ରାଜ୍ୟରେ ପ୍ରତ୍ୟେକ ଦିନ ହାରାହାରି ୭ଜଣଙ୍କୁ ଦୁଷ୍କର୍ମ କରାଯାଉଥିବା ବେଳେ ୫ଜଣଙ୍କୁ ହତ୍ୟା କରାଯାଉଛି

Published By : Prameya-News7 Bureau | July 28, 2019 IST

ଭୁବନେଶ୍ବର ୨୮|୭: ରାଜ୍ୟରେ ବଢୁଛି ଅପରାଧ। ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ବିଫଳ ପୋଲିସ୍।  ରାଜ୍ୟରେ ପ୍ରତ୍ୟେକ ଦିନ ହାରାହାରି ୭ ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିବା ବେଳେ ୫ ଜଣଙ୍କୁ ହତ୍ୟା କରାଯାଉଛି । ଗତବର୍ଷର ଦାଖଲ ହୋଇଥିବା ମାମଲାଗୁଡିକରୁ ଅଧା ମାମଲାରେ ଚାର୍ଜସିଟ ଦାଖଲ କରିପାରିନି ପୋଲିସ । ବିଗତ ୩ ବର୍ଷର ଶ୍ୱେତପତ୍ର କୁ ଦେଖିଲେ ଏକଥା ଜଳଜଳ ହେଇ ଦିଶୁଛି । ଏମିତି ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

{"id":138312}

ଶ୍ୱେତପତ୍ରରେ ସତକଥା। ରାଜ୍ୟର ଆଇନ ଶୃଙ୍ଖଳାର ନଗ୍ନଚିତ୍ର ।  ୨୦୧୮ ମସିହାରେ ୧ଲକ୍ଷ ୭ହଜାର ୪୦୮ଟି ଅପରାଧିକ ମାମଲାରୁ ଅଧା ମାମଲାରେ ପୋଲିସ ଚାର୍ଜସିଟ ବି ଦାଖଲ କରିପାରିନି । ୨୦୧୭ ଓ ୨୦୧୮ ର ଶ୍ୱେତପତ୍ରକୁ ଦେଖିଲେ ଜଣାପଡୁଛି ଯେ ଏବର୍ଷ ଦୁଷ୍କର୍ମ କ୍ଷେତ୍ରରେ ୩୦୦ ଅଧିକ କେଶ ଦାଖଲ ହେଇଛି । ହାରାହାରି ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମ ର ଶିକାର ହେଉଛନ୍ତି ।

{"id":138313}

୨୦୧୮ରେ ଘଟିଥିବା ୨୭୯୪ ଟି ହତ୍ୟା ମାମଲାରେ ଆଧାରୁ ଅଧିକ ମାମଲାରେ ଚାର୍ଜସିଟ ଦାଖଲ କରିପାରିନି ପୋଲିସ ।  ବିଗତ ୩ ବର୍ଷର ଶ୍ୱେତପତ୍ରକୁ ଦେଖିଲେ ଏ କଥା ଜଳଜଳ ହେଇ ଦିଶୁଛି । ଏସବୁ ତଥ୍ୟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏପରିକି ଶ୍ୱେତପତ୍ର ରେ ଦିଆଯାଇଥିବା ତଥ୍ୟଠାରୁ ମଧ୍ୟ ସ୍ଥିତି ଆହୁରି ସାଂଘାତିକ ବୋଲି ଉଭୟ କଂଗ୍ରେସ ଏବଂ ବିଜେପି କହିଛନ୍ତି । ଆସନ୍ତା କାଲି ବିଧାନ ସଭାରେ ଏ ନେଇ ସରକାର ଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

{"id":138315}

ସେପଟେ ବିରୋଧିଙ୍କ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି ସରକାରୀ ଦଳ ।  ରାଜ୍ୟ ସରକାର କେବେ ବି କୌଣସି ତଥ୍ୟ ଲୁଚାଇନାହାନ୍ତି । ରାଜ୍ୟ ସରକାର ଆଇନଶୃଖଳା ପରିସ୍ଥିତି ଉପରେ କାର୍ଯାନୁଷ୍ଠାନ ନେବାରେ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି,  ଘଟଣା ଉପରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଏହାକୁ କମାଇବାରେ ଜିରୋ ଟଲରେନସ ନୀତି ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଶଶିଭୁଷଣ ବେହେରା ।

{"id":138314}

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ବାରମ୍ବାର ଘେରୁଛନ୍ତି ବିରୋଧୀ। ସେପଟେ ବାରମ୍ବାର ସରକାରୀ ଦଳ କହିଚାଲିଛି ରାଜ୍ୟରେ ଆଇନ ଶୃଙ୍ଖଳା  ସ୍ଥିତି ଖୁବ ଭଲ ଅଛି। ଯାହାକୁ ନେଇ ବଢ଼ିଚାଲିଛି ଆରୋପ ଓ ପ୍ରତ୍ୟାରୋପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.