ବିମାନ ପଛରେ କାହିଁକି ପଡେ ଧଳାଗାର ? ଏହା ବିମାନର ଧୁଆଁ, ନାଁ ଆଉ କିଛି…

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ ୨୯।୧୧: ଆକାଶରେ ବିମାନ ଉଡୁଥିବା ସମସ୍ତେ ଦେଖିଥିବେ । ନଜର କରିଥିବେ ବିମାନ ଉଡୁଥିବା ବେଳେ ତା ପଛରେ ପଡିଥାଏ ଏକ ଧଳା ଗାର । ଅନେକ ଲୋକ ଏହାକୁ ବିମାନର ଧୂଆଁ ବୋଲି କହିଥାନ୍ତି ।  କଣ ବାସ୍ତବରେ ଏହା ବିମାନର ଧୁଆଁ । ନାଁ ଏହା କୌଣସି ଧୁଆଁ ନୁହେଁ । ଏହା ଏକ ପ୍ରକାରର ବାଦଲ । କିନ୍ତୁ ଏହି ବାଦଲ ସାଧାରଣ ବାଦଲ ଠାରୁ ଭିନ୍ନ । ଏହି ବାଦଲଗୁଡ଼ିକ କେବଳ ବିମାନ କିମ୍ବା ରକେଟ୍ ଯିବା ପରେ ହିଁ ସୃଷ୍ଟି ହୋଇଥାଏ । ନାସା ରିପୋର୍ଟ ଅନୁଯାୟୀ, ବିମାନ ପଛରେ ଆକାଶରେ ସୃଷ୍ଟି ହେଉଥିବା ଏହି ଧଳା ଗାର ଗୁଡ଼ିକୁ କଣ୍ଟ୍ରେଲ୍ କୁହାଯାଏ ।

{"id":876257,"width":839,"height":560,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ, ଏହି ବାଦଲ ସେତେବେଳେ ହୋଇଥାଏ ଯେତେବେଳେ ବିମାନ ପୃଥିବୀଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଏବଂ -40 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଉଡ଼େ । ରକେଟ୍ କିମ୍ବା ବିମାନରୁ ଏରୋସୋଲ୍ ବାହାରିଥାଏ । ଆଉ ଏହି ଏରୋସୋଲ୍ ଆକାଶରେ ଥିବା ଆର୍ଦ୍ରତା ସହିତ ମିଶି ସୃଷ୍ଟି ହୋଇଥାଏ କଣ୍ଟ୍ରେଲ୍ । 

{"id":876251,"width":841,"height":618,"sizeSlug":"full","linkDestination":"none"}

ତେବେ ନିଶ୍ଚୟ ଦେଖିଥିବେ ବିମାନ ଅତିକ୍ରମ କରିବାର କିଛି ସମୟ ପରେ ଏହି ଧଳା ଗାର ଅଦୃଶ୍ୟ ହୋଇଯାଏ । ବାୟୁରେ ଉପସ୍ଥିତ ଆର୍ଦ୍ରତା ଏଗୁଡିକ ସୃଷ୍ଟି ହେବାର କାରଣ । ଅନେକ ଥର ଆକାଶର ଅଧିକ ଉଞ୍ଚାରେ ଜୋର ପବନ କାରଣରୁ କଣ୍ଟ୍ରେଲ୍ ନିଜ ସ୍ଥାନରୁ ହଟିଯାଇଥାଏ । ଆଉ ଏହି ଧଳା ଗାର ଅଦୃଶ୍ୟ ହୋଇଯାଇଥାଏ ।

{"id":876252,"width":838,"height":577,"sizeSlug":"full","linkDestination":"none"}

ତେବେ ୧୯୨୦ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ ବି ଏହା ସମସ୍ତଙ୍କ ନଜରକୁ ଆସିଥିଲା । ଏହା ସାହାଯ୍ୟରେ ଯୁଦ୍ଧ ବିମାନ ପାଇଲଟମାନେ କାବୁରୁ ଖସି ଯାଉଥିଲେ । ଏମିତିକି ଏହି ଧୂଆଁ କାରଣରୁ ଅନେକ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଥିବାର ଖବର ସାମ୍ନାକୁ ଆସିଥିଲା । କାରଣ ବିମାନର ପାଇଲଟ କିଛି ଦେଖି ପାରୁନଥିଲେ। ଯେଉଁ କାରଣରୁ ଏପରି ହୋଇଥିଲା ।

You Can Read:

wp:embed {"url":"https://www.prameyanews7.com/horrifying-moment-a-haunted-doll-from-world-war-two-blinked-and-moved-its-mouth/","type":"wp-embed","providerNameSlug":"prameya-news-7"}
https://www.prameyanews7.com/horrifying-moment-a-haunted-doll-from-world-war-two-blinked-and-moved-its-mouth/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.