ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଷ୍ଟାର୍ଟ ମାରିବା ବେଳେ ରାସ୍ତା ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ

16/11/2022 at 5:33 PM

ଖୋର୍ଦ୍ଧା: ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରି ବଜାରରେ ଘଟିଛି ଏଭଳି ଘଟଣା । ଗାଡି ଷ୍ଟାର୍ଟ କରିବା ବେଳେ ଅଚାନକ ଗାଡିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ କାରଟି ସଂପୂର୍ଣ୍ଣ  ଜଳିଗଲା।

ସୂଚନା ଅନୁସାରେ ବୋଲଗଡ କଳାଙ୍ଗ  ଅଞ୍ଚଳରୁ ଏକ ଗ୍ୟାସ ଚାଳିତ ମାରୁତି ଭ୍ୟାନରେ  ପାଲା ପରିବେଷଣ କରିବା ପାଇଁ  ଏକ ପାଲା ଦଳ ଖୋର୍ଦ୍ଧା ଅଭିମୁଖେ  ଯାଉଥିବା ବେଳେ ବାଘମାରୀ ଥାନା ନିକଟରେ ଗାଡି ରଖି ଓହ୍ଲାଇ ଥଣ୍ଡା ପାନୀୟ ଜଳ ପିଇ ପୁନର୍ବାର ଗାଡି ବସି ଗାଡି ଷ୍ଟାର୍ଟ କରୁଥିବା ବେଳେ ହାଠତ ଗାଡ଼ିରେ ନିଆଁ ଲାଗିଯାଇଥିଲା । ତାପରେ ପାଲା ଦଳ ସହ ଡ୍ରାଇଭର  ସୁରକ୍ଷିତ ଗାଡିରୁ ଓହ୍ଳାଇ ବେଗୁନିଆ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହୀନି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କାର ଡ୍ରାଇଭର ସହ ପାଲା ମେଳ ସୁରକ୍ଷିତ ଥିବା ଜଣାପଡିଥିବା ବେଳେ ନିଆଁ  ଲାଗିବା କାରଣ ଅସ୍ପଷ୍ଟ ଜଣା ପଡିଛି।

   Related Posts