ବୋରଓ୍ୱେଲ ମାରିଲେ ଆସିଲା ଧଳା ପାଣି, ବାଲଟି ବାଲଟି ବୋହିନେଲେ ଲୋକେ

Published By : Prameya-News7 Bureau | November 28, 2023 IST

ୟୁପି ୨୮/୧୧: ଉତ୍ତର ପ୍ରଦେଶରେ ଏମିତି କିଛି ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଯାଞ୍ଚ । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା । ହ୍ୟାଣ୍ଡପମ୍ପରୁ ଅଚାନକ୍ ଆସିଲା ଧଳା ପାଣି । ଆଣିବାକୁ ଲାଗିଲା ଲୋକଙ୍କ ଗହଳି । ଉତ୍ତର ପ୍ରଦେଶ ମୁରଦାବାଦ ବିଲାରୀରେ ଘୁରିବୁଲିଥିଲା ଗୋଟିଏ ଭିଡିଓ । ଏମିତିକି ଲୋକେ କ୍ଷୀର ଭାବି ଘରକୁ ନେଇଥିଲେ ବୋହି । ଯିଏ ଯାହା ପାଇଲା ଧରି ନେଇଗଲା । ସେ ବାଲଟି ହେଉ ବା ବୋତଲ । ସଂଗେ ସଂଗେ ଖବର ବ୍ୟାପି ଯାଇଥିଲା ନିଆଁ ଭଳି । ପୋଲିସ ପାଖରେ ବି ଖବର ପହଞ୍ଚିଥିଲା । ଆରମ୍ଭ ହୋଇଥିଲା ଯାଞ୍ଚ ।

wp:html /wp:html

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ସାମ୍ନାକୁ ଆସିଲା ପ୍ରକୃତ ସତ । ଭାଇରାଲ ଭିଡିଓର ଯାଞ୍ଚରୁ ଜଣାପଡିଥିଲା ଏହା କ୍ଷୀର ନଥିଲା ବରଂ ଥିଲା ଧଳା ପାଣି । ଆଉ ଏହି ପାଣି ଥିଲା ପ୍ରଦୂଷିତ ଜଳ । କହିବାକୁ ଗଲେ ହ୍ୟାଣ୍ଡ ପମ୍ପ ଥିବା ପକ୍କା ସ୍ଥାନଟି ଭାଙ୍ଗିଯାଇଥିଲା । ଫଳରେ ଅତି ନିମ୍ନ ସ୍ତରକୁ ଖସିଥିଲା ଟ୍ୟାପ୍ । ସେହି କାରଣରୁ, କିଛି ଦୂଷିତ ପଦାର୍ଥ ପାଣି ଭିତରକୁ ଆସି ବାହାରୁଥିଲା ଧଳା ରଙ୍ଗର ପାଣି । କିଛି ସମୟ ପରେ, ଟ୍ୟାପରୁ ଆସିଥିଲା ଭଳ ଜଳ । ତଥାପି ପୋଲିସ ପକ୍ଷରୁ ଟ୍ୟାପ୍‌କୁ କରାଯାଇଛି ସିଲ୍ । ଆଉ ଲୋକଙ୍କୁ ଗୁଜବରୁ ଦୂରେଇ ରହିବାକୁ କରାଯାଇଛି ନିବେଦନ ।

you can also read...

wp:embed {"url":"https://www.prameyanews7.com/age-of-13-and-is-now-the-owner-of-a-rs-100-crore-company-know-his/","type":"wp-embed","providerNameSlug":"prameya-news-7"}
https://www.prameyanews7.com/age-of-13-and-is-now-the-owner-of-a-rs-100-crore-company-know-his/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.