oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଗୁରୁତରcovid ଅସୁସ୍ଥଙ୍କ ଚିକିତ୍ସା ଲାଗି ଟୋସିଲିଜୁମାବ ଓ ସାରିଲୁମାବକୁ ଜୀବନ ରକ୍ଷକ ଔଷଧ ଭାବେ ମିଳିଲା WHOଙ୍କ ଅନୁମୋଦନ

7/07/2021 at 8:11 PM

ଜେନେଭା ୭।୭: କୋଭିଡ-୧୯ରେ ଗୁରୁତର ଅଥବା ଅତ୍ୟନ୍ତ ଗୁରୁତର ଅସୁସ୍ଥଙ୍କ ଚିକିତ୍ସା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଇଣ୍ଟରଲୁକିନ୍‌-୬ରେସେପ୍ଟର ବ୍ଲକର ଔଷଧ ଉପଯୋଗ ଲାଗି ଅନୁମୋଦିତ କରିଛନ୍ତି।  ମଙ୍ଗଳବାର ଜାତିସଂଘଙ୍କ ସ୍ୱାସ୍ଥ୍ୟ ଏଜେନ୍ସୀ ଅପଡେଟ କରିଥିବା ଚିକିତ୍ସା ନିର୍ଦ୍ଦେଶାବଳୀରେ ଏହା ସୂଚିତ କରିଛନ୍ତି। ଯେଉଁଥିରେ କୋଭିଡ-୧୯ ଆକ୍ରାନ୍ତଙ୍କ ଠାରେ ବିଶେଷ କରି କର୍ଟିକୋଷ୍ଟରଏଡସ୍‌ ସହ  ଉପଯୋଗ ହେଉଥିବା ଜୀବନ ରକ୍ଷକ ଔଷଧକୁ ମଧ୍ୟ ସାମିଲ କରିଛନ୍ତି ।

ଏଥିରେ ୨୭ ନୈଦାନିକ ପରୀକ୍ଷଣରେ ପ୍ରମାଣିତ ତଥା ୧୦ ହଜାରରୁ ଅଧିକ ରୋଗୀଙ୍କ ତଥ୍ୟ ବିଶ୍ଲେଷଣ କରାଯିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା  ଔଷଧଗୁଡିକୁ ସୁପାରିଶ କରିଛନ୍ତି। ଯେଉଁଥିରେ ଟୋସିଲିଜୁମାବ ଓ ସାରିଲୁମାବକୁ ମଞ୍ଜୁର କରିଛନ୍ତି। ଡବ୍ଲୁଏଚଓଙ୍କ ଅନୁସାରେ କୋଭିଡ-୧୯ରେ ଆକ୍ରାନ୍ତ ରୋଗୀ ପ୍ରାୟତଃ ପ୍ରତିରକ୍ଷା ପ୍ରଣାଳୀରେ ଓଭର ରିଆକ୍ସନରେ ପୀଡିତ ହୋଇଥାନ୍ତି। ଯୋହା ରୋଗୀଙ୍କ ସ୍ୱାସ୍ଥ୍ୟ ଲାଗି ହାନୀକାରକ ହୋଇପାରେ। ଏଣୁ ଆଇଏଲ-୬ ଅବରୋଧ କରିପାରୁଥିବା ଔଷଧ ଟୋସିଲିଜୁମାବ ଓ ସରିଲୁମାବ ଏହି ଓଭର ରିଆକ୍ସନ ନିୟନ୍ତ୍ରଣରେ ସହାୟକ ହୋଇପାରୁଛି।  

ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର କାଳରେ ଶହଶହ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ଏହି ଔଷଧର ଅତ୍ୟାଧିକ ଚାହିଦା ଥିଲା। ଏକ ଅଧ୍ୟାୟନରୁ କୋଭିଡ-୧୯ରେ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ସାଧାରଣ ଦେଖରେଖରେ ଦିଆଯାଇଥିବା ଆଇଏଲ-୬ ରେସିପ୍ଟର ବ୍ଲକର  ୧୩ ପ୍ରତିଶତ ମୃତ୍ୟୁ ସମ୍ଭାବନାକୁ ଟାଳି ପାରିଥିଲା। ସେହିପରି ଗୁରୁତରରୁ ଅତ୍ୟାଧିକ ଗୁରୁତର ରୋଗୀଙ୍କ ଠାରେ ଔଷଧର ପ୍ରୟୋଗ ୨୮ ପ୍ରତିଶତ ପର୍ଯ୍ୟନ୍ତ ଭେଣ୍ଟିଲେଟରର ଆବଶ୍ୟକତା ହ୍ରାସ କରିଥିଲା।

ସେପ୍ଟେମ୍ବର ୨୦୨୦ରେ ଡବ୍ଲୁଏଚଓ ଚିକିତ୍ସାରେ କର୍ଟିକୋଷ୍ଟେରାଇଡସ୍‌ ସୁପାରିଶ କରିବା ପରଠାରୁ କରୋନା ବିରୋଧରେ କାର୍ଯ୍ୟ କରିବାରେ ଏହି ଦୁଇ ଔଷଧକୁ ସବୁଠୁ ଅଧିକ ପ୍ରଭାବୀ ଦେଖାଯାଇଛି । ଏଣୁ କୋଭିଡରେ ଚିକିତ୍ସା ନିମନ୍ତେ ଡବ୍ଲୁଏଚଓ ପ୍ରଥମ ଥର ଏହି ଦୁଇ ଔଷଧକୁ ସୁପାରିଶ କରିଛନ୍ତି। ତେବେ ଏହି ଜୀବନ ରକ୍ଷକ ଔଷଧର ମୂଲ୍ୟ ନିର୍ମାତାମାନେ ହ୍ରାସ କରିବା ସହ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଙ୍କୁ  ଖାସକରି ଯେଉଁଠାରେ ସଂକ୍ରମଣ ହାର ବଢିବଢି ଚାଲିଛି ସେଠାକୁ ଯୋଗାଣ କରିବାରେ ସହାୟକ ହୁଅନ୍ତୁ ବୋଲି ଡବ୍ଲୁଏଚଓ ନିବେଦନ କରିଛନ୍ତି। କାରଣ ଏପରି ଔଷଧ କରୋନାରେ ଗୁରୁତର ଆକ୍ରାନ୍ତ ରୋଗୀ ଏବଂ ସେମାନଙ୍କ ପରିବାର ଲାଗି ଆଶାର କିରଣ ହୋଇପାରେ ବୋଲି ଡବ୍ଲୁଏଚଓ ମହାନିର୍ଦ୍ଦେଶକ କହିଛନ୍ତି।

   Related Posts