ସବୁ କ୍ଷେତ୍ରରେ ଦେଶର ଶକ୍ତି ବଢ଼ାଇବ ଧଳା ସୁନା, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଳୀ, ୫/୧୨: ଭାରତରେ ସୁନାର ଚାହିଦା ଏତେ ମାତ୍ରାରେ ରହିଛି ଯେ ଦେଶରେ ସୁନା ଆବଶ୍ୟକତା ପୂରଣ କରିବା ପାଇଁ ସୁନା ଆମଦାନୀ କରିବାକୁ ପଡ଼ିଥାଏ। ଏହାଯୋଗୁଁ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ପଡ଼ିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ହ୍ବାଇଟ୍ ଗୋଲ୍ଡ ବା ଧଳା ସୁନା ବିଷୟରେ, ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଏହା କେବଳ ଯେ ଦେଶକୁ ସଶକ୍ତ କରିବ ତାହା ନୁହେଁ ବରଂ ଏହା ପରିବେଶ ଉପଯୋଗୀ ହେବ।

ଧଳା ସୁନା ଅର୍ଥାତ୍ ଲିଥିୟମ, ଏହା ଏଭଳି ସୁନା ଯାହା ଭବିଷ୍ୟତରେ ଅଧିକାଂଶ ଦେଶର ଅର୍ଥନୀତିର ଦିଗ ନିର୍ଦ୍ଦାରଣ କରିବ। ଭାରତ ସରକାର ଇଲେକ୍ଟ୍ରିକ୍ ଯାନର ବ୍ୟବହାରକୁ ଉତ୍ସାହିତ କରୁଥିବାବେଳେ ଆଗାମୀ ସମୟରେ ଏହାର ଚାହିଦା ବଢ଼ିବା ନିଶ୍ଚିତ।

ଏକ ରିପୋର୍ଟ ଅନୁଯାୟୀ, ବିଦେଶ ମନ୍ତ୍ରାଳୟ ଲଗାତାର ସେହି ଦେଶ ଯୋଗାଯୋଗରେ ରହିଛି ଯେଉଁଠାରେ ଲିଥିୟମ ବହୁଳ ଭାବରେ ମିଳିଥାଏ। ଏହି ପଦକ୍ଷେପ ଦ୍ବାରା ଦେଶରେ ପର୍ଯ୍ୟାପ୍ତ ଲିଥିୟମ ମହଜୁଦ ହୋଇପାରିବ। ଫଳରେ ଆସନ୍ତା ସମୟରେ ଇଲେକ୍ଟ୍ରିକ୍  ଯାନ ପାଇଁ ବ୍ୟାଟେରୀ ନିର୍ମାଣରେ ଘରୋଇ କ୍ଷମତା ବଢ଼ାଯାଇପାରିବ। ଭାରତରେ ବର୍ତ୍ତମାନ ବ୍ୟାଟେରୀ ନିର୍ମାଣ ପାଇଁ କୌଣସି ବଡ଼ କ୍ଷମତା ନାହିଁ।

କିନ୍ତୁ ଯେଉଁଭଳି ଇଲେକ୍ଟ୍ରିକ୍ ଯାନର ଚାହିଦା ବଢ଼ୁଛି। ଏଥିପାଇଁ ପ୍ରୋଡକ୍ସନ ଲିଙ୍କ୍ ଇନସେନଟିଭ୍ ସ୍କିମ୍ ଆରମ୍ଭ କରାଯାଇଛି।ବ୍ୟାଟେରୀ ସେକ୍ଟରରେ କାମ କରୁଥିବା କମ୍ପାନୀଙ୍କୁ ଏହା ଅନ୍ତର୍ଗତ ୧୮,୧୦୦ କୋଟିର ପ୍ରୋତ୍ସାହନ ମଧ୍ୟ ମିଳିବ। ବର୍ତ୍ତମାନ ଦେଶରେ ଇଭି ଇଣ୍ଡଷ୍ଟ୍ରୀ ଲିଥିୟମ ଆୟନ ସେଲର ଆମଦାନୀ ଉପରେ ନିର୍ଭର କରିଥାଏ।

ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଦେଶରେ ଦୁଇଚକିଆ ଇଭି ଯାନ ୬୦ % ପହଞ୍ଚିବା ନେଇ ଅନୁମାନ କରାଯାଉଛି। ଏମିତିରେ ଯଦି ଭାରତ ପାଖରେ ବ୍ୟାଟେରୀ ତିଆରି କରିବାର ନିଜସ୍ବ କ୍ଷମତା ରହିବ ତେବେ ଏହା ଫଳରେ ଅର୍ଥବ୍ୟବସ୍ଥାରେ ଆମଦାନୀ ବୋଝ କମ୍ ହେବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.