୁଦ୍ଦିନ କହିଛନ୍ତି।

wp:html /wp:html

ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହିଛି। ଚଳିତ ବିଶ୍ୱକପ୍ ରେ ଭାରତ ହିଁ ଏକମାତ୍ର ଟିମ୍ ୬ଟିରୁ ୫ଟି ମ୍ୟାଚ୍ ଖେଳି ପ୍ରତ୍ୟେକ ମ୍ୟାଚ୍ ଜିତିଛି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତ ଏକତରଫା ଜିତ ହାସଲ କରିଥିଲା । ଫଳରେ ୧୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି। ତେବେ ଟିମ୍ ପାଇଁ ଏବେ ଧିମା ରନ ହାର ନୂଆ ସମସ୍ୟା ସୃଷ୍ଟି କରିଛି। ଗୁରୁବାର ମ୍ୟାଚ୍ ରେ  ଟିମ୍ ଇଣ୍ଡିଆ ଆଭରେଜ ରେ ୩୦ ରନ୍ କମ୍ କରିଥିଲା। ତେବେ ବୋଲରମାନେ ଦାୟିତ୍ୱବାନହେବା ଦଳକୁ ବିଜୟ ମଣ୍ଡିତ କରିଛି। ଏହା ହିଁ ଏକ ସଫଳ ଟିମର ଲକ୍ଷଣ ବୋଲି ଟ୍ବିଟ୍ କରିଛନ୍ତି ସୁରେଶ ରୈନା।

{"id":128145}

ତେବେ ଆୟୋଜକ ଇଂଲଣ୍ଡକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ଅଝରୁଦ୍ଦିନ ବିରାମ ଲଗାଇଛନ୍ତି। ଆୟୋଜକ ଟିମର ମନୋବଳ ସ୍ତର ଏବେ ହ୍ରାସ ପାଇଥିବା ଅନୁମାନ କରିଛନ୍ତି ଅଝରୁଦ୍ଦିନ। ଏଣୁ ଶେଷ ୪ ଟିମରେ ଇଂଲଣ୍ଡ ନିଜକୁ ଯଦି ରଖି ପାରେ ତେବେ ଫାଇନାଲକୁ ଯିବ। ତେବେ ସେ ପର୍ଯ୍ୟନ୍ତ ଇଂଲଣ୍ଡ ତାର ଯାତ୍ରା ଜାରି ରଖି ପାରିବ କି ନା ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅଝରୁଦ୍ଦିନ। ତେବେ ଟିମ୍ ଇଣ୍ଡିଆରେ ବିଜୟ ଶଙ୍କରଙ୍କ ପ୍ରଦର୍ଶନ ସନ୍ତୋଷଜନକ ହେଉନଥିବା ଅଝରୁଦ୍ଦିନ କହିଛନ୍ତି। ତେବେ ସେ ଜଣେ ପ୍ରତିଭାବାନ ଖେଳାଳିହୋଇ ମଧ୍ୟ ଅଭିଜ୍ଞତା ଅଭାବରୁ ହୁଏତ ଭଲ ପ୍ରଦର୍ଶନକରିପାରୁ ନାହାନ୍ତି। ଏଣୁ ତାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ଉପଯୋଗ କରିବା ଉପରେ ଜୋର ଦେଇଛନ୍ତି ଅଝରୁଦ୍ଦିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.