ସମାପ୍ତ ହେବ କରୋନା!  ଜାଣନ୍ତୁ କ’ଣ କହିଛନ୍ତି WHO ମୁଖ୍ୟ?

Published By : Prameya-News7 Bureau | September 15, 2022 IST

ଜେନେଭା ୧୫।୯: କରୋନା ଭାଇରସ ମହାମାରୀ (କୋଭିଡ-୧୯)୩ ବର୍ଷ ପୂରଣ କରିବାର କିଛି ମାସ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ଏହି ସଂକ୍ରାମକ ରୋଗର ଅନ୍ତ ନେଇ ସକରାତ୍ମକ ଆଶାବ୍ୟକ୍ତ କରିଛନ୍ତି।  ଏହି ବେମାରୀର ସମାପ୍ତି ଲାଗି ଦୁନିଆକୁ ଏପରି ଭଲ ସ୍ଥିତିରେ ପୂର୍ବରୁ ସେ କେବେ ଦେଖି ନଥିଲେ ବୋଲି ବୁଧବାର ଏକ ଗଣମାଧ୍ୟମ ବାର୍ତ୍ତାରେ କହିଛନ୍ତି। ତେବେ ଭୂତାଣୁ ମୁକାବିଲା ଲାଗି ସବୁ ଦେଶଙ୍କୁ ନିଜ ଉଦ୍ୟମ ଜାରି ରଖିବାକୁ ସେ କହିଛନ୍ତି।

{"id":684377,"width":838,"height":615,"sizeSlug":"full","linkDestination":"none"}

ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସସ୍ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆମେ ମହାମାରୀକୁ ସମାପ୍ତ କରିବା ପାଇଁ କେବେବି ଏହାଠୁ ଭଲ ସ୍ଥିତିରେ ନଥିଲେ। ଆମେ ଏବେ ମହାମାରୀର ସମାପ୍ତିର ସୀମାରେ ପହଞ୍ଚିପାରିନେ, ତେବେ ଏହାର ଅନ୍ତ ଖୁବ୍ ଶୀଘ୍ର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱକୁ ଏହି ସୁଯୋଗର ଫାଇଦା ନେବାକୁ ପଡିବ। ଯଦି ଆମେ ଏହି ଅବସରର ଲାଭ ନ ନେଉଛେ ତେବେ ଆମକୁ ଆଉ ଅଧିକ ଭେରିଆଣ୍ଟ, ଅଧିକ ମୃତ୍ୟୁ, ଅଧିକ ବ୍ୟବଧାନ ଓ ଅଧିକ ଅନିଶ୍ଚିତତାର ବିପଦ ରହିବ।

{"id":684378,"sizeSlug":"full","linkDestination":"none"}

ଜାତିସଂଘ ସ୍ୱାସ୍ଥ୍ୟ ସଂସ୍ଥା ମୁଖ୍ୟଙ୍କ ଏହି ବୟାନକୁ ୨୦୧୯ ମସିହାରେ ଚୀନରୁ ପ୍ରସରିଥିବା ଭୟଙ୍କର କରୋନା ଭାଇରସ ମହାମାରୀ ଭୂତାଣୁ ପ୍ରସାର ପରେ ସବୁଠୁ ଆଶାବାଦୀ ବୟାନ ଭାବେ ଦେଖା ଯାଉଛି। ଘେବ୍ରେସସ୍  ତାଙ୍କର ଏହି ମନ୍ତବ୍ୟ ସହିତ ଗତ ସପ୍ତାହରେ ବୈଶ୍ୱିକ ସ୍ତରରେ ହୋଇଥିବା ରିପୋର୍ଟର ସୂଚନା ମଧ୍ୟ ଦେଇଛନ୍ତି। ତାଜା ମାମଲା ସଂଖ୍ୟା ୨୦୨୦ ପରେ ସବୁଠୁ ନିମ୍ନସ୍ତରକୁ ପହଞ୍ଚିଥିବାର ସେ କହିଛନ୍ତି। କୋଭିଡ-୧୯କୁ ନେଇ ଡବ୍ଲୁଏଚଓଙ୍କ ନବୀନତମ ରିପୋର୍ଟ ଅନୁସାରେ ୧୧ ସେପ୍ଟେମ୍ବରରେ ସମାପ୍ତ ହୋଇଥିବା ସପ୍ତାହରେ କରୋନା ସଂକ୍ରମଣରେ ୨୮ ପ୍ରତିଶତ ହ୍ରାସ ସହ ୩୧ ଲକ୍ଷକୁ ପହଞ୍ଚି ଯାଇଛି। ତେବେ ଏହା ପୂର୍ବ ସପ୍ତାହରେ ସଂକ୍ରମଣ ୧୨ ପ୍ରତିଶତ ହ୍ରାସ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.