oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଚିନ୍ତା ବଢାଇଲା କରୋନାର ନୂଆ ଭାରିଆଣ୍ଟ : ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

13/03/2022 at 9:03 AM

ନୂଆଦିଲ୍ଲୀ,୧୩/୦୩:  ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱରେ କରୋନା ଆତଙ୍କ ଜାରି ରହିଛି । ଅନେକ ସ୍ଥାନରେ ତୃତୀୟ ଲହର ତାଣ୍ଡବ ଖେଳାଇଛି ।ଏହାମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆ ଭାରିଆଣ୍ଟ ନେଇ ଚେତାବନୀ ଦେଇଛି । ଡେଲଟା ଓ ଓମିକ୍ରନ ମିଶି ଡେଲଟାକ୍ରନ ଭାରିଆଣ୍ଟ ତିଆରି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।

ଡବ୍ଲୁଏଚଓ ରିପୋର୍ଟରେ କୁହାଯାଇଛି ଯେ, ଫ୍ରାନ୍ସ, ନେହରଲାଣ୍ଡ ଓ ଡେମାର୍କରେ ଡେଲଟାକ୍ରନ୍ ମାମାଲ ସାମ୍ନାକୁ ଆସିଛି । ଏହା କରୋନାର ଏକ ଘାତକ ଭାରିଆଣ୍ଟ ଅଟେ । ଏଥିରେ ଲୋକେ ଗୁରୁତର ସମସ୍ୟାର ସାମ୍ନା କରୁଛନ୍ତି । ଏହାର ସଂକ୍ରମଣ ବେଗ କମ୍ ହେଲେ ବି ଖାମଖିଆଲି ହେବାକଥା ନୁହେଁ ।

କାଲିଫର୍ଣ୍ଣିଆ ଲ୍ୟାବ୍ ହେଲିକ୍ସରେ ଆମେରିକୀୟ ଗବେଷକ କହିଛନ୍ତି ଯେ, ସେ ୨୯ ହଜାରରୁ ଅଧିକ ପଜିଟିଭ୍ ନମୂନା ପରୀକ୍ଷଣ କରିଥିଲେ । ଅଧିକାଂଶଙ୍କ ଠାରେ ନୂଆ ଭାରିଆଣ୍ଟ ଠାବ ହୋଇଥିଲା । ଯାହା ଡେଲଟା ଓ ଓମିକ୍ରନଠୁ ସୃଷ୍ଟି ହୋଇଛି । ଅନେକଙ୍କଠାରେ ଦୁଇଟି ଭାରିଆଣ୍ଟ ଦେଖିବାକୁ ମିଳିଥିଲା ।

ଫ୍ରାନ୍ସ ବୈଜ୍ଞାନିକ ଫିଲିପ୍ କୋଲସନ୍ କହିଛନ୍ତି ଯେ, କିଛି ଦେଶରେ ସାର୍ସ କୋଭ୍-୨ ମଧ୍ୟରେ ନୂଆ ଭାରିଆଣ୍ଟ ମିଳିଛି । ଦୁଇଟି ଭାରିଆଣ୍ଟ ମିଶି ନୂଆ ଭାରିଆଣ୍ଟ ତିଆରି କରିଛନ୍ତି । ଏହା ଶରୀରରେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଏହାପୂର୍ବରୁ ବୈଜ୍ଞାନିକମାନେ ଦାବି କରିଥିଲେ ଯେ, ଡେଲଟାକ୍ରନ୍ ମାମଲା ଦୁର୍ଲଭ । ଏହାର କୌଣସି ପ୍ରମାଣ ନାହିଁ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନୂଆ ଦାବି ପରେ ଗବେଷକମାନେ ଏନେଇ ଭାବିବାକୁ ବାଧ୍ୟ ହୋଇଛନ୍ତି । ସଂସ୍ଥାର ମାରିଆ ଭାନ୍ କହିଛନ୍ତି ଯେ, ସଂକ୍ରମଣର ଗୁରୁତର ସ୍ଥିତି ନେଇ ପ୍ରମାଣ ନାହିଁ । ଏହା ଉପରେ ବିସ୍ତୃତ ଅଧ୍ୟୟନର ଆବଶ୍ୟକତା ରହିଛି । ଏହାର ପ୍ରସାରକୁ ରୋକିବାକୁ ପ୍ରୟାସ କରିବାକୁ ହେବ । ସମସ୍ତଙ୍କୁ କଟକଣା ମାନିବାକୁ ହେବ ବୋଲି ସେ କହିଛନ୍ତି ।

   Related Posts