ନୂଆଦିଲ୍ଲୀ ୧୧।୧୧: ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ଡୋନାଲ୍ଟ ଟ୍ରମ୍ପ । ଏବେ ତାଙ୍କର ସରକାରୀ ଘର ହେବ ହ୍ବାଇଟ୍ହାଉସ୍ । ଆମେରିକାର ହ୍ବାଇଟ୍ ହାଉସ୍ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ ଅଟେ । ଏହାର ନିର୍ମାଣ ଆୟରେସ୍ ମୂଳ ବାସିନ୍ଦା ଆର୍କିଟେକ୍ ଜେମ୍ସ ହୋବନଙ୍କ ଡିଜାଇନ୍ ଚୟନ କରାଯାଇଥିଲା । ପୂର୍ବରୁ ଏହାକୁ ପ୍ରେସିଡେଣ୍ଟ ପ୍ୟାଲେସ ଏବଂ ପ୍ରେସିଡେଣ୍ଟ ହାଉସ୍ କୁହଯାଉଥିଲା ।
କିନ୍ତୁ ୧୯୦୧ରୁ ଏହାର ନାମ ହ୍ବାଇଟ ହାଉସ୍ ରଖାଯାଇଥିଲା। ୬ ମହଲା ବିଶିଷ୍ଠ ହ୍ବାଇଟ ହାଉସରେ ୧୩୨ ରୁମ୍, ୩୫ ବାଥରୁମ୍, ୪୧୨ଟି ଗେଟ୍, ୧୪୭ ଝରକା, ୨୮ଟି ଅଗ୍ନି ସ୍ଥାନ, ୮ଟି ସିଡ଼ି ଏବଂ ୩ଟି ଲିଫ୍ଟ ରହିଛି । ହ୍ବାଇଟ ହାଉସକୁ ୩ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ଇଷ୍ଟ ୱିଙ୍ଗ, ୱେଷ୍ଟ ୱିଙ୍ଗ ଏବଂ ଏକଜିକ୍ୟୁଟିଭ୍ ସାମିଲ ରହିଛି ।
ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ବିଲଡିଂର ଦ୍ୱିତୀୟ ମହଲାରେ ରୁହନ୍ତି । ଅବଶିଷ୍ଟ ଅଂଶ ଇଭେଣ୍ଟ, ଅତିଥି ଏବଂ ବିଲ୍ଡିଂ କର୍ମଚାରୀଙ୍କ ପାଇଁ ରହିଥାଏ । ହ୍ବାଇଟ ହାଉସର ନାଁ ଯେମିତି ଏହାକୁ ସେପରି ଧଳା ରଙ୍ଗ ଦିଆଯାଇଛି । ଏହି ହ୍ବାଇଟ ହାଉସ୍କୁ ଧଳା ରଙ୍ଗ କରିବା ପାଇଁ ୫୭୯ ଗ୍ୟାଲନ୍ ରଙ୍ଗ ଆବଶ୍ୟକ ହୋଇଥାଏ । ଅର୍ଥାତ୍ ୨ ହଜାର ଲିଟରରୁ ଅଧିକ ରଙ୍ଗ ହ୍ବାଇଟ୍ ହାଉସ୍ରେ ଲାଗିଥାଏ ।