krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାଳଧ୍ଵଜ ରଥ ଟଣା ବେଳେ ଠେଲାପେଲା, ଅଚେତ ଅବସ୍ଥାରେ ଏକାଧିକ ହସ୍ପିଟାଲ୍‌ରେ ଭର୍ତ୍ତି

20/06/2023 at 5:13 PM

ପୁରୀ: ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ରଥ ଟଣା ବେଳେ ଅଘଟଣ ଘଟିଛି। ତାଳଧ୍ବଜ ରଥ ଟଣା ବେଳେ ମରିଚିକୋଟ ଛକରେ ଠେଲାପେଲା ହେବାରୁ ଏକାଧିକ ଆହତ ହୋଇଥିବା ଜଣା ପଡ଼ିଛି। ସେଥିରୁ ଅନେକଙ୍କ ଗୁରୁତର ଆହତ ହୋଇଛନ୍ତି।  ୭ ଜଣରୁ ଅଧିକକୁ ଅଚେତ୍ ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଉପରେ ଶତାଧିକ ମାଡ଼ି ଯାଇଛନ୍ତି। ଆହତ ସଂଖ୍ୟା ବଢିପାରେ ବୋଲି ପୁରୀ ଏଡିଏମଓ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୭ ଜଣରୁ ଅଧିକକୁ ଅଚେତ୍ ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି । କାହାର ହାତ ଭାଙ୍ଗିଛି ତ କିଏ ଶ୍ୱାସ ରୁଦ୍ଧ ହୋଇ ଅଣ ନିଃଶ୍ୱାସି ହୋଇ ପଡ଼ିଥଲେ । ଖୋର୍ଦ୍ଧାରୁ ନିଜ ପରିବାରଙ୍କ ସହ ଆସିଥିବା ଅମିୟ ସାମନ୍ତରାୟଙ୍କ କହିବା ଅନୁସାରେ ତାଙ୍କ ଉପରେ ଦୁଇ ଶହ ଲୋକ ଲଦି ହୋଇ ପଡିଲେ । ସେଠାରେ ଅଚେତ୍ ହୋଇ ପଡ଼ିଥିଲେ ଅମିୟ । କୋଲକାତାରୁ ଆସିଥିବା ମହିମା ବାନାର୍ଜୀ ନିଜ ପରିବାରଠୁ ଅଲଗା ହୋଇ ଯାଇଥିଲେ । ସେ ମଧ୍ୟ ଘଟଣା ସ୍ଥଳରେ ଅଚେତ୍ ହୋଇଯାଇଥିଲେ । ମେଡିକାଲକୁ ଆସିବା ଯାଏ ଭୟରେ ଥରୁଥିଲେ ମହିମା । ତାଙ୍କ ମା ବାପା ଓ ଭଉଣୀ ତାଙ୍କଠୁ ଅଲଗା ହୋଇ ଯାଇଛନ୍ତି । ପୋଲିସ୍ ଖୋଜୁଛି । ସେହିପରି ଗଞ୍ଜାମରୁ ଆସିଥିବା ସଲିଳ ଦାସଙ୍କ ପତ୍ନୀ ଭିଡ଼ ଭିତରେ ଫସି ଯାଇଥିଲେ । ଅନେକ ଲୋକ ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲେ । ସେ ଅଚେତ୍ ହୋଇଯାଇଥିଲେ । ସବୁଠୁ ବଡ କଥା ହେଉଛି ଯେ ତାଙ୍କର ଦୁଇ ପୁଅ ସାଗର ଦାସ-୪ ବର୍ଷ, ସାଇ ପ୍ରସାଦ ଦାସ-୧୦ ବର୍ଷ ପୁଅ ଅଳ୍ପକେ ବଞ୍ଚି ଯାଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲ ଭର୍ତି ଅଛନ୍ତି । ଅପରାହ୍ନ ୪ ସୁଦ୍ଧା ଅଂଶୁଘାତ, ସମୁଦ୍ର ବୁଡ଼ିବା, ଦଳାଚକଟା କେସ ମିଶି ୧୫୦ ଥିଲା ।

ଏହା ପୂର୍ବରୁ ରଥ ଟଣାହେବା ପୂର୍ବରୁ ୮୦ ଜଣ ଅଂଶୁଘାତର ଶିକାର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । କର୍ତ୍ତବ୍ୟରତ ପୋଲିସ୍ ବି ଅଂଶୁଘାତର ଶିକାର ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ସେହିପରି ବଡ ଦାଣ୍ଡରେ ବସିଥିବା ବେଳେ ପାଣି ଯୋଗାଇଥିବା ଗାଡ଼ି କିଛି ମହିଳା ଙ୍କ ଉପରେ ମାଡ଼ି ଯାଇଥିଲା । ଦୁଇ ଜଣଙ୍କର ଗୋଡ଼ ଓ ଜଙ୍ଘ ରେ ଆଘାତ ଲାଗିବା ଯୋଗୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । କେବଳ ଅଂଶୁଘାତ ନୁହେଁ ସମୁଦ୍ର ରେ ଗାଧୋଇବା ବେଳେ କିଛି ଅଘଟଣ ଘଟିଛି । କାହାର ହାତ ଭାଙ୍ଗିଛି ତ କାହାକୁ ଲାଇଫ ଗାର୍ଡ ବଞ୍ଚାଇଛନ୍ତି । ଉଲ୍ଲେଖନୀୟ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ଆଗରୁ ରଥ ଟଣା ଆରମ୍ଭ ହୋଇଛି। ୩ଟା ୫ରେ ତାଳଧ୍ଵଜ ରଥ ଗଡ଼ିଥିବା ବେଳେ ପରେ ଦର୍ପଦଳନ ରଥ ଟଣା ଯାଇଛି।

ଏ ଖବର ପଢନ୍ତୁ- ରଥଯାତ୍ରାରେ ପୁରୀରେ ହେବନି ବର୍ଷା ! ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

   Related Posts