ଜେରେମୀ ଫରାର WHOର ନୂଆ ମୁଖ୍ୟ ବୈଜ୍ଞାନିକ, ସୌମ୍ୟା ସ୍ୱାମୀନାଥନଙ୍କ ନେବେ ସ୍ଥାନ

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ: ଜେରେମୀ ଫରାରଙ୍କୁ ନିଜର ନୂତନ ମୁଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ମଙ୍ଗଳବାର କହିଛି ଯେ ଜେରେମୀ ଫରାର ଏହାର ନୂଆ ଚିଫ୍ ବୈଜ୍ଞାନିକ ଏବଂ ଏଜେନ୍ସି ମହାମାରୀ ପରର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛି । ଏହା ପୂର୍ବରୁ ସୌମ୍ୟା ସ୍ୱାମୀନାଥନ ସଂଗଠନର ମୁଖ୍ୟ ବୈଜ୍ଞାନିକ ଦାୟିତ୍ୱ ସମ୍ଭାଳିଥିଲେ ଏବଂ ନଭେମ୍ୱରରେ ଦାୟିତ୍ୱ ମୁକ୍ତ ହୋଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଘେବ୍ରିୟସସଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ନେଇ ଏହି ନିଯୁକ୍ତି ଦିଆଯାଇଛି ।

ଡବ୍ଲୁଏଚଓ ମୁଖ୍ୟ ଏକ ବାୟନରେ କହିଛନ୍ତି ଯେ ମୁଖ୍ୟ ବୈଜ୍ଞାନିକ ରୂପେ ଜେରେମୀ ସଂଗଠନ ଏବଂ ଏହାର ସଦସ୍ୟଙ୍କ ଭାଗିଦାରୀଙ୍କୁ ଅତ୍ୟାଧୁନିକ, ଜୀବନ ରକ୍ଷକ ବିଜ୍ଞାନ ଏବଂ ନୂଆ ପ୍ରୟୋଗରେ ଲାଭାନ୍ୱିତ କରିବା ପାଇଁ ଆମ ଉଦ୍ୟମକୁ ଗତିଶୀଳ କରାଇବେ । ଜେରେମୀ ଜଣେ କ୍ଲିନକଲ ବୈଜ୍ଞାନିକ, ନିକଟରେ ସେ ୱେଲକମ ଟ୍ରଷ୍ଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।  

ଏହା ପୂର୍ବରୁ ସୌମ୍ୟା ସ୍ୱାମୀନାଥନ ମୁଖ୍ୟ ବୈଜ୍ଞାନିକ ଥିଲେ । ଡାକ୍ତର ସୌମ୍ୟା ହେଉଛନ୍ତି କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କ ଝିଅ । ଏମଏସ ସ୍ୱାମୀନାଥନଙ୍କୁ ଭାରତରେ ସବୁଜ କ୍ରାନ୍ତିର ଜନକ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.