ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ, ଲଙ୍ଗସ୍ ଟ୍ୟୁମର ରୋଗରେ ପୀଡିତ ଥିଲା

Published By : Prameya-News7 Bureau | October 22, 2022 IST

ଭୁବନେଶ୍ୱର, ୨୨/୧୦: ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ଧଳା ବାଘୁଣୀ ବିଜୟାର ମୃତ୍ୟୁ ହୋଇଛି । ନନ୍ଦନକାନନ ଡେପୁଟି ଡାଇରେକ୍ଟର ଜୟନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେଲା ଲଙ୍ଗସ ଟ୍ୟୁମର ରୋଗରେ ପୀଡିତ ଥିଲା ବିଜୟା । ମୃତଦେହ ବ୍ୟବଚ୍ଛେଦ ପରେ ଏହା ଜଣାପଡ଼ିଛି । କିଛି ଦିନ ହେଲା ଅସୁସ୍ଥ ଥିଲା ବିଜୟା । ଖାଇବା କମ୍ କରି ଦେଇଥିଲା । ବିଜୟାର ଜନ୍ମ ନନ୍ଦନକାନନରେ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.