ଏହି ଫିନ୍ ଫିନ୍ ଧଳା ସାପର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ, କାହାକୁ ଦୈବାୟତ ମିଳିଗଲେ ହୋଇଯିବ ମାଲାମାଲ୍
14/01/2019 at 2:01 PM

ସାପଙ୍କ ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହୋଇଥାଏ। ଭାରତରେ ସର୍ପପୂଜା ପରଂପରା ରହିଛି । ହିନ୍ଦୁଙ୍କ ଦେବତା ମହାଦେବ ଶିବ ତାଙ୍କ ବେକରେ ସାପକୁ ମାଳ କରି ପିନ୍ଧିବାର ବହୁ କାରଣ ଅଛି। କିନ୍ତୁ ସାଧାରଣ ମଣିଷ ସର୍ପଦଂଶନକୁ ଡରି ସାପଙ୍କ ପାଖକୁ ଯିବାକୁ ସାହାସ କରିପାରନ୍ତି ନାହିଁ। ସାଧାରଣତଃ ସବୁ ସାପ କଳା, ହଳଦିଆ, ମାଟିଆ, ପାଉଁଶିଆ ଆଦି ରଂଗର ଥାଆନ୍ତି। ତେବେ ଆଜି ଜାଣନ୍ତୁ ଏମିତି ଏକ ସାପ ବିଷୟରେ ଯାହାର ରଂଗ ପ଼ୃଥିବୀର ସବୁ ସାପଙ୍କଠାରୁ ଅଲଗା। ଏହି ସାପର ରଂଗ ପୁରା ଧଳା ହୋଇଥାଏ। ଏହି ଭିନ୍ନ ପ୍ରଜାତିର ସାପ କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳନ୍ତି।

ଏହି ଲୁପ୍ତ ପ୍ରଜାତିର ସାପ ଦୁନିଆରେ ଅନ୍ୟ କୌଣସି ଜାଗାରେ ଦେଖିବାକୁ ମିଳନ୍ତି ନାହିଁ। କ୍ଷୀର ଭଳି ସଫା ଧଳା ରଂଗର ଏହି ସାପ ବଂଶାନୁଗତ କ୍ରମବିକାଶ ହେବା ସହ ଜନ୍ମ ହୋଇଥାନ୍ତି। ଟେରିଟରି ୱାଇଲ୍ଡ ଲାଇଫ ପାର୍କ ଏଭଳି କିଛି ସାପଙ୍କୁ ଧରିଥିଲା। ୱାଇଲ୍ଡ ଲାଇଫ ପାର୍କ ଏହି ଧଳା ରଂଗ ସାପର ଫଟୋ ସମସ୍ତଙ୍କ ସହ ସେୟାର କରିଛନ୍ତି।
